କଟକଣା ସତ୍ତ୍ବେ ଚୀନ୍‍ ଭାରତର ବୃହତ ବାଣିଜ୍ୟିକ ଅଂଶୀଦାର

The Sakala Picture
Published On

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଭାରତର କଟକଣାକୁ ନେଇ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ହ୍ରାସ ପାଇଛି। ଏହାସତ୍ତ୍ବେ ଚୀନ୍‍ ଆମେରିକାକୁ ପଛରେ ପକାଇ ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ଭାବେ ନିଜର ସ୍ଥିତି ବଜାୟ ରଖିଛି। ଗତବର୍ଷ ଜୁନ୍‍ରେ ଗଲୱାନ ସଂଘର୍ଷ ପରେ ଚୀନ ସହ ଭାରତର ସମ୍ପର୍କ ତିକ୍ତ ହେବାରେ ଲାଗିଥିଲା। ବିଶେଷକରି ଚୀନ୍‍କୁ ପରୋକ୍ଷରେ ଜବାବ ଦେବା ଲାଗି ଭାରତ ସରକାର ଚୀନ୍‍ […]

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଭାରତର କଟକଣାକୁ ନେଇ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ହ୍ରାସ ପାଇଛି। ଏହାସତ୍ତ୍ବେ ଚୀନ୍‍ ଆମେରିକାକୁ ପଛରେ ପକାଇ ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ଭାବେ ନିଜର ସ୍ଥିତି ବଜାୟ ରଖିଛି। ଗତବର୍ଷ ଜୁନ୍‍ରେ ଗଲୱାନ ସଂଘର୍ଷ ପରେ ଚୀନ ସହ ଭାରତର ସମ୍ପର୍କ ତିକ୍ତ ହେବାରେ ଲାଗିଥିଲା। ବିଶେଷକରି ଚୀନ୍‍କୁ ପରୋକ୍ଷରେ ଜବାବ ଦେବା ଲାଗି ଭାରତ ସରକାର ଚୀନ୍‍ ସହ ବାଣିଜ୍ୟିକ ସମ୍ପର୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ମୋଦୀ ସରକାର ଟିକଟକ୍‍ ଠାରୁ ଆରମ୍ଭ କରି ପବ୍‍ଜି ଭଳି ଭାରତରେ ସର୍ବାଦୃତ ପ୍ରାୟ ୨୫୦ଟି ଚାଇନା ଆପସ୍‍ ବନ୍ଦ କରିଦେଇଥିଲା ବେଳେ ଏହାକୁ ନେଇ ଚାଇନା କମ୍ପାନୀମାନେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏହାପରେ ପରେ ଭାରତରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚାଇନା କମ୍ପାନୀଗୁଡିକର ଚୁକ୍ତି ଖାରଜ କରିବାକୁ ବିଭିନ୍ନ ରାଜ୍ୟ ସରକାରମାନଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ବିଶେଷକରି ସଡ଼କ ନିର୍ମାଣ, ରେଳପଥ, ବିଦ୍ୟୁତଶକ୍ତି ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବହୁ ଭିତ୍ତିଭୂମି ବିକାଶ ଆଧାରିତ ପ୍ରକଳ୍ପଗୁଡିକରୁ ଚାଇନା କମ୍ପାନୀମାନଙ୍କୁ ହଟାଇବାକୁ ମହାରାଷ୍ଟ୍ର ଠାରୁ ଆରମ୍ଭ କରି ହରିୟାଣା ରାଜ୍ୟ ସରକାର ଘୋଷଣା କରିଥିଲେ। ସେତିକିରେ କଥା ଅଟକିନଥିଲା। ଚୀନକୁ ହାତରେ ନମାରି ଭାତରେ ମାରିବାକୁ କେନ୍ଦ୍ର ସରକାର ଚୀନ୍‍ରୁ ଆମଦାନୀ ହ୍ରାସ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଏଭଳି ନିଷ୍ପତ୍ତି ଦ୍ୱାରା ଚୀନ୍‍ରୁ ଆମଦାନୀ ହ୍ରାସ ପାଇଥିଲା ଏବଂ ଆମେରିକା ସହ ଭାରତର ବାଣିଜ୍ୟିକ କାରବାର ଅହେତୁକ ଭାବେ ବୃଦ୍ଧି ପାଇଥିଲା।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ହେଲେ ୨୦୨୦ରେ ଆମେରିକାକୁ ପଛରେ ପକାଇ ଚୀନ୍‍ ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ଭାବେ ନିଜର ସ୍ଥିତି ବଜାୟ ରଖିଛି ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ୨୦୧୯ରେ ଭାରତ-ଚୀନ ବାଣିଜ୍ୟିକ କାରବାର ପରିମାଣ ୮୫.୫ ବିଲିୟନ ଡଲାର ରହିଥିଲା ବେଳେ ୨୦୨୦ରେ ଏହା ୭୭.୭ ବିଲୟନ ଡଲାରକୁ ଖସିଆସିଥିଲା। ହେଲେ ଏହି ବର୍ଷରେ ଆମେରିକା ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଠାରୁ ଏହି ପରିମାଣ ଅଧିକ ରହିଥିଲା। ୨୦୨୦ରେ ଆମେରିକା ସହ ଭାରତର ବାଣିଜ୍ୟିକ କାରବାର ୭୫.୯ ବିଲିୟନ ଡଲାର ରହିଥିଲା ବୋଲି ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି ବର୍ଷରେ ଚୀନ୍‍ ସହ ଭାରତର ଦ୍ୱିପାକ୍ଷିକ କାରବାର ଅନ୍ୟୂନ ୪୦ ବିଲିୟନ ଡଲାର ହ୍ରାସ ପାଇଛି ଯାହାକି ଅନ୍ୟ ଯେକୌଣସି ରାଷ୍ଟ୍ର ତୁଳନାରେ ଏହା ଭାରତର ଅଧିକ ବୋଲି କୁହାଯାଇଛି। ଭାରତ ବୃହତ ଯନ୍ତ୍ରପାତି ଠାରୁ ଆରମ୍ଭ କରି ଟେଲିକମ ସରଞ୍ଜାମ ଏବଂ ଗୃହପୋକରଣ ସାମଗ୍ରୀ ସର୍ବାଧିକ ଭାବେ ଚୀନ୍‍ରୁ ଆମଦାନୀ କରିଥାଏ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

24 Feb 2021 By The Sakala

କଟକଣା ସତ୍ତ୍ବେ ଚୀନ୍‍ ଭାରତର ବୃହତ ବାଣିଜ୍ୟିକ ଅଂଶୀଦାର

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଭାରତର କଟକଣାକୁ ନେଇ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ହ୍ରାସ ପାଇଛି। ଏହାସତ୍ତ୍ବେ ଚୀନ୍‍ ଆମେରିକାକୁ ପଛରେ ପକାଇ ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ଭାବେ ନିଜର ସ୍ଥିତି ବଜାୟ ରଖିଛି। ଗତବର୍ଷ ଜୁନ୍‍ରେ ଗଲୱାନ ସଂଘର୍ଷ ପରେ ଚୀନ ସହ ଭାରତର ସମ୍ପର୍କ ତିକ୍ତ ହେବାରେ ଲାଗିଥିଲା। ବିଶେଷକରି ଚୀନ୍‍କୁ ପରୋକ୍ଷରେ ଜବାବ ଦେବା ଲାଗି ଭାରତ ସରକାର ଚୀନ୍‍ ସହ ବାଣିଜ୍ୟିକ ସମ୍ପର୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ମୋଦୀ ସରକାର ଟିକଟକ୍‍ ଠାରୁ ଆରମ୍ଭ କରି ପବ୍‍ଜି ଭଳି ଭାରତରେ ସର୍ବାଦୃତ ପ୍ରାୟ ୨୫୦ଟି ଚାଇନା ଆପସ୍‍ ବନ୍ଦ କରିଦେଇଥିଲା ବେଳେ ଏହାକୁ ନେଇ ଚାଇନା କମ୍ପାନୀମାନେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏହାପରେ ପରେ ଭାରତରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚାଇନା କମ୍ପାନୀଗୁଡିକର ଚୁକ୍ତି ଖାରଜ କରିବାକୁ ବିଭିନ୍ନ ରାଜ୍ୟ ସରକାରମାନଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ବିଶେଷକରି ସଡ଼କ ନିର୍ମାଣ, ରେଳପଥ, ବିଦ୍ୟୁତଶକ୍ତି ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବହୁ ଭିତ୍ତିଭୂମି ବିକାଶ ଆଧାରିତ ପ୍ରକଳ୍ପଗୁଡିକରୁ ଚାଇନା କମ୍ପାନୀମାନଙ୍କୁ ହଟାଇବାକୁ ମହାରାଷ୍ଟ୍ର ଠାରୁ ଆରମ୍ଭ କରି ହରିୟାଣା ରାଜ୍ୟ ସରକାର ଘୋଷଣା କରିଥିଲେ। ସେତିକିରେ କଥା ଅଟକିନଥିଲା। ଚୀନକୁ ହାତରେ ନମାରି ଭାତରେ ମାରିବାକୁ କେନ୍ଦ୍ର ସରକାର ଚୀନ୍‍ରୁ ଆମଦାନୀ ହ୍ରାସ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଏଭଳି ନିଷ୍ପତ୍ତି ଦ୍ୱାରା ଚୀନ୍‍ରୁ ଆମଦାନୀ ହ୍ରାସ ପାଇଥିଲା ଏବଂ ଆମେରିକା ସହ ଭାରତର ବାଣିଜ୍ୟିକ କାରବାର ଅହେତୁକ ଭାବେ ବୃଦ୍ଧି ପାଇଥିଲା।

ହେଲେ ୨୦୨୦ରେ ଆମେରିକାକୁ ପଛରେ ପକାଇ ଚୀନ୍‍ ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ଭାବେ ନିଜର ସ୍ଥିତି ବଜାୟ ରଖିଛି ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ୨୦୧୯ରେ ଭାରତ-ଚୀନ ବାଣିଜ୍ୟିକ କାରବାର ପରିମାଣ ୮୫.୫ ବିଲିୟନ ଡଲାର ରହିଥିଲା ବେଳେ ୨୦୨୦ରେ ଏହା ୭୭.୭ ବିଲୟନ ଡଲାରକୁ ଖସିଆସିଥିଲା। ହେଲେ ଏହି ବର୍ଷରେ ଆମେରିକା ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଠାରୁ ଏହି ପରିମାଣ ଅଧିକ ରହିଥିଲା। ୨୦୨୦ରେ ଆମେରିକା ସହ ଭାରତର ବାଣିଜ୍ୟିକ କାରବାର ୭୫.୯ ବିଲିୟନ ଡଲାର ରହିଥିଲା ବୋଲି ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି ବର୍ଷରେ ଚୀନ୍‍ ସହ ଭାରତର ଦ୍ୱିପାକ୍ଷିକ କାରବାର ଅନ୍ୟୂନ ୪୦ ବିଲିୟନ ଡଲାର ହ୍ରାସ ପାଇଛି ଯାହାକି ଅନ୍ୟ ଯେକୌଣସି ରାଷ୍ଟ୍ର ତୁଳନାରେ ଏହା ଭାରତର ଅଧିକ ବୋଲି କୁହାଯାଇଛି। ଭାରତ ବୃହତ ଯନ୍ତ୍ରପାତି ଠାରୁ ଆରମ୍ଭ କରି ଟେଲିକମ ସରଞ୍ଜାମ ଏବଂ ଗୃହପୋକରଣ ସାମଗ୍ରୀ ସର୍ବାଧିକ ଭାବେ ଚୀନ୍‍ରୁ ଆମଦାନୀ କରିଥାଏ।

https://www.thesakala.in/national-international/largest-trading-partner-of-china/article-231
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର