ଲଗାଣ ବର୍ଷା ଯୋଗୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ବିଦ୍ୟୁତ ଖୁଣ୍ଟରୁ କରେଣ୍ଟ ମାରି ଜଣେ ମହିଳାଙ୍କ ମୃତ୍ୟୁ

The Sakala Picture
Published On

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଅଘଟଣ । ଲଗାଣ ବର୍ଷା ହେତୁ ବିଦ୍ୟୁତ୍‌ ଖୁଣ୍ଟରୁ କରେଣ୍ଟ୍‌ ମାରି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଇଷ୍ଟ ଦିଲ୍ଲୀର ସାକ୍ଷୀ ଆହୁଜା । ରାଜଧାନୀରେ ମୌସୁମୀ ଜନିତ ବର୍ଷା ଯୋଗୁ ରେଳ ଷ୍ଟେସନ ନିକଟରେ ବର୍ଷା ପାଣି ଜମି ରହିଥିଲା । ରାସ୍ତାରେ ଜମି ରହିଥିବା ପାଣିରେ ନପଶିବା ପାଇଁ ସାକ୍ଷୀ ଏକ ଇଲେକ୍ଟ୍ରି ପୋଲକୁ ଧରିପକାଇବା ଯୋଗୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ସୂଚନା […]

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଅଘଟଣ । ଲଗାଣ ବର୍ଷା ହେତୁ ବିଦ୍ୟୁତ୍‌ ଖୁଣ୍ଟରୁ କରେଣ୍ଟ୍‌ ମାରି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଇଷ୍ଟ ଦିଲ୍ଲୀର ସାକ୍ଷୀ ଆହୁଜା । ରାଜଧାନୀରେ ମୌସୁମୀ ଜନିତ ବର୍ଷା ଯୋଗୁ ରେଳ ଷ୍ଟେସନ ନିକଟରେ ବର୍ଷା ପାଣି ଜମି ରହିଥିଲା । ରାସ୍ତାରେ ଜମି ରହିଥିବା ପାଣିରେ ନପଶିବା ପାଇଁ ସାକ୍ଷୀ ଏକ ଇଲେକ୍ଟ୍ରି ପୋଲକୁ ଧରିପକାଇବା ଯୋଗୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ସୂଚନା ଅନୁସାରେ, ଭୋପାଳ ଯାଉଥିବା ଶତାବ୍ଦୀ ଟ୍ରେନରେ ଯିବା ପାଇଁ ସାଢ଼େ ୫ଟା ବେଳେ ଅନ୍ୟ ଜଣେ ମହିଳା ଓ ତିନି ଜଣ ପିଲାଙ୍କ ସହ ନୂଆଦିଲ୍ଲୀ ରେଳଷ୍ଟେସନକୁ ଆସିଥିଲେ ସାକ୍ଷୀ । ବିଭିନ୍ନ ସ୍ଥାନରେ ପାଣି ଜମି ଥିବାରୁ ସେ ଗୋଟିଏ ବିଦ୍ୟୁତ ଖୁଣ୍ଟ ଉପରେ ଗୋଡ଼ ରଖି ଶୁଖିଲା ସ୍ଥାନକୁ ଯିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କୁ ଜୋର୍‌ରେ କରେଣ୍ଟ ମାରିଥିଲେ। ସେ ତଳେ ଛିଟିକି ପଡ଼ିବାରୁ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ପୋଲିସ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାକ୍ଷୀ ଯେଉଁ ବିଦ୍ୟୁତ ଖୁଣ୍ଟ ଉପରେ ଗୋଡ଼ ରଖିଥିଲେ, ତା’ର ତଳ ଭାଗରେ ତାର ଗୁଡ଼ିକ ଖୋଲା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ସମ୍ଭବତଃ ପାଣି ସଂସ୍ପର୍ଶରେ ଆସି ଏଠାରେ କରେଣ୍ଟ ଚାର୍ଜ ହୋଇଯାଇ ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର