ଆଇଏମ୍‌ଏଫ୍’ର କଠୋର ସର୍ତ୍ତ ମାନିବାକୁ ବାଧ୍ୟହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ

The Sakala Picture
Published On

ଇସଲାମାବାଦ: ପାକିସ୍ତାନକୁ ଆର୍ଥିକ ଦୁର୍ଗତିର ବଞ୍ଚାଇବା ପାଇଁ କୌଣସି ରାଷ୍ଟ୍ର ସାମ୍ନାକୁ ଆସି ନଥିବା ବେଳେ ଏବେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ୍) ହିଁ ପାକିସ୍ତାନ ପାଇଁ ସାହା ଭରସା ହୋଇଛି। ମୁଦ୍ରାଭଣ୍ଡାର ଖାଲି ହେବା ସାଙ୍ଗକୁ ଉତ୍କଟ ଖାଦ୍ୟାଭାବ ଏବଂ ମହଙ୍ଗାମାଡ଼ ଆଗାମୀ ଦିନରେ ପାକିସ୍ତାନର ସ୍ଥିତିକୁ ଦୁର୍ବିସହ କରିଦେବ ବୋଲି ଆକଳନ କରାଯିବା ପରେ ମଙ୍ଗଳବାର ଆଇଏମଏଫ’ର ଏକ ଟିମ୍ ପାକିସ୍ତାନରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। କିନ୍ତୁ ଋଣ ଦେବା ଲାଗି ଆଇଏମଏଫ ପାକିସ୍ତାନ ପାଇଁ […]

ଇସଲାମାବାଦ: ପାକିସ୍ତାନକୁ ଆର୍ଥିକ ଦୁର୍ଗତିର ବଞ୍ଚାଇବା ପାଇଁ କୌଣସି ରାଷ୍ଟ୍ର ସାମ୍ନାକୁ ଆସି ନଥିବା ବେଳେ ଏବେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ୍) ହିଁ ପାକିସ୍ତାନ ପାଇଁ ସାହା ଭରସା ହୋଇଛି। ମୁଦ୍ରାଭଣ୍ଡାର ଖାଲି ହେବା ସାଙ୍ଗକୁ ଉତ୍କଟ ଖାଦ୍ୟାଭାବ ଏବଂ ମହଙ୍ଗାମାଡ଼ ଆଗାମୀ ଦିନରେ ପାକିସ୍ତାନର ସ୍ଥିତିକୁ ଦୁର୍ବିସହ କରିଦେବ ବୋଲି ଆକଳନ କରାଯିବା ପରେ ମଙ୍ଗଳବାର ଆଇଏମଏଫ’ର ଏକ ଟିମ୍ ପାକିସ୍ତାନରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। କିନ୍ତୁ ଋଣ ଦେବା ଲାଗି ଆଇଏମଏଫ ପାକିସ୍ତାନ ପାଇଁ ଯେଭଳି କଠୋର ସର୍ତ୍ତ ରଖିଛି ତାହା ମଧ୍ୟ ପାକିସ୍ତାନ ସ୍ଥିତିକୁ ଆହୁରି ଜଟିଳ କରିଦେବାର ଆଶଙ୍କା ସୃଷ୍ଟି କରିଛି। କିନ୍ତୁ ପ୍ରାଣରକ୍ଷା ଲାଗି ଏହି କଠୋର ସର୍ତ୍ତକୁ ମାନି ନେବା ବ୍ୟତୀତ ପାକିସ୍ତାନ ପାଇଁ ବିକଳ୍ପ ନାହିଁ। ଫଳରେ ପାକିସ୍ତାନ ସରକାର ଆଇଏମଏଫ ସର୍ତ୍ତକୁ ମାନି ନେବାକୁ ବାଧ୍ୟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଶୁକ୍ରବାର କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ମାଲବୀୟ ନଗରର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ଏକାଧିକ ଆହତ

ପାକିସ୍ତାନ ଜାତୀୟ ଗଣମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶେହବାଜ୍ କହିଛନ୍ତି ଯେ, ବର୍ତ୍ତମାନ ପାକିସ୍ତାନର ସ୍ଥିତି ଯେଭଳି ରହିଛି ସେଥିରେ ଆଇଏମଏଫ ସର୍ତ୍ତ ମାନିବା ଅତ୍ୟନ୍ତ କଷ୍ଟକର। ଆମ ପାଇଁ ଏହା କଳ୍ପନାର ବାହାରେ। କିନ୍ତୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରର ସ୍ଥିତି ସାଙ୍ଗକୁ ‘ବାଲାନ୍ସ ଅଫ ପେମେଣ୍ଟ’ ଏବଂ ଅନ୍ୟାନ୍ୟ ଦିଗକୁ ବିଚାର କଲେ ଏହି ସର୍ତ୍ତ ମାନିବା ଛଡ଼ା ଅନ୍ୟ ଗତି ନାହିଁ। ଗୋଟିଏ ପଟେ ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ହୁ ହୁ ହୋଇ ବଢି ଚାଲିଥିବା ବେଳେ ବୈଦେଶିକ ମୁଦ୍ରା ଭଣ୍ଡାର ଏକପ୍ରକାର ଖାଲି ହେବାକୁ ବସିଛି। ସର୍ବଶେଷ ତଥ୍ୟ ଅନୁସାରେ ପାକିସ୍ତାନ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ୩.୧ ବିଲିୟନ ଡଲାରକୁ ହ୍ରାସ ପାଇଛି। ଯାହାକି ମାତ୍ର ଦୁଇ ସପ୍ତାହ ପାଇଁ ଦେଶବାସୀଙ୍କୁ ପେଟ୍ରୋଲ, ଡିଜେଲ ,ଖାଦ୍ୟ ପଦାର୍ଥ ଏବଂ ଅନ୍ୟ ସାମଗ୍ରୀ ଯୋଗାଇବା ଦିଗରେ ସକ୍ଷମ ହେବ। ଏହାପରେ ବିଦେଶରୁ କୌଣସି ସାମଗ୍ରୀ ଆମଦାନୀ କରିବାକୁ ପାକିସ୍ତାନ ସକ୍ଷମ ହୋଇପାରିବ ନାହିଁ। ଫଳରେ ବିଶ୍ବର ପଞ୍ଚମ ଜନବହୁଳ ରାଷ୍ଟ୍ର ଭାବେ ପାକିସ୍ତନରେ ହାହାକାର ପଡ଼ିଯିବ। ଏଭଳି ସ୍ଥିତିରେ ଆଇଏମଏଫ ସର୍ତ୍ତ ମାନିବାକୁ ପାକିସ୍ତାନ ବାଧ୍ୟ ହୋଇଥିବା କୁହାଯାଇଛି। ଉଲ୍ଳେଖଯୋଗ୍ୟ ଯେ,ପର୍ଯ୍ୟାପ୍ତ ଋଣବୋଝ ସାଙ୍ଗକୁ ଘୋର ଆର୍ଥିକ ସଙ୍କଟ, ରାଜନୈତିକ ବିଦ୍ରୋହ ଏବଂ ଆତଙ୍କବାଦ ଭଳି ସମସ୍ୟାରେ ଏବେ ପାକିସ୍ତାନ ତଳିତଳାନ୍ତ ହେବାକୁ ବସିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

04 Feb 2023 By The Sakala

ଆଇଏମ୍‌ଏଫ୍’ର କଠୋର ସର୍ତ୍ତ ମାନିବାକୁ ବାଧ୍ୟହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ

ଇସଲାମାବାଦ: ପାକିସ୍ତାନକୁ ଆର୍ଥିକ ଦୁର୍ଗତିର ବଞ୍ଚାଇବା ପାଇଁ କୌଣସି ରାଷ୍ଟ୍ର ସାମ୍ନାକୁ ଆସି ନଥିବା ବେଳେ ଏବେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ୍) ହିଁ ପାକିସ୍ତାନ ପାଇଁ ସାହା ଭରସା ହୋଇଛି। ମୁଦ୍ରାଭଣ୍ଡାର ଖାଲି ହେବା ସାଙ୍ଗକୁ ଉତ୍କଟ ଖାଦ୍ୟାଭାବ ଏବଂ ମହଙ୍ଗାମାଡ଼ ଆଗାମୀ ଦିନରେ ପାକିସ୍ତାନର ସ୍ଥିତିକୁ ଦୁର୍ବିସହ କରିଦେବ ବୋଲି ଆକଳନ କରାଯିବା ପରେ ମଙ୍ଗଳବାର ଆଇଏମଏଫ’ର ଏକ ଟିମ୍ ପାକିସ୍ତାନରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। କିନ୍ତୁ ଋଣ ଦେବା ଲାଗି ଆଇଏମଏଫ ପାକିସ୍ତାନ ପାଇଁ ଯେଭଳି କଠୋର ସର୍ତ୍ତ ରଖିଛି ତାହା ମଧ୍ୟ ପାକିସ୍ତାନ ସ୍ଥିତିକୁ ଆହୁରି ଜଟିଳ କରିଦେବାର ଆଶଙ୍କା ସୃଷ୍ଟି କରିଛି। କିନ୍ତୁ ପ୍ରାଣରକ୍ଷା ଲାଗି ଏହି କଠୋର ସର୍ତ୍ତକୁ ମାନି ନେବା ବ୍ୟତୀତ ପାକିସ୍ତାନ ପାଇଁ ବିକଳ୍ପ ନାହିଁ। ଫଳରେ ପାକିସ୍ତାନ ସରକାର ଆଇଏମଏଫ ସର୍ତ୍ତକୁ ମାନି ନେବାକୁ ବାଧ୍ୟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଶୁକ୍ରବାର କହିଛନ୍ତି।

ପାକିସ୍ତାନ ଜାତୀୟ ଗଣମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶେହବାଜ୍ କହିଛନ୍ତି ଯେ, ବର୍ତ୍ତମାନ ପାକିସ୍ତାନର ସ୍ଥିତି ଯେଭଳି ରହିଛି ସେଥିରେ ଆଇଏମଏଫ ସର୍ତ୍ତ ମାନିବା ଅତ୍ୟନ୍ତ କଷ୍ଟକର। ଆମ ପାଇଁ ଏହା କଳ୍ପନାର ବାହାରେ। କିନ୍ତୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରର ସ୍ଥିତି ସାଙ୍ଗକୁ ‘ବାଲାନ୍ସ ଅଫ ପେମେଣ୍ଟ’ ଏବଂ ଅନ୍ୟାନ୍ୟ ଦିଗକୁ ବିଚାର କଲେ ଏହି ସର୍ତ୍ତ ମାନିବା ଛଡ଼ା ଅନ୍ୟ ଗତି ନାହିଁ। ଗୋଟିଏ ପଟେ ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ହୁ ହୁ ହୋଇ ବଢି ଚାଲିଥିବା ବେଳେ ବୈଦେଶିକ ମୁଦ୍ରା ଭଣ୍ଡାର ଏକପ୍ରକାର ଖାଲି ହେବାକୁ ବସିଛି। ସର୍ବଶେଷ ତଥ୍ୟ ଅନୁସାରେ ପାକିସ୍ତାନ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ୩.୧ ବିଲିୟନ ଡଲାରକୁ ହ୍ରାସ ପାଇଛି। ଯାହାକି ମାତ୍ର ଦୁଇ ସପ୍ତାହ ପାଇଁ ଦେଶବାସୀଙ୍କୁ ପେଟ୍ରୋଲ, ଡିଜେଲ ,ଖାଦ୍ୟ ପଦାର୍ଥ ଏବଂ ଅନ୍ୟ ସାମଗ୍ରୀ ଯୋଗାଇବା ଦିଗରେ ସକ୍ଷମ ହେବ। ଏହାପରେ ବିଦେଶରୁ କୌଣସି ସାମଗ୍ରୀ ଆମଦାନୀ କରିବାକୁ ପାକିସ୍ତାନ ସକ୍ଷମ ହୋଇପାରିବ ନାହିଁ। ଫଳରେ ବିଶ୍ବର ପଞ୍ଚମ ଜନବହୁଳ ରାଷ୍ଟ୍ର ଭାବେ ପାକିସ୍ତନରେ ହାହାକାର ପଡ଼ିଯିବ। ଏଭଳି ସ୍ଥିତିରେ ଆଇଏମଏଫ ସର୍ତ୍ତ ମାନିବାକୁ ପାକିସ୍ତାନ ବାଧ୍ୟ ହୋଇଥିବା କୁହାଯାଇଛି। ଉଲ୍ଳେଖଯୋଗ୍ୟ ଯେ,ପର୍ଯ୍ୟାପ୍ତ ଋଣବୋଝ ସାଙ୍ଗକୁ ଘୋର ଆର୍ଥିକ ସଙ୍କଟ, ରାଜନୈତିକ ବିଦ୍ରୋହ ଏବଂ ଆତଙ୍କବାଦ ଭଳି ସମସ୍ୟାରେ ଏବେ ପାକିସ୍ତାନ ତଳିତଳାନ୍ତ ହେବାକୁ ବସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର