ବିମାନ ଭିତରେ ଏୟାର ହଷ୍ଟେସ୍‌ଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ

The Sakala Picture
Published On

ହାଇଦ୍ରାବାଦ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ । ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଏକ ସ୍ପାଇସଜେଟ୍ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ ଜଣେ ଯାତ୍ରୀ । ସ୍ପାଇସ ଜେଟ ସିକ୍ୟୁରିଟି ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିଛି । ଯାତ୍ରୀ ଜଣଙ୍କ ଦିଲ୍ଲୀ ଜାମିଆ ନଗରର ଅବସର ଆଲାମ ବୋଲି ଜଣାପଡ଼ିଛି । ଅବସରଙ୍କ ସହ ଅନ୍ୟ ଜଣେ ଯାତ୍ରୀ ମଧ୍ୟ […]

ହାଇଦ୍ରାବାଦ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ । ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଏକ ସ୍ପାଇସଜେଟ୍ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ ଜଣେ ଯାତ୍ରୀ । ସ୍ପାଇସ ଜେଟ ସିକ୍ୟୁରିଟି ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଯାତ୍ରୀ ଜଣଙ୍କ ଦିଲ୍ଲୀ ଜାମିଆ ନଗରର ଅବସର ଆଲାମ ବୋଲି ଜଣାପଡ଼ିଛି । ଅବସରଙ୍କ ସହ ଅନ୍ୟ ଜଣେ ଯାତ୍ରୀ ମଧ୍ୟ ଥିଲେ । ହାଇଦ୍ରାବାଦରେ ବିମାନ ଅବତରଣ କରିବା ପରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । କ୍ରିଉ ମେମ୍ବରଙ୍କୁ ଯାତ୍ରୀଜଣଙ୍କ ଦୁର୍ବ୍ୟବହାର କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ପୋଲିସ କହିଛି ଯେ ଏହି ଘଟଣା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ସ୍ପାଇସଜେଟ ସୁରକ୍ଷା ଏବଂ ପିସିଆର୍ କର୍ମଚାରୀ ତାଙ୍କୁ ପୋଲିସ ଥାନାକୁ ନେଇଥିଲେ। ଅଭିଯୁକ୍ତ ଯାତ୍ରୀଙ୍କ ବିରୋଧରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଥାନାରେ ଆଇପିସି ଧାରା ୩୫୪-ଏ (ଯୌନ ଉତ୍ପୀଡ଼ନ) ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର