ବିମାନ ଭିତରେ ଏୟାର ହଷ୍ଟେସ୍‌ଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ

The Sakala Picture
Published On

ହାଇଦ୍ରାବାଦ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ । ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଏକ ସ୍ପାଇସଜେଟ୍ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ ଜଣେ ଯାତ୍ରୀ । ସ୍ପାଇସ ଜେଟ ସିକ୍ୟୁରିଟି ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିଛି । ଯାତ୍ରୀ ଜଣଙ୍କ ଦିଲ୍ଲୀ ଜାମିଆ ନଗରର ଅବସର ଆଲାମ ବୋଲି ଜଣାପଡ଼ିଛି । ଅବସରଙ୍କ ସହ ଅନ୍ୟ ଜଣେ ଯାତ୍ରୀ ମଧ୍ୟ […]

ହାଇଦ୍ରାବାଦ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ । ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଏକ ସ୍ପାଇସଜେଟ୍ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ ଜଣେ ଯାତ୍ରୀ । ସ୍ପାଇସ ଜେଟ ସିକ୍ୟୁରିଟି ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ଯାତ୍ରୀ ଜଣଙ୍କ ଦିଲ୍ଲୀ ଜାମିଆ ନଗରର ଅବସର ଆଲାମ ବୋଲି ଜଣାପଡ଼ିଛି । ଅବସରଙ୍କ ସହ ଅନ୍ୟ ଜଣେ ଯାତ୍ରୀ ମଧ୍ୟ ଥିଲେ । ହାଇଦ୍ରାବାଦରେ ବିମାନ ଅବତରଣ କରିବା ପରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । କ୍ରିଉ ମେମ୍ବରଙ୍କୁ ଯାତ୍ରୀଜଣଙ୍କ ଦୁର୍ବ୍ୟବହାର କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ପୋଲିସ କହିଛି ଯେ ଏହି ଘଟଣା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ସ୍ପାଇସଜେଟ ସୁରକ୍ଷା ଏବଂ ପିସିଆର୍ କର୍ମଚାରୀ ତାଙ୍କୁ ପୋଲିସ ଥାନାକୁ ନେଇଥିଲେ। ଅଭିଯୁକ୍ତ ଯାତ୍ରୀଙ୍କ ବିରୋଧରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଥାନାରେ ଆଇପିସି ଧାରା ୩୫୪-ଏ (ଯୌନ ଉତ୍ପୀଡ଼ନ) ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର