ପେକିଂ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ସାଙ୍ଘାତିକ ତଥ୍ୟ: ଚୀନ୍‌ରେ ମୋଟ ଜନସଂଖ୍ୟାର ୬୪ ପ୍ରତିଶତ କରୋନା ସଂକ୍ରମିତ

The Sakala Picture
Published On

ବେଜିଂ(ଏଜେନ୍ସି): କରୋନା ସଂକ୍ରମଣକୁ ନେଇ ଏବେ ଚୀନ୍ର ସ୍ଥିତି ସମ୍ପୂର୍ଣ୍ଣ ଦୋହଲିଯାଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବଢିଛି ଯେ ସ୍ଥିତି ସମ୍ଭାଳିବା କଠିନ ହୋଇପଡ଼ିଛି। ସଂକ୍ରମଣ ବଢିବା ପରେ ବିଭିନ୍ନ ସ୍ତରରେ କରାଯାଇଥିବା ଆକଳନ ଅନୁସାରେ ଦୁଇରୁ ତିନି ମାସ ମଧ୍ୟରେ ଚୀନ୍ ରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏବେ ବେଜିଂସ୍ଥିତ ପେକିଂ ୟୁନିଭର୍ସିଟି ଯେଉଁ ରିପୋର୍ଟ ପ୍ରକାଶ କରିଛି ତଦ୍ବାରା ମୃତ୍ୟୁସଂଖ୍ୟା […]

ବେଜିଂ(ଏଜେନ୍ସି): କରୋନା ସଂକ୍ରମଣକୁ ନେଇ ଏବେ ଚୀନ୍ର ସ୍ଥିତି ସମ୍ପୂର୍ଣ୍ଣ ଦୋହଲିଯାଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବଢିଛି ଯେ ସ୍ଥିତି ସମ୍ଭାଳିବା କଠିନ ହୋଇପଡ଼ିଛି। ସଂକ୍ରମଣ ବଢିବା ପରେ ବିଭିନ୍ନ ସ୍ତରରେ କରାଯାଇଥିବା ଆକଳନ ଅନୁସାରେ ଦୁଇରୁ ତିନି ମାସ ମଧ୍ୟରେ ଚୀନ୍ ରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏବେ ବେଜିଂସ୍ଥିତ ପେକିଂ ୟୁନିଭର୍ସିଟି ଯେଉଁ ରିପୋର୍ଟ ପ୍ରକାଶ କରିଛି ତଦ୍ବାରା ମୃତ୍ୟୁସଂଖ୍ୟା ଢେର ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଜାନୁଆରୀ ୧୧ ତାରିଖ ସୁଦ୍ଧା ଚୀନରେ ୯୦ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। ଯାହାକି ମୋଟ ଜନସଂଖ୍ୟାର ୬୪ ପ୍ରତିଶତ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ବର୍ତ୍ତମାନ ସୁଦ୍ଧା ଦେଶର ପ୍ରତ୍ୟେକ ଭାଗରେ ଲୋକ ସଂକ୍ରମଣର ଶିକାର ହୋଇସାରିଥିଲା ବେଳେ ଗାନ୍ସୁ ପ୍ରଦେଶରେ ପ୍ରାୟ ଶତପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇସାରିଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ଏହି ପ୍ରଦେଶର ୯୧ ପ୍ରତିଶତ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଅନେକ ଲୋକଙ୍କ ରିପୋର୍ଟ ଆସିବାକୁ ବାକି ରହିଛି। ସେହିପରି ୟୁନାନ୍ ପ୍ରଦେଶର ୮୪ ପ୍ରତିଶତ ଲୋକ ସଂକ୍ରମିତ ହୋଇସାରିଥିଲା ବେଳେ ଏହା ପଛକୁ କିଂଘାଇ ପ୍ରଦେଶର ୮୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇସାରିଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

ଅନ୍ୟପକ୍ଷରେ ଏବେ ଗ୍ରାମାଞ୍ଚଳରେ ଦ୍ରୁତଗତିରେ ସଂକ୍ରମଣ ବ୍ୟାପିବ ବୋଲି କୁହାଯାଇଛି। ଚୀନ୍ ରେ ବର୍ତ୍ତମାନ ନବବର୍ଷ ପାଳନ କରାଯାଉଛ। ଯାହାକୁ ନେଇ ସହରାଞ୍ଚଳରୁ ଅଧିକାଂଶ ଲୋକ ନିଜ ନିଜ ଗାଁକୁ ଯାଇଛନ୍ତି। ଏହାଦ୍ବାରା ଆଉ କିଛି ସପ୍ତାହ ମଧ୍ୟରେ ଗ୍ରାମାଞ୍ଚଳରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ସେହିପରି ଚୀନ୍ ରେ କରୋନା ସଂକ୍ରମଣ ଆହୁରି ଦୁଇ ରୁ ତିନି ମାସ ଯାଏଁ ରହିବ। ଫଳରେ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଡୋଡା ଜଙ୍ଗଲରୁ ଜୈଶ୍ ଆତଙ୍କବାଦୀର ମୃତଦେହ ସହ ଆମେରିକୀୟ M4 କାର୍ବାଇନ୍ ଉଦ୍ଧାର

ଚୀନ୍ ର ଏଭଳି ସ୍ଥିତିକୁ ନେଇ ବିଶ୍ବସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି। ବିଶେଷକରି ଚୀନ୍ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟାକୁ ନେଇ ସଠିକ୍ ତଥ୍ୟ ଦେଉ ନଥିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସମସ୍ୟା ସୃଷ୍ଟି ହୋଇଥିବା ‘ହୁ’ କହିଛି। ଏଭଳି ସ୍ଥିତି ଅନ୍ୟ ରାଷ୍ଟ୍ରମାନଙ୍କ ପ୍ରତି ମଧ୍ୟ ବିପଦ ଆଣିପାରେ ବୋଲି ମଧ୍ୟ ହୁ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର