‘ଆପ୍‌’କୁ ୧୬୪ କୋଟିର ରିକଭରି ନୋଟିସ, ୧୦ ଦିନରେ ଦେବାକୁ ହେବ ସମ୍ପୂର୍ଣ୍ଣ ରାଶି

The Sakala Picture
Published On

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ନାଁରେ ‘ରାଜନୈତିକ ବିଜ୍ଞାପନ’ ବାବଦକୁ ଖର୍ଚ୍ଚ କରିଥିବା ୧୬୩.୬୨ କୋଟି ଟଙ୍କା ଆଦାୟ ନିମନ୍ତେ ଦିଲ୍ଳୀ ସରକାର ‘ଆମ୍‌ ଆଦ୍‌ମୀ ପାର୍ଟି’କୁ ନୋଟିସ୍‌ ଜାରି କରିଛନ୍ତି। ଉପରୋକ୍ତ ଅର୍ଥ ୧୦ ଦିନ ମଧ୍ୟରେ ପୈଠ କରିବା ଲାଗି ‘ଡାଇରେକ୍ଟୋରେଟ୍‌ ଅଫ୍ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ପବ୍ଲିସିଟି’ (ଡିଆଇପି) ଜାରି କରିଥିବା ଉକ୍ତ ନୋଟିସ୍‌ରେ ଶାସକ ‘ଆମ୍‌ ଆଦ୍‌ମୀ ପାର୍ଟି’କୁ ନିର୍ଦେଶ ଦିଆଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍ସେନା ମୁଖ୍ୟ ସଚିବଙ୍କୁ […]

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ନାଁରେ ‘ରାଜନୈତିକ ବିଜ୍ଞାପନ’ ବାବଦକୁ ଖର୍ଚ୍ଚ କରିଥିବା ୧୬୩.୬୨ କୋଟି ଟଙ୍କା ଆଦାୟ ନିମନ୍ତେ ଦିଲ୍ଳୀ ସରକାର ‘ଆମ୍‌ ଆଦ୍‌ମୀ ପାର୍ଟି’କୁ ନୋଟିସ୍‌ ଜାରି କରିଛନ୍ତି। ଉପରୋକ୍ତ ଅର୍ଥ ୧୦ ଦିନ ମଧ୍ୟରେ ପୈଠ କରିବା ଲାଗି ‘ଡାଇରେକ୍ଟୋରେଟ୍‌ ଅଫ୍ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ପବ୍ଲିସିଟି’ (ଡିଆଇପି) ଜାରି କରିଥିବା ଉକ୍ତ ନୋଟିସ୍‌ରେ ଶାସକ ‘ଆମ୍‌ ଆଦ୍‌ମୀ ପାର୍ଟି’କୁ ନିର୍ଦେଶ ଦିଆଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍ସେନା ମୁଖ୍ୟ ସଚିବଙ୍କୁ ସରକାରୀ ବିଜ୍ଞାପନ ନାମରେ ପ୍ରକାଶିତ ରାଜନୈତିକ ବିଜ୍ଞାପନ ପାଇଁ ଏଏପିଠାରୁ ୯୭ କୋଟି ଟଙ୍କା ଫେରସ୍ତ କରିବାକୁ କହିଛନ୍ତି, ଯାହା ପରେ ଏହି ଘଟଣାକ୍ରମ ଦେଖିବାକୁ ମିଳିଛି । ଏକ ସୂତ୍ରର ସୂଚନା ଅନୁଯାୟୀ, ଯଦି ଏଏପି ସଂଯୋଜକ ଏହାକୁ ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ଦିଲ୍ଲୀର ଉପରାଜ୍ୟପାଳଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ପାର୍ଟିର ସମ୍ପତ୍ତି ସଂଲଗ୍ନ କରିବା ସହିତ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର