ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରା ଶୁଣି ରାଗରେ ମଞ୍ଚକୁ ଗଲେ ନାହିଁ ମମତା ବାନାର୍ଜୀ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ହାୱଡାରେ ଶୁକ୍ରବାର ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ନାରା ଲାଗିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇ ସଭା ମଞ୍ଚକୁ ଉଠି ନାହାନ୍ତି। ରାଗରେ ଚିଡ଼ି ଯିବାପରେ ମଞ୍ଚକୁ ନଯାଇ ମଞ୍ଚ ତଳେ ଏକ ଚେୟାରରେ ବସିଥିଲେ ମମତା ବାନାର୍ଜୀ । ତେବେ ତାଙ୍କୁ ଶାନ୍ତ କରାଇବା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ସି. ଭି. ଆନନ୍ଦ ବୋଷଙ୍କ ଉଦ୍ୟମ ମଧ୍ୟ ନିଷ୍ଫଳ […]

କୋଲକାତା: ପଶ୍ଚିମବଙ୍ଗ ହାୱଡାରେ ଶୁକ୍ରବାର ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ନାରା ଲାଗିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇ ସଭା ମଞ୍ଚକୁ ଉଠି ନାହାନ୍ତି। ରାଗରେ ଚିଡ଼ି ଯିବାପରେ ମଞ୍ଚକୁ ନଯାଇ ମଞ୍ଚ ତଳେ ଏକ ଚେୟାରରେ ବସିଥିଲେ ମମତା ବାନାର୍ଜୀ । ତେବେ ତାଙ୍କୁ ଶାନ୍ତ କରାଇବା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ସି. ଭି. ଆନନ୍ଦ ବୋଷଙ୍କ ଉଦ୍ୟମ ମଧ୍ୟ ନିଷ୍ଫଳ ହୋଇଥିଲା। ଏପରିକି ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ହାତ ଯୋଡି ମମତାଙ୍କୁ ଅନୁରୋଧ କରିଥିଲେ ବି ସେ ସଭାମଞ୍ଚକୁ ଯାଇ ନଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ମମତା ଷ୍ଟେଜ ଉପରକୁ ନ ଯାଇ ଏହାର ସାଇଡ୍‌ରେ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ମା’ଙ୍କ ଦେହାନ୍ତ ପାଇଁ ଶୋକ ପ୍ରକାଶ କରିଥିଲେ। ଶୋକବ୍ୟକ୍ତ କରି ମମତା ବାନାର୍ଜୀ କ‌ହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ମଧ୍ୟ ଆମ ମାଆ। ପ୍ରଧାନମନ୍ତ୍ରୀଙ୍କୁ ସେ କହିଲେ, ଆପଣଙ୍କୁ ଓ ଆପଣଙ୍କ ପରିବାରବର୍ଗଙ୍କୁ କେମିତି ଶାନ୍ତ୍ବନା ଦେବି ଜାଣିପାରୁନି। ଏଭଳି ଦୁଃଖଦାୟକ ଦିନରେ ବି ଆପଣ ଭର୍ଚ୍ୟୁଆଲ୍‌ ଜରିଆରେ ଉଦ୍‌ବୋଧନ ଦେଉଛନ୍ତି। ଏହା ସମ୍ମାନର କଥା। କର୍ତ୍ତବ୍ୟ ଜରିଆରେ ଆପଣ ଆପଣଙ୍କ ମାଆଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ୭ହଜାର ୮୦୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜ୍ୟର ପ୍ରଥମ ତଥା ଦେଶର ସପ୍ତମ ‘ବନ୍ଦେ ଭାରତ ଏକ୍ସପ୍ରେସ୍’କୁ ସବୁଜ ପତାକା ଦେଖାଇଛନ୍ତି। ଏହି ଟ୍ରେନ ହୱଡା ଓ ନ୍ୟୁ ଜଲପାଇଗୁଡିକୁ ସଂଯୁକ୍ତ କରିବ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର