ବରିଷ୍ଠ ନାଗରିକଙ୍କୁ ଏବେ ରିହାତି ଦେଇ ପାରିବନି ରେଳବାଇ- କେନ୍ଦ୍ର ରେଳମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ ରେଳବାଇ ଦେଉଥିବା ରିହାତି ଏବେ ଆଉ ଲାଗୁ କରାଯାଇ ପାରିବନି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସଂସଦରେ ଏହି ସୂଚନା ଦେଇଛନ୍ତି। ଲୋକସଭାରେ ମହାରାଷ୍ଟ୍ରର ସ୍ୱାଧୀନ ସାଂସଦ ନବନୀତ ରବି ରାଣାଙ୍କ ସପ୍ଲିମେଣ୍ଟ୍ରି ପ୍ରଶ୍ନର ଜବାବରେ ରେଳମନ୍ତ୍ରୀ ଏହା କହିଛନ୍ତି। ନବନୀତ ରାଣା ତାଙ୍କ ପ୍ରଶ୍ନରେ ବରିଷ୍ଠ ନାଗରିକଙ୍କୁ ରେଳବାଇ ଦେଉଥିବା ରିହାତି କେବେ ଲାଗୁ କରିବେ ବୋଲି ପଚାରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଦେଶରେ କୋଭିଡ-୧୯ ମହାମାରୀ ପ୍ରସାର କାଳରେ ରେଳବାଇ […]

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ ରେଳବାଇ ଦେଉଥିବା ରିହାତି ଏବେ ଆଉ ଲାଗୁ କରାଯାଇ ପାରିବନି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସଂସଦରେ ଏହି ସୂଚନା ଦେଇଛନ୍ତି। ଲୋକସଭାରେ ମହାରାଷ୍ଟ୍ରର ସ୍ୱାଧୀନ ସାଂସଦ ନବନୀତ ରବି ରାଣାଙ୍କ ସପ୍ଲିମେଣ୍ଟ୍ରି ପ୍ରଶ୍ନର ଜବାବରେ ରେଳମନ୍ତ୍ରୀ ଏହା କହିଛନ୍ତି। ନବନୀତ ରାଣା ତାଙ୍କ ପ୍ରଶ୍ନରେ ବରିଷ୍ଠ ନାଗରିକଙ୍କୁ ରେଳବାଇ ଦେଉଥିବା ରିହାତି କେବେ ଲାଗୁ କରିବେ ବୋଲି ପଚାରିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ଉଲ୍ଲେଖଯୋଗ୍ୟ ଯେ, ଦେଶରେ କୋଭିଡ-୧୯ ମହାମାରୀ ପ୍ରସାର କାଳରେ ରେଳବାଇ ବରିଷ୍ଠ ନାଗରିକଙ୍କ ରିହାତି ବନ୍ଦ କରିଦେଇଥିଲେ। ତେବେ ରେଳମନ୍ତ୍ରୀ ଗତବର୍ଷ ରେଳ ଯାତ୍ରୀଙ୍କୁ ୫୯ କୋଟି ଟଙ୍କା ସବସିଡି ଦେଇଥିବା କହିଛନ୍ତି। ଏହା ଛୋଟମୋଟ ରାଶି ନୁହେଁ ଏପରିକି କେତେକ ରାଜ୍ୟର ବାର୍ଷିକ ବଜେଟ୍ ଠାରୁ ମଧ୍ୟ ଅଧିକ ବୋଲି ସେ ଗୃହରେ କହିଛନ୍ତି। ତେବେ ରେଳବାଇରେ ନୂଆ ସୁବିଧା ଆସୁଥିବାର ସେ ଗୃହକୁ ସୂଚିତ କରିଛନ୍ତି। ହେଲେ ରେଳବାଇଙ୍କ ବର୍ତ୍ତମାନ ପରିସ୍ଥିତିକୁ ସମସ୍ତଙ୍କୁ ଅନୁଭବ କରିବାକୁ ପଡିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

 

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର