ବରିଷ୍ଠ ନାଗରିକଙ୍କୁ ଏବେ ରିହାତି ଦେଇ ପାରିବନି ରେଳବାଇ- କେନ୍ଦ୍ର ରେଳମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ ରେଳବାଇ ଦେଉଥିବା ରିହାତି ଏବେ ଆଉ ଲାଗୁ କରାଯାଇ ପାରିବନି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସଂସଦରେ ଏହି ସୂଚନା ଦେଇଛନ୍ତି। ଲୋକସଭାରେ ମହାରାଷ୍ଟ୍ରର ସ୍ୱାଧୀନ ସାଂସଦ ନବନୀତ ରବି ରାଣାଙ୍କ ସପ୍ଲିମେଣ୍ଟ୍ରି ପ୍ରଶ୍ନର ଜବାବରେ ରେଳମନ୍ତ୍ରୀ ଏହା କହିଛନ୍ତି। ନବନୀତ ରାଣା ତାଙ୍କ ପ୍ରଶ୍ନରେ ବରିଷ୍ଠ ନାଗରିକଙ୍କୁ ରେଳବାଇ ଦେଉଥିବା ରିହାତି କେବେ ଲାଗୁ କରିବେ ବୋଲି ପଚାରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଦେଶରେ କୋଭିଡ-୧୯ ମହାମାରୀ ପ୍ରସାର କାଳରେ ରେଳବାଇ […]

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ ରେଳବାଇ ଦେଉଥିବା ରିହାତି ଏବେ ଆଉ ଲାଗୁ କରାଯାଇ ପାରିବନି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସଂସଦରେ ଏହି ସୂଚନା ଦେଇଛନ୍ତି। ଲୋକସଭାରେ ମହାରାଷ୍ଟ୍ରର ସ୍ୱାଧୀନ ସାଂସଦ ନବନୀତ ରବି ରାଣାଙ୍କ ସପ୍ଲିମେଣ୍ଟ୍ରି ପ୍ରଶ୍ନର ଜବାବରେ ରେଳମନ୍ତ୍ରୀ ଏହା କହିଛନ୍ତି। ନବନୀତ ରାଣା ତାଙ୍କ ପ୍ରଶ୍ନରେ ବରିଷ୍ଠ ନାଗରିକଙ୍କୁ ରେଳବାଇ ଦେଉଥିବା ରିହାତି କେବେ ଲାଗୁ କରିବେ ବୋଲି ପଚାରିଥିଲେ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଉଲ୍ଲେଖଯୋଗ୍ୟ ଯେ, ଦେଶରେ କୋଭିଡ-୧୯ ମହାମାରୀ ପ୍ରସାର କାଳରେ ରେଳବାଇ ବରିଷ୍ଠ ନାଗରିକଙ୍କ ରିହାତି ବନ୍ଦ କରିଦେଇଥିଲେ। ତେବେ ରେଳମନ୍ତ୍ରୀ ଗତବର୍ଷ ରେଳ ଯାତ୍ରୀଙ୍କୁ ୫୯ କୋଟି ଟଙ୍କା ସବସିଡି ଦେଇଥିବା କହିଛନ୍ତି। ଏହା ଛୋଟମୋଟ ରାଶି ନୁହେଁ ଏପରିକି କେତେକ ରାଜ୍ୟର ବାର୍ଷିକ ବଜେଟ୍ ଠାରୁ ମଧ୍ୟ ଅଧିକ ବୋଲି ସେ ଗୃହରେ କହିଛନ୍ତି। ତେବେ ରେଳବାଇରେ ନୂଆ ସୁବିଧା ଆସୁଥିବାର ସେ ଗୃହକୁ ସୂଚିତ କରିଛନ୍ତି। ହେଲେ ରେଳବାଇଙ୍କ ବର୍ତ୍ତମାନ ପରିସ୍ଥିତିକୁ ସମସ୍ତଙ୍କୁ ଅନୁଭବ କରିବାକୁ ପଡିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

 

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର