ମୈନପୁରୀ ଆସନରୁ ବିପୁଳ ଭୋଟରେ ଜିତି ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କ ସମ୍ମାନ ରଖିଲେ ବୋହୂ ଡିମ୍ପଲ

The Sakala Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ ବଡ଼ ବିଜୟ ହାସଲ କରିଛନ୍ତି । ଏହି ଆସନରେ ବିଜୟଲାଭ କରି ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କ ସମ୍ମାନ ରଖିଛନ୍ତି ବୋହୂ ଡିମ୍ପଲ ଯାଦବ । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ମୈନପୁରୀରେ ହୋଇଥିବା ଉପନିର୍ବାଚନରେ ସପା ପ୍ରାର୍ଥୀ ଡିମ୍ପଲ ଯାଦବ ନୂଆ କୀର୍ତ୍ତିମାନ ବନାଇଛନ୍ତି । ସେ ୨.୮୦ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜେପିର […]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ ବଡ଼ ବିଜୟ ହାସଲ କରିଛନ୍ତି । ଏହି ଆସନରେ ବିଜୟଲାଭ କରି ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କ ସମ୍ମାନ ରଖିଛନ୍ତି ବୋହୂ ଡିମ୍ପଲ ଯାଦବ । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ମୈନପୁରୀରେ ହୋଇଥିବା ଉପନିର୍ବାଚନରେ ସପା ପ୍ରାର୍ଥୀ ଡିମ୍ପଲ ଯାଦବ ନୂଆ କୀର୍ତ୍ତିମାନ ବନାଇଛନ୍ତି । ସେ ୨.୮୦ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜେପିର ରଘୁରାଜ ସିଂହ ଶାକ୍ୟଙ୍କୁ ପରାଜିତ କରିଛନ୍ତି । ଏହି ଐତିହାସିକ ବିଜୟ ସହ ଡିମ୍ପଲ ଯାଦବ ମୈନପୁରୀ ଲୋକସଭା ଆସନରୁ ପ୍ରଥମ ମହିଳା ସାଂସଦ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ସପା ପ୍ରାର୍ଥୀ ଡିମ୍ପଲ ଯାଦବ ୬୧୭୬୨୫ ଭୋଟ ପାଇଥିବାବେଳେ ରଘୁରାଜ ସିଂ ୩୨୯୪୮୯ ଭୋଟ୍ ପାଇଛନ୍ତି। ଅର୍ଥାତ୍ ଡିମ୍ପଲ୍, ବିଜେପି ପ୍ରାର୍ଥୀଙ୍କୁ ୨୮୮୧୩୬ ଭୋଟରେ ପରାସ୍ତ କରିଛନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ ଡିମ୍ପଲ ଯାଦବ ଓ ବିଜେପିରୁ ରଘୁରାଜ ସିଂହ ଶାକ୍ୟଙ୍କ ସହିତ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ। ଗୁରୁବାର ସକାଳ ୮ଟା ବେଳେ ଭୋଟଗଣତି ଆରମ୍ଭ ହୋଇଥିଲା। ଆରମ୍ଭରୁ ଡିମ୍ପଲ ଆଗୁଆ ଥିଲେ, ଯାହାକି ଭୋଟ ଗଣତି ଶେଷ ହେବାପରେ ବଡ ବିଜୟରେ ପରିଣତ ହୋଇଥିଲା।ପ୍ରକାଶଥାଉକି ୧୯୯୬ ପରେ ମୁଲାୟମ ସିଂହ ଯାଦବ ମୈନପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ସେବେଠୁ ଏପର୍ଯ୍ୟନ୍ତ ସମାଜବାଦୀ ପାର୍ଟି କେବେ ବି ଏହି ଆସନରେ ପରାଜିତ ହୋଇନାହିଁ ।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

08 Dec 2022 By The Sakala

ମୈନପୁରୀ ଆସନରୁ ବିପୁଳ ଭୋଟରେ ଜିତି ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କ ସମ୍ମାନ ରଖିଲେ ବୋହୂ ଡିମ୍ପଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ ବଡ଼ ବିଜୟ ହାସଲ କରିଛନ୍ତି । ଏହି ଆସନରେ ବିଜୟଲାଭ କରି ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କ ସମ୍ମାନ ରଖିଛନ୍ତି ବୋହୂ ଡିମ୍ପଲ ଯାଦବ । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ମୈନପୁରୀରେ ହୋଇଥିବା ଉପନିର୍ବାଚନରେ ସପା ପ୍ରାର୍ଥୀ ଡିମ୍ପଲ ଯାଦବ ନୂଆ କୀର୍ତ୍ତିମାନ ବନାଇଛନ୍ତି । ସେ ୨.୮୦ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜେପିର ରଘୁରାଜ ସିଂହ ଶାକ୍ୟଙ୍କୁ ପରାଜିତ କରିଛନ୍ତି । ଏହି ଐତିହାସିକ ବିଜୟ ସହ ଡିମ୍ପଲ ଯାଦବ ମୈନପୁରୀ ଲୋକସଭା ଆସନରୁ ପ୍ରଥମ ମହିଳା ସାଂସଦ ହୋଇଛନ୍ତି ।

ସପା ପ୍ରାର୍ଥୀ ଡିମ୍ପଲ ଯାଦବ ୬୧୭୬୨୫ ଭୋଟ ପାଇଥିବାବେଳେ ରଘୁରାଜ ସିଂ ୩୨୯୪୮୯ ଭୋଟ୍ ପାଇଛନ୍ତି। ଅର୍ଥାତ୍ ଡିମ୍ପଲ୍, ବିଜେପି ପ୍ରାର୍ଥୀଙ୍କୁ ୨୮୮୧୩୬ ଭୋଟରେ ପରାସ୍ତ କରିଛନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ ଡିମ୍ପଲ ଯାଦବ ଓ ବିଜେପିରୁ ରଘୁରାଜ ସିଂହ ଶାକ୍ୟଙ୍କ ସହିତ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ। ଗୁରୁବାର ସକାଳ ୮ଟା ବେଳେ ଭୋଟଗଣତି ଆରମ୍ଭ ହୋଇଥିଲା। ଆରମ୍ଭରୁ ଡିମ୍ପଲ ଆଗୁଆ ଥିଲେ, ଯାହାକି ଭୋଟ ଗଣତି ଶେଷ ହେବାପରେ ବଡ ବିଜୟରେ ପରିଣତ ହୋଇଥିଲା।ପ୍ରକାଶଥାଉକି ୧୯୯୬ ପରେ ମୁଲାୟମ ସିଂହ ଯାଦବ ମୈନପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ସେବେଠୁ ଏପର୍ଯ୍ୟନ୍ତ ସମାଜବାଦୀ ପାର୍ଟି କେବେ ବି ଏହି ଆସନରେ ପରାଜିତ ହୋଇନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର