ଠିକଣା ପଚାରିବା ବାହାନାରେ ଯୁବକଙ୍କୁ ଅପହରଣ କରି ଗଣଦୁଷ୍କର୍ମ କଲେ ୪ ଯୁବତୀ

The Sakala Picture
Published On

ପଞ୍ଜାବ: ଦୁଷ୍କର୍ମର ଶିକାର ହେଲେ ଯୁବକ । ଜଣେ ଯୁବକଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବତୀ । ଠିକଣା ପଚାରିବା ବାହାନାରେ ଜଣେ ଯୁବକଙ୍କୁ ଅପହରଣ କରିବା ପରେ ୪ ଜଣ ଯୁବତୀ ମିଶି ଗଣଦୁଷ୍କର୍ମ କରିଛନ୍ତି । ପଞ୍ଜାବର ଜଳନ୍ଧରରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏପରି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବକଙ୍କୁ ୪ ଜଣ ଯୁବତୀ ଆଖିରେ ରସାୟନିକ ସ୍ପ୍ରେ କରି ଅପହରଣ କଲେ, ତାପରେ ନିଶା ଦେଇ ଜଙ୍ଗଲରେ କରିଲେ ଦୁଷ୍କର୍ମ। […]

ପଞ୍ଜାବ: ଦୁଷ୍କର୍ମର ଶିକାର ହେଲେ ଯୁବକ । ଜଣେ ଯୁବକଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବତୀ । ଠିକଣା ପଚାରିବା ବାହାନାରେ ଜଣେ ଯୁବକଙ୍କୁ ଅପହରଣ କରିବା ପରେ ୪ ଜଣ ଯୁବତୀ ମିଶି ଗଣଦୁଷ୍କର୍ମ କରିଛନ୍ତି । ପଞ୍ଜାବର ଜଳନ୍ଧରରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏପରି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବକଙ୍କୁ ୪ ଜଣ ଯୁବତୀ ଆଖିରେ ରସାୟନିକ ସ୍ପ୍ରେ କରି ଅପହରଣ କଲେ, ତାପରେ ନିଶା ଦେଇ ଜଙ୍ଗଲରେ କରିଲେ ଦୁଷ୍କର୍ମ। ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଇଛନ୍ତି ଯୁବତୀମାନେ ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ସୂଚନା ଅନୁସାରେ, ପୁରୁଷ ଜଣଙ୍କ ଗୋଟିଏ ଚମଡା କାରଖାନାରେ କାମ କରନ୍ତି । କାରଖାନାରୁ କାମ ସାରି ସନ୍ଧ୍ୟା ସମୟରେ ଯୁବକ ଜଣକ ଘରକୁ ଫେରୁଥିବାବେଳେ ବାଟରେ ହଠାତ୍ ଚାରି ଜଣ ଝିଅ ତାଙ୍କ ଗାଡିକୁ ଅଟକାଇଥିଲେ । କାଗଜରେ ଲେଖାଥିବା ଠିକଣା ଦେଖାଇ ତାଙ୍କୁ ଅଟକାଇଥିଲେ । ହଠାତ୍ ଆଖିରେ ରସାୟନିକ ପଦାର୍ଥ ସ୍ପ୍ରେ କରି ତାଙ୍କୁ ଟାଣି ନେଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ସେ ମୁର୍ଚ୍ଛା ହୋଇଯାଇଥିଲା । ଏହାପରେ ଯୁବତୀମାନେ ତାଙ୍କୁ କାର୍‌ରେ ଅପହରଣ କରିଥିଲେ । ଜଙ୍ଗଲ ଭିତରକୁ ନେଇ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ବାନ୍ଧି ଯୁବତୀମାନେ ଦୁଷ୍କର୍ମ କରିଥିଲେ । ଏପିରିକି ଜଣଙ୍କ ପରେ ଜଣେ ଯୁବତୀ ତାଙ୍କ ସହ ଯୌନ ସଂପର୍କ ରଖିଥିଲେ । ଏହି ସମୟରେ ତାଙ୍କୁ ଜୋର ଜବରଦସ୍ତ ମଦ ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ । ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଥିଲେ ୪ ଯୁବତୀ । ଅପହରଣକାରୀ ଯୁବତୀ ମାନେ ଉଚ୍ଚ ଶିକ୍ଷିତା ଏବଂ ସମ୍ଭ୍ରାନ୍ତ ପରିବାରର ବୋଲି ଯୁବକ ଜଣକ କହିଛନ୍ତି । ସହରରେ ହୋଇଥିବା ଏଭଳି ଅଜବ ଘଟଣାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ଅଛନ୍ତି।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର