ଡକ୍ଟର ସିଭି ଆନନ୍ଦା ବୋଷ ହେଲେ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ

The Sakala Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ହେଲେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଡ.ସିଭି ଆନନ୍ଦା ବୋଷ । କେନ୍ଦ୍ର ସରକାରଙ୍କ ସୁପାରିସକ୍ରମେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଭାବେ ଡକ୍ଟର ବୋଷଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ତାଙ୍କର ଏହି ନିଯୁକ୍ତି ଲାଗୁ ହେବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ହେବା ପରେ ପଶ୍ଚିମବଙ୍ଗର ରାଜ୍ୟପାଳ […]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ହେଲେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଡ.ସିଭି ଆନନ୍ଦା ବୋଷ । କେନ୍ଦ୍ର ସରକାରଙ୍କ ସୁପାରିସକ୍ରମେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଭାବେ ଡକ୍ଟର ବୋଷଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ତାଙ୍କର ଏହି ନିଯୁକ୍ତି ଲାଗୁ ହେବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ହେବା ପରେ ପଶ୍ଚିମବଙ୍ଗର ରାଜ୍ୟପାଳ ପଦବୀ ଖାଲି ଥିଲା । ମଣିପୁର ରାଜ୍ୟପାଳ ଲା ଗଣେଶନ ଗତ ଜୁଲାଇରୁ ପଶ୍ଚିମବଙ୍ଗର ରାଜ୍ୟପାଳଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ଏଥିପାଇଁ କେନ୍ଦ୍ର ସରକାର ଡକ୍ଟର ବୋଷଙ୍କୁ ବେଙ୍ଗଲ ରାଜ୍ୟପାଳ ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଡ. ବୋଷ ଜଣେ ଆଇଏଏସ୍ ଅଧିକାରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଏକଦା ଜିଲ୍ଲାପାଳ ଭାବେ କାମ କରୁଥିବା ଡକ୍ଟର ବୋଷ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ବିଭାଗରେ କାମ କରିଛନ୍ତି। ଜଣେ ସ୍ତମ୍ଭକାର ଓ ଲେଖକ ଭାବେ ପରିଚିତ ବୋଷ ଇଂରାଜୀ, ମାଲାୟଲମ ଓ ହିନ୍ଦୀରେ ୪୦ଟି ବହି ଲେଖିଛନ୍ତି । ସେ ମଧ୍ୟ ଜବାହରଲାଲ ନେହେରୁ ଫେଲୋସିପ ପାଇଛନ୍ତି । ପ୍ରଶାସନିକ ସେବାରୁ ଅବସର ନେବା ପରେ ସେ ମେଘାଳୟ ସରକାରଙ୍କ ପରାମର୍ଶଦାତା ହୋଇଥିଲେ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର