ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନିକାଣ୍ଡ, ୮ ଶିଶୁଙ୍କ ସମେତ ୧୮ ଜଣ ଜୀବନ୍ତ ଦଗ୍ଧ

The Sakala Picture
Published On

କରାଚୀ : ପାକିସ୍ତାନର ଜମଶୋରେ ଜିଲ୍ଲାରେ ବୁଧବାର ସନ୍ଧ୍ୟାରେ ହୃଦୟ ବିଦାରକ ଘଟଣା ଘଟିଯାଇଛି । ଏକ ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ୮ ଶିଶୁଙ୍କ ସମେତ ୧୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନେକ ଗୁରୁତର ଆହତ ଥିବା ସୂଚନା । ସମସ୍ତଙ୍କୁ ଜମଶୋରୋ ମେଡିକାଲ ନିଆଯାଇଛି । ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ବସ୍ ଟି କରାଚୀରୁ ଖୈରପୁର ନାଥନ ଶାହ ଫେରୁଥିଲା । ନୁରିୟାବାଦ ପାଖରେ ଏଥିରେ […]

କରାଚୀ : ପାକିସ୍ତାନର ଜମଶୋରେ ଜିଲ୍ଲାରେ ବୁଧବାର ସନ୍ଧ୍ୟାରେ ହୃଦୟ ବିଦାରକ ଘଟଣା ଘଟିଯାଇଛି । ଏକ ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ୮ ଶିଶୁଙ୍କ ସମେତ ୧୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନେକ ଗୁରୁତର ଆହତ ଥିବା ସୂଚନା । ସମସ୍ତଙ୍କୁ ଜମଶୋରୋ ମେଡିକାଲ ନିଆଯାଇଛି । ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ବସ୍ ଟି କରାଚୀରୁ ଖୈରପୁର ନାଥନ ଶାହ ଫେରୁଥିଲା । ନୁରିୟାବାଦ ପାଖରେ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ବସରେ ବନ୍ୟା ପ୍ରଭାବିତ ଲୋକ ଯାତ୍ରା କରୁଥିଲେ ଏବଂ ସେମାନେ ଘରକୁ ଫେରୁଥିଲେ । ଦୁର୍ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦିଆଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ, ନିଆଁ କୋଚର ଏୟାର-କଣ୍ଡିସନିଂ ସିଷ୍ଟମରେ ତ୍ରୁଟି କାରଣରୁ ଲାଗିଥିଲା, ଯାହା କି ସମ୍ପୂର୍ଣ୍ଣ ବସରେ ବ୍ୟାପିଯାଇଥିଲା । ନିଆଁରୁ ବଞ୍ଚିବା ପାଇଁ କିଛି ଯାତ୍ରୀ ବସରୁ ଡେଇଁ ପଡ଼ିଥିଲେ । କୁହାଯାଉଛି ଯେ ବସରେ ପ୍ରାୟ ୩୫ରୁ ଅଧିକ ଲୋକ ଥିଲେ ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର