ଆଜିଠୁ ଭାରତରେ ଆରମ୍ଭ ହେବ ‘୫-ଜି’ ଯୁଗ, ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁରରୁ ଆରମ୍ଭ ହେବ ଏହି ସେବା

The Sakala Picture
Published On

ନୂଆଦିଲ୍ଲୀ: ଆଜିଠୁ ଭାରତରେ ଆରମ୍ଭ ହେବ 5G ସେବା। ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଚୁଟକିରେ ଖୋଲିବ ଓ୍ବେବସାଇଟ । ଆଜି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫G ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତିନି ପ୍ରମୁଖ ଟେଲିକମ ଅପରେଟର୍ ପ୍ରଧାନମନ୍ତ୍ରୀଙ୍କ ଆଗରେ ୫-ଜି ଜ୍ଞାନକୌଶଳର ଉପସ୍ଥାପନ କରିବେ । ଏହି ଅବସରରେ ରିଲାଏନ୍ସ ଜିଓର ମୁକେଶ ଅମ୍ବାନୀ, ଏୟାରଟେଲର ସୁନୀଲ ମିତଲ ଓ […]

ନୂଆଦିଲ୍ଲୀ: ଆଜିଠୁ ଭାରତରେ ଆରମ୍ଭ ହେବ 5G ସେବା। ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଚୁଟକିରେ ଖୋଲିବ ଓ୍ବେବସାଇଟ । ଆଜି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫G ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତିନି ପ୍ରମୁଖ ଟେଲିକମ ଅପରେଟର୍ ପ୍ରଧାନମନ୍ତ୍ରୀଙ୍କ ଆଗରେ ୫-ଜି ଜ୍ଞାନକୌଶଳର ଉପସ୍ଥାପନ କରିବେ । ଏହି ଅବସରରେ ରିଲାଏନ୍ସ ଜିଓର ମୁକେଶ ଅମ୍ବାନୀ, ଏୟାରଟେଲର ସୁନୀଲ ମିତଲ ଓ ଭୋଡାଫୋନ୍-ଆଇଡିଆର କୁମାର ମଙ୍ଗଳମ ଉପସ୍ଥିତ ରହିବେ । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇ ଆଦି କିଛି ନିର୍ଦ୍ଦିଷ୍ଟ ସହରରେ ୫G ସେବା ମିଳିପାରିବ । ଏହା ପରେ ପର୍ଯ୍ୟାୟକ୍ରମେ ଆସନ୍ତା ଦୁଇ ବର୍ଷ ଭିତରେ ଏହି ସେବା ‌ସାରା ଦେଶରେ ପହଞ୍ଚିବ। କେଉଁ କମ୍ପାନୀର ୫ଜି ସେବା ଆଜିଠାରୁ ଆରମ୍ଭ ହେବ ତାହା ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ରିଲାଏନ୍ସ ଜିଓର ସେବା ମିଳିବ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ରାଷ୍ଟ୍ରପତି ହେବା ପରେ ବାମନଘାଟୀ ଉପଖଣ୍ଡ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲୁ ରହିଛି। ଯେଉଁଥିପାଇଁ ରାଷ୍ଟ୍ରପତିଙ୍କ ପୈତୃକ ଗାଁ ଉପରବେଡ଼ା ଏବଂ ଶଶୁର ଗାଁ ପାହାଡ଼ପୁର ଏବେ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ସବୁଠୁ ଖୁସିର ବିଷୟ, ଆଜି ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ବାଦାମପାହାଡ଼ ସନ୍ନିକଟ ପାହାଡ଼ପୁରସ୍ଥିତ ରାଷ୍ଟ୍ରପତିଙ୍କ ସ୍ୱାମୀ ଏବଂ ପୁତ୍ରଙ୍କ ସ୍ମୃତିରେ ନିର୍ମିତ ଏସ୍‌‌ଏଲ୍‌‌ଏସ୍‌‌ ଆବାସିକ ବିଦ୍ୟାଳୟ ପରିସରରୁ ଦିନ ୧୧ଟା ବେଳେ ରାଜ୍ୟର ପ୍ରଥମ ‘୫-ଜି’ ମୋବାଇଲ୍‌‌ ସେବାର ଶୁଭାରମ୍ଭ ହେବାକୁ ଯାଉଛି। ଓଡ଼ିଶାରେ ପ୍ରଥମ 5G ସେବା ଏହି ସ୍କୁଲ ପାଇବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଏହି ‘୫-ଜି’ ସେବା ‘୪-ଜି’ ମୋବାଇଲ୍‌‌ ସେବାଠାରୁ ପ୍ରାୟ ୧୦ ଗୁଣ ଅଧିକ ରହିବ ବୋଲି ଆଶା କରାଯାଉଛି। ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G। ୨ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା, ଏବେ ଫାଇଭ୍-ଜିରେ ସେହି ଫାଇଲ ଡାଉନ୍ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର