ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ତେଲ ଦର କମାଇଲେ ମମତା ସରକାର

The Sakala Picture
Published On

କୋଲକାତା : ଦେଶରେ ବଢିଚାଲିଛି ପେଟ୍ରୋଲ-ଡିଜେଲ ଦର । ଦେଶର ବିଭିନ୍ନ ସହରରେ ତେଲ ଦର ୧୦୦ ଛୁଇଁ ସାରିଲାଣି। ତେଲ ଦର ବୃଦ୍ଧି ହେବା କାରଣରୁ ଜନତା ଅସ୍ତବ୍ୟସ୍ତ ହେଉଥିବା ବେଳେ ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟବାସୀଙ୍କ ପାଇଁ ତେଲ ଦରରେ ରିହାତି କରିଛନ୍ତି। ମମତା ବାନାର୍ଜୀଙ୍କ ସରକାର ପେଟ୍ରୋଲ-ଡିଜେଲ ମୂଲ୍ୟରେ ଏକ ଟଙ୍କା ଲେଖାଏଁ କମ୍‌ କରିଛନ୍ତି।  ଆଜି ମଧ୍ୟରାତ୍ରିରୁ ପେଟ୍ରୋଲ-ଡିଜେଲ୍‌ ଦାମରେ ଟଙ୍କାଏ ଲେଖାଏଁ କମ୍‌  କରାଯିବ । ଏନେଇ ଜାତୀୟ ଗଣମାଧ୍ୟମ […]

କୋଲକାତା : ଦେଶରେ ବଢିଚାଲିଛି ପେଟ୍ରୋଲ-ଡିଜେଲ ଦର । ଦେଶର ବିଭିନ୍ନ ସହରରେ ତେଲ ଦର ୧୦୦ ଛୁଇଁ ସାରିଲାଣି। ତେଲ ଦର ବୃଦ୍ଧି ହେବା କାରଣରୁ ଜନତା ଅସ୍ତବ୍ୟସ୍ତ ହେଉଥିବା ବେଳେ ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟବାସୀଙ୍କ ପାଇଁ ତେଲ ଦରରେ ରିହାତି କରିଛନ୍ତି। ମମତା ବାନାର୍ଜୀଙ୍କ ସରକାର ପେଟ୍ରୋଲ-ଡିଜେଲ ମୂଲ୍ୟରେ ଏକ ଟଙ୍କା ଲେଖାଏଁ କମ୍‌ କରିଛନ୍ତି।  ଆଜି ମଧ୍ୟରାତ୍ରିରୁ ପେଟ୍ରୋଲ-ଡିଜେଲ୍‌ ଦାମରେ ଟଙ୍କାଏ ଲେଖାଏଁ କମ୍‌  କରାଯିବ ।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ

ଏନେଇ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ  ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ତୈଳ ଦର କମ୍‌ ନେଇ ରବିବାର ସୂଚନା ଦେଇଛନ୍ତି। ରାଜଧାନୀ କୋଲକାତାରେ ରବିବାର ପେଟ୍ରୋଲ ଲିଟର ୯୧.୭୮ ଟଙ୍କା ରହିଛି। ଡିଜେଲ ଲିଟର ୮୪.୫୬ ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ରବିବାର ପେଟ୍ରୋଲ ୯୦.୫୮ ଟଙ୍କା ପ୍ରତି ଲିଟର ରହିଛି। ପଶ୍ଚିବଙ୍ଗରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସରକାରଙ୍କ ନିଷ୍ପତ୍ତି ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ସୂଚନାଯୋଗ୍ୟ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସମଗ୍ର ଦେଶରେ ବଢିଚାଲିଛି। ପଶ୍ଚିମବଙ୍ଗ ପୂର୍ବରୁ ମେଘାଳୟ ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସାତ ଟଙ୍କା ରିହାତି ପ୍ରଦାନ କରିଛନ୍ତି। ଦେଶର ଅନେକ ରାଜ୍ୟରେ ତେଲ ଦର ଲିଟର ପିଛା ପ୍ରାୟ ୧୦୦ ଟଙ୍କାରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର