ଏସସିଓ ସମ୍ମିଳନୀରେ ଭାରତ-ଚୀନ୍ ତିକ୍ତ ସମ୍ପର୍କର ଚିତ୍ର: ସାମ୍‌ନାସାମ୍‌ନି ହେଲେ କିନ୍ତୁ ମୋଦୀ ଜିନ୍‌ପିଙ୍ଗ୍‌ଙ୍କୁ ଦେଖି ନଦେଖିଲା ପରି ଏଡ଼ାଇଗଲେ

The Sakala Picture
Published On

ସମରକନ୍ଦ: ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ମଧ୍ୟ ବାର୍ତ୍ତାଳାପ ହୋଇନାହିଁ। ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ର ଶିଖର ସମ୍ମିଳନୀରେ ଉଭୟ ନେତା ସାମ୍‌ନାସାମ୍‌ନି ହୋଇଥିଲେ; କିନ୍ତୁ ମୋଦୀ ଜିନ୍‌ପିଙ୍ଗ୍‌ଙ୍କୁ ଦେଖି ନଦେଖିଲା ପରି ଏଡ଼ାଇ ଯାଇଥିଲେ। କରୋନା ପରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଭାବେ ଅନୁଷ୍ଠିତ ଏସ୍‌ସିଓ ବୈଠକ ପରିପ୍ରେକ୍ଷୀରେ […]

ସମରକନ୍ଦ: ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ମଧ୍ୟ ବାର୍ତ୍ତାଳାପ ହୋଇନାହିଁ। ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ର ଶିଖର ସମ୍ମିଳନୀରେ ଉଭୟ ନେତା ସାମ୍‌ନାସାମ୍‌ନି ହୋଇଥିଲେ; କିନ୍ତୁ ମୋଦୀ ଜିନ୍‌ପିଙ୍ଗ୍‌ଙ୍କୁ ଦେଖି ନଦେଖିଲା ପରି ଏଡ଼ାଇ ଯାଇଥିଲେ।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

କରୋନା ପରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଭାବେ ଅନୁଷ୍ଠିତ ଏସ୍‌ସିଓ ବୈଠକ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଉଭୟ ନେତା ପ୍ରାୟ ୫୦ ମିନିଟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଏହି ସମୟରେ ମୋଦୀ କହିଥିଲେ ଯେ ଆଜି ବିଶ୍ବ ବିଶେଷ କରି ବିକାଶଶୀଳ ଦେଶଗୁଡିକ ଖାଦ୍ୟ ସୁରକ୍ଷା, ତୈଳ ସୁରକ୍ଷା ଏବଂ ସାର ଭଳି ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ପାଇଁ ରାସ୍ତା ବାହାର କରିବାକୁ ପଡିବ। ଏ ଦିଗରେ ଆପଣ ଉଦ୍ୟମ କରିବା ଉଚିତ। ସଙ୍କଟ ସମୟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ବାହାର କରିବାକୁ ସାହାଯ୍ୟ କରିଥିବାରୁ ମୋଦୀ ପୁତିନଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଜିର ସମୟ ଯୁଦ୍ଧର ନୁହେଁ ବୋଲି ମୋଦୀ କହିଛନ୍ତି। କୂଟନୀତି ଏବଂ ଆଲୋଚନା କରି ବିବାଦର ସମାଧାନ କରିବା ଉଚିତ। ଗତ କିଛି ଦଶନ୍ଧି ହେଲା ଭାରତ-ରୁଷ୍‌ ଏକାଠି ଅଛନ୍ତି। ଆଗକୁ ଦ୍ବିପାକ୍ଷିକ ସମ୍ବନ୍ଧକୁ ଅଧିକ ମଜଭୁତ କରାଯିବ। ପୁତିନ କହିଥିଲେ ଯେ ଯୁଦ୍ଧକୁ ନେଇ ଭାରତ ସ୍ଥିତି ଏବଂ ଚିନ୍ତା ବିଷୟରେ ସେ ଅବଗତ ଅଛନ୍ତି। ରୁଷ୍‌ ମଧ୍ୟ ଯୁଦ୍ଧ ଶୀଘ୍ର ଶେଷ ହେଉ ବୋଲି ଚାହୁଁଛି। କିନ୍ତୁ ୟୁକ୍ରେନ ଏଥିରେ ସହଯୋଗ କରୁନାହିଁ। ୟୁକ୍ରେନର ସ୍ଥିତିକୁ ନେଇ ରୁଷ୍‌ ଭାରତକୁ ସୂଚନା ଦେବା ଜାରି ରଖିବ। ଭାରତ ସାର ଚାହିଦାକୁ ପୂରଣ କରାଯିବ ବୋଲି ପୁତିନ ପ୍ରତିଶ୍ରୁତି ଦେଇଛନ୍ତି। ଶକ୍ତି କ୍ଷେତ୍ରରେ ମଧ୍ୟ ସହଯୋଗ କରାଯିବ। ଭାରତ-ରୁଷ୍‌ ଭିସା ମୁକ୍ତ ପର୍ଯ୍ୟଟନ ପାଇଁ ମଧ୍ୟ ବିଚାର କରାଯାଉଛି।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

ଭାରତ ଏସ୍‌ସିଓ ସଦସ୍ୟ ମାନଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପରସ୍ପର ମଧ୍ୟରେ ବିଶ୍ବସକୁ ଅଧିକ ସମର୍ଥନ କରୁଛି । ମହାମାରୀ ଏବଂ ୟୁକ୍ରେନ୍‌ର ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳାରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଏଥିଯୋଗୁଁ ବିଶ୍ବ ଶକ୍ତି ଏବଂ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛି । ତେଣୁ ଏସ୍‌ସିଓକୁ ବିଶ୍ୱସ୍ତ, ନମନୀୟ ଏବଂ ବିବିଧତାପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ବିକଶିତ କରିବା ନିମନ୍ତେ ପ୍ରୟାସ ଜରୁରୀ । ଏଥି ପାଇଁ ଉନ୍ନତ ମାନର ସଂଯୋଗର ଆବଶ୍ୟକତା ରହିଛି। ମୋଦୀ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଏକାଠି କାମ କରିବାକୁ ସଦସ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଆସନ୍ତା ବର୍ଷ ଭାରତ ଏସ୍‌ସିଓର ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ବୈଠକରେ ଚୀନ୍‌ ରାଷ୍ଟ୍ରପତି ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆ ସଙ୍କଟ ଏବଂ ହରମୁଜ୍ ପ୍ରଣାଳୀ ଅବରୋଧ: ଆସନ୍ତା ସପ୍ତାହରେ ହେଡ୍ସ ଅଫ୍ ମିଶନ୍ ସମ୍ମିଳନୀରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସ ଏବଂ ମଧ୍ୟ ଏସିଆ ଦେଶର ଅନେକ ନେତା ମଧ୍ୟ ସାମିଲ ହୋଇଛନ୍ତି। ଏହି ଅବସରରେ ମୋଦୀ ତୁର୍କୀ ରାଷ୍ଟ୍ରପତି ରିସେଫ୍‌ ଏର୍ଦୋଗାନ୍‌ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି।

17 Sep 2022 By The Sakala

ଏସସିଓ ସମ୍ମିଳନୀରେ ଭାରତ-ଚୀନ୍ ତିକ୍ତ ସମ୍ପର୍କର ଚିତ୍ର: ସାମ୍‌ନାସାମ୍‌ନି ହେଲେ କିନ୍ତୁ ମୋଦୀ ଜିନ୍‌ପିଙ୍ଗ୍‌ଙ୍କୁ ଦେଖି ନଦେଖିଲା ପରି ଏଡ଼ାଇଗଲେ

ସମରକନ୍ଦ: ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ମଧ୍ୟ ବାର୍ତ୍ତାଳାପ ହୋଇନାହିଁ। ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ର ଶିଖର ସମ୍ମିଳନୀରେ ଉଭୟ ନେତା ସାମ୍‌ନାସାମ୍‌ନି ହୋଇଥିଲେ; କିନ୍ତୁ ମୋଦୀ ଜିନ୍‌ପିଙ୍ଗ୍‌ଙ୍କୁ ଦେଖି ନଦେଖିଲା ପରି ଏଡ଼ାଇ ଯାଇଥିଲେ।

କରୋନା ପରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଭାବେ ଅନୁଷ୍ଠିତ ଏସ୍‌ସିଓ ବୈଠକ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଉଭୟ ନେତା ପ୍ରାୟ ୫୦ ମିନିଟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଏହି ସମୟରେ ମୋଦୀ କହିଥିଲେ ଯେ ଆଜି ବିଶ୍ବ ବିଶେଷ କରି ବିକାଶଶୀଳ ଦେଶଗୁଡିକ ଖାଦ୍ୟ ସୁରକ୍ଷା, ତୈଳ ସୁରକ୍ଷା ଏବଂ ସାର ଭଳି ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ପାଇଁ ରାସ୍ତା ବାହାର କରିବାକୁ ପଡିବ। ଏ ଦିଗରେ ଆପଣ ଉଦ୍ୟମ କରିବା ଉଚିତ। ସଙ୍କଟ ସମୟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ବାହାର କରିବାକୁ ସାହାଯ୍ୟ କରିଥିବାରୁ ମୋଦୀ ପୁତିନଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଜିର ସମୟ ଯୁଦ୍ଧର ନୁହେଁ ବୋଲି ମୋଦୀ କହିଛନ୍ତି। କୂଟନୀତି ଏବଂ ଆଲୋଚନା କରି ବିବାଦର ସମାଧାନ କରିବା ଉଚିତ। ଗତ କିଛି ଦଶନ୍ଧି ହେଲା ଭାରତ-ରୁଷ୍‌ ଏକାଠି ଅଛନ୍ତି। ଆଗକୁ ଦ୍ବିପାକ୍ଷିକ ସମ୍ବନ୍ଧକୁ ଅଧିକ ମଜଭୁତ କରାଯିବ। ପୁତିନ କହିଥିଲେ ଯେ ଯୁଦ୍ଧକୁ ନେଇ ଭାରତ ସ୍ଥିତି ଏବଂ ଚିନ୍ତା ବିଷୟରେ ସେ ଅବଗତ ଅଛନ୍ତି। ରୁଷ୍‌ ମଧ୍ୟ ଯୁଦ୍ଧ ଶୀଘ୍ର ଶେଷ ହେଉ ବୋଲି ଚାହୁଁଛି। କିନ୍ତୁ ୟୁକ୍ରେନ ଏଥିରେ ସହଯୋଗ କରୁନାହିଁ। ୟୁକ୍ରେନର ସ୍ଥିତିକୁ ନେଇ ରୁଷ୍‌ ଭାରତକୁ ସୂଚନା ଦେବା ଜାରି ରଖିବ। ଭାରତ ସାର ଚାହିଦାକୁ ପୂରଣ କରାଯିବ ବୋଲି ପୁତିନ ପ୍ରତିଶ୍ରୁତି ଦେଇଛନ୍ତି। ଶକ୍ତି କ୍ଷେତ୍ରରେ ମଧ୍ୟ ସହଯୋଗ କରାଯିବ। ଭାରତ-ରୁଷ୍‌ ଭିସା ମୁକ୍ତ ପର୍ଯ୍ୟଟନ ପାଇଁ ମଧ୍ୟ ବିଚାର କରାଯାଉଛି।

ଭାରତ ଏସ୍‌ସିଓ ସଦସ୍ୟ ମାନଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପରସ୍ପର ମଧ୍ୟରେ ବିଶ୍ବସକୁ ଅଧିକ ସମର୍ଥନ କରୁଛି । ମହାମାରୀ ଏବଂ ୟୁକ୍ରେନ୍‌ର ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳାରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଏଥିଯୋଗୁଁ ବିଶ୍ବ ଶକ୍ତି ଏବଂ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛି । ତେଣୁ ଏସ୍‌ସିଓକୁ ବିଶ୍ୱସ୍ତ, ନମନୀୟ ଏବଂ ବିବିଧତାପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ବିକଶିତ କରିବା ନିମନ୍ତେ ପ୍ରୟାସ ଜରୁରୀ । ଏଥି ପାଇଁ ଉନ୍ନତ ମାନର ସଂଯୋଗର ଆବଶ୍ୟକତା ରହିଛି। ମୋଦୀ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଏକାଠି କାମ କରିବାକୁ ସଦସ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଆସନ୍ତା ବର୍ଷ ଭାରତ ଏସ୍‌ସିଓର ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ବୈଠକରେ ଚୀନ୍‌ ରାଷ୍ଟ୍ରପତି ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସ ଏବଂ ମଧ୍ୟ ଏସିଆ ଦେଶର ଅନେକ ନେତା ମଧ୍ୟ ସାମିଲ ହୋଇଛନ୍ତି। ଏହି ଅବସରରେ ମୋଦୀ ତୁର୍କୀ ରାଷ୍ଟ୍ରପତି ରିସେଫ୍‌ ଏର୍ଦୋଗାନ୍‌ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର