ଝାଡ଼ଖଣ୍ଡର: ବିଶ୍ବାସ ଭୋଟ ଜିତିଲେ ସୋରେନ, ସପକ୍ଷରେ ପଡ଼ିଲା ୪୮ ଭୋଟ୍

The Sakala Picture
Published On

ରାଞ୍ଚି: ଝାଡ଼ଖଣ୍ଡରେ ବିଶ୍ବାସ ଭୋଟ ଜିତିଲେ ସୋରେନ । ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମେଣ୍ଟ ସରକାର । ୮୧ ମଧ୍ୟରୁ ସୋରେନଙ୍କ ସପକ୍ଷରେ ୪୮ ଭୋଟ୍ ପଡ଼ିଛି । ଭୋଟିଂ ବେଳେ ବିଧାନସଭାରୁ ଓ୍ବାକଆଉଟ୍ କଲା ବିଜେପି । ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସୋରେନ ବିଜେପିକୁ ଚ୍ୟାଲେଞ୍ଜ କରି କହିଥିଲେ ଯେଉଁ ଜାଲ ଆମ ପାଇଁ ବିଛାଯାଇଥିଲା, ସେହି ଜାଲରେ ବାନ୍ଧି ବାହାର କରିଦିଆଯିବ। ସୋରେନ ଏବଂ ତାଙ୍କ ପାର୍ଟି ଜେଏମଏମ ବିଜେପି ଉପରେ ସଙ୍କଟ […]

ରାଞ୍ଚି: ଝାଡ଼ଖଣ୍ଡରେ ବିଶ୍ବାସ ଭୋଟ ଜିତିଲେ ସୋରେନ । ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମେଣ୍ଟ ସରକାର । ୮୧ ମଧ୍ୟରୁ ସୋରେନଙ୍କ ସପକ୍ଷରେ ୪୮ ଭୋଟ୍ ପଡ଼ିଛି । ଭୋଟିଂ ବେଳେ ବିଧାନସଭାରୁ ଓ୍ବାକଆଉଟ୍ କଲା ବିଜେପି । ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସୋରେନ ବିଜେପିକୁ ଚ୍ୟାଲେଞ୍ଜ କରି କହିଥିଲେ ଯେଉଁ ଜାଲ ଆମ ପାଇଁ ବିଛାଯାଇଥିଲା, ସେହି ଜାଲରେ ବାନ୍ଧି ବାହାର କରିଦିଆଯିବ। ସୋରେନ ଏବଂ ତାଙ୍କ ପାର୍ଟି ଜେଏମଏମ ବିଜେପି ଉପରେ ସଙ୍କଟ ଫାଇଦା ଉଠାଇବାର ପ୍ରୟାସ ଏବଂ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରିବାର ଅଭିଯୋଗ କରିଛି । ଅନ୍ୟପକ୍ଷରେ ବିଜେପି କହିଛି ହେମନ୍ତ ସୋରେନଙ୍କୁ ବିଧାୟକ ରୂପରେ ଅଯୋଗ୍ୟ ଘୋଷିତ କରାଯିବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ଜାହାଜର ଧକ୍କା, ଇସଲାମାବାଦକୁ କଡ଼ା ଚେତାବନୀ

ସୂଚନା ଅନୁଯାୟୀ, ଅଫିସ୍ ଅଫ ପ୍ରଫିଟ ମାମଲାରେ ହେମନ୍ତ ସୋରେନ ଫସିଥିଲେ । ଏହି କାରଣରୁ ନିର୍ବାଚନ ଆୟୋଗ ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ରାଜ୍ୟପାଳନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ସୋରେନ ସରକାର ବଞ୍ଚାଇବା ପାଇଁ ମେଣ୍ଟ ବିଧାୟକମାନଙ୍କୁ ଏକାଠି ହୋଟେଲରେ ରଖିଥିଲେ । ଏମିତି କି କିଛିଦିନ ପାଇଁ କଂଗ୍ରେସ ଶାସିତ ଛତିଶଗଡ଼ର ରାୟପୁରରେ ବିଧାୟକମାନଙ୍କୁ ରଖାଯାଇଥିଲା । ସ୍ୱତନ୍ତ୍ର ଅଧିବେଶନ ପାଇଁ ଆଜି ସେମାନେ ରାଞ୍ଚି ଆସିଥିଲେ।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର