ମଣିପୁରରେ ନୀତୀଶ କୁମାରଙ୍କୁ ଝଟକା, ୫ ଜେଡିୟୁ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ
ଇମ୍ଫାଲ: ମଣିପୁରରେ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ଲାଗିଛି ଶକ୍ତ ଝଟ୍କା । ଜେଡିୟୁର ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ମଣିପୁରର ୬ ଜଣ ଜେଡି(ୟୁ) ବିଧାୟକଙ୍କ ମଧ୍ୟରୁ ପାଞ୍ଚ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେଏଚ ଜୟକିଷାନ, ଏନ ସନାତେ, ମହମ୍ମଦ ଅଛବ ଉଦ୍ଦୀନ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏଏଣ ଖାଇଟେ ଏବଂ ଥାଙ୍ଗଜାମା ଅରୁଣ କୁମାର ସାମିଲ ଅଛନ୍ତି । ଗତ ମାସରେ ବିହାରରେ ବିଜେପି ଏବଂ […]
ଇମ୍ଫାଲ: ମଣିପୁରରେ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ଲାଗିଛି ଶକ୍ତ ଝଟ୍କା । ଜେଡିୟୁର ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ମଣିପୁରର ୬ ଜଣ ଜେଡି(ୟୁ) ବିଧାୟକଙ୍କ ମଧ୍ୟରୁ ପାଞ୍ଚ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେଏଚ ଜୟକିଷାନ, ଏନ ସନାତେ, ମହମ୍ମଦ ଅଛବ ଉଦ୍ଦୀନ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏଏଣ ଖାଇଟେ ଏବଂ ଥାଙ୍ଗଜାମା ଅରୁଣ କୁମାର ସାମିଲ ଅଛନ୍ତି । ଗତ ମାସରେ ବିହାରରେ ବିଜେପି ଏବଂ ଜେଡିୟୁ ଅଲଗା ହେବା ପରେ ଦଳର ମଣିପୁର ବିଧାୟକଙ୍କ ଦ୍ଵାରା ଏହି ପଦକ୍ଷେପ ନିଆଯାଇଛି। ବିହାରରେ ବିଭାଜନ ପରେ ଜେଡିୟୁ ମଣିପୁରରେ ଏନ୍ ବିରେନ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ସମର୍ଥନ ପ୍ରତ୍ୟାହାର କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା।
ମଣିପୁର ବିଧାନସଭା ସଚିବଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ ଏହି ବିଧାୟକଙ୍କ ବିଜେପିରେ ସାମିଲ ହୋଇଥିସବା ସୂଚନା ଦିଆଯାଇଛି । ଜେଡିୟୁ ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ୩୮ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଏଥିମଧ୍ୟରୁ ୬ଟି ଆସନରେ ବିଜୟ ଲାଭ କରିଥିଲା । ଏବେ ୫ ବିଧାୟକଙ୍କ ଦଳ ଛାଡିବା ପରେ କେବଳ ଜଣେ ବିଧାୟକ ରହିଯାଇଛନ୍ତି ।
ସୂଚନାଯୋଗ୍ୟ, ନୀତୀଶ କୁମାରଙ୍କ ଜେଡିୟୁ କିଛି ଦିନ ପୂର୍ବେ ମଣିପୁରରେ ବିଜେପି ସରକାର ଠାରୁ ସମର୍ଥନ ଫେରାଇ ନେବା ପାଇଁ କହିଥିଲା। ଏହାକୁ ନେଇ ଉକ୍ତ ମଣିପୁରର ଜେଡିୟୁ ବିଧାୟକମାନେ ଅସନ୍ତୋଷ ଥିଲେ। ଏହି ଘଟଣାକୁ ନେଇ ଏବେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି । ଜେଡିୟୁ ଏହାକୁ ଅସାମ୍ବିଧାନିକ ବୋଲି କହିଛି, ସେହିପରି ଅନ୍ୟପକ୍ଷରେ ବିଜେପି ଏହି ସମସ୍ତ ବିଧାୟକଙ୍କୁ ସ୍ୱାଗତ କରିଛି । ସୂଚନାଥାଉକି ଗତ ମାସରେ ବିହାରରେ ବିଜେପି ମେଣ୍ଟରୁ ଅଲଗା ହୋଇ ନୀତିଶଙ୍କ ଜେଡିୟୁ ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲା । ଏହି ନିଷ୍ପତ୍ତିକୁ କିଛି ଜେଡିୟୁ ନେତା ବିରୋଧ କରୁଥିଲେ ।






