ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ଓ କୋଲକାତା

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୮ ସହର ରହିଛି। ତେବେ ଦିଲ୍ଲୀ ଏବଂ କୋଲକାତା ଭଳି ଦୁଇ ସହରର ପ୍ରଦୂଷଣ ହାର ସବୁଠୁ ଅଧିକ। ବିଶେଷକରି ଦିଲ୍ଲୀର ସ୍ଥିତି ସବୁଠୁ ଉଦବେଗଜନକ ବୋଲି ଆମେରିକାର‘ ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟ(ଏଚଇଆଇ)’ ପକ୍ଷରୁ କରାଯାଇଥିବା ଏକ ସର୍ବଶେଷ ଅନୁଧ୍ୟାନରୁ ଜଣାପଡ଼ିଛି। ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସଂସ୍ଥା ପକ୍ଷରୁ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ, ଭାରତର ଦୁଇ […]

ନୂଆଦିଲ୍ଲୀ : ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୮ ସହର ରହିଛି। ତେବେ ଦିଲ୍ଲୀ ଏବଂ କୋଲକାତା ଭଳି ଦୁଇ ସହରର ପ୍ରଦୂଷଣ ହାର ସବୁଠୁ ଅଧିକ। ବିଶେଷକରି ଦିଲ୍ଲୀର ସ୍ଥିତି ସବୁଠୁ ଉଦବେଗଜନକ ବୋଲି ଆମେରିକାର‘ ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟ(ଏଚଇଆଇ)’ ପକ୍ଷରୁ କରାଯାଇଥିବା ଏକ ସର୍ବଶେଷ ଅନୁଧ୍ୟାନରୁ ଜଣାପଡ଼ିଛି। ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସଂସ୍ଥା ପକ୍ଷରୁ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ, ଭାରତର ଦୁଇ ପ୍ରମୁଖ ସହର ଦିଲ୍ଲୀ ଓ କୋଲକାତା ପ୍ରଦୂଷଣ ତାଲିକାର ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ଏହିସବୁ ସହରରେ ପ୍ରଦୂଷଣ ବୃଦ୍ଧି କରୁଥିବା ବିପଦପୂର୍ଣ୍ଣ ‘ଫାଇନ୍‌ ପାର୍ଟିକିଲ ପଲ୍ୟୁଟାଣ୍ଟ (ପିଏମ୨.୫)ର ମାତ୍ରା ସବୁଠୁ ଅଧିକ ରହିଛି। ୨୦୧୦ ରୁ ୨୦୧୯ ମଧ୍ୟରେ ବିଶ୍ବର ବିଭିନ୍ନ ପ୍ରଦୁଷିତ ସହରଗୁଡିକରେ ରହୁଥିବା ଏହି କଣିକାକୁ ନେଇ ଅନୁଧ୍ୟାନ କରାଯାଇଥିଲା। ହେଲେ ଦିଲ୍ଲୀରେ ଏହି କଣିକା ହାର ସବୁଠୁ ଅଧିକ ରହିଥିବା କୁହାଯାଇଛି। ପିଏମ୨.୫ ସହ ବାୟୁମଣ୍ଡଳରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌ (ଏନଓ୨)ର ସ୍ତର ମଧ୍ୟ ଦିଲ୍ଲୀରେ ଉଦବେଗଜନକ ରହିଛି। ବାୟୁମଣ୍ଡଳକୁ ଏନଓ୨ ନିର୍ଗତ କରୁଥିବା ସହର ତାଲିକାରେ ଚୀନ୍‌ର ସାଂଘାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ମସ୍କୋ ଦ୍ବିତୀୟ ସ୍ଥାନରେ ରହିଛି। ବୁଧବାର ଏଚଇଆଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ୨୦୧୦ରୁ ୨୦୧୯ ମଧ୍ୟରେ ସହରଗୁଡ଼ିକର ବାୟୁର ଗୁଣବତ୍ତା ଓ ସ୍ୱାସ୍ଥ୍ୟଜନିତ ତଥ୍ୟକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ତଥ୍ୟରୁ ଜଣାପଡ଼ିଛି ଯେ, ଦୁଇ ପ୍ରକାରର ପ୍ରଦୂଷଣ ବାୟୁମଣ୍ଡଳରେ ବଢ଼ିବାରେ ଲାଗିଛି। ସ୍ୱଳ୍ପ ଓ ମଧ୍ୟମ ଆୟ କରୁଥିବା ଦେଶଗୁଡ଼ିକର ବିଭିନ୍ନ ସହରରେ ପିଏମ ୨.୫ ପ୍ରଦୂଷଣ ଅଧିକ ରହୁଛି। ସେହିପରି ବିକଶିତ ରାଷ୍ଟ୍ରଗୁଡ଼ିକରେ ଥିବା ସହରଗୁଡ଼ିରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌(ଏନଓ୨) ଜନିତ ପ୍ରଦୂଷଣ ଅଧିକ ଦେଖିବାକୁ ମିଳୁଛି। କିଛି ସ୍ୱଳ୍ପ ଓ ମଧ୍ୟମ ଧରଣର ଆୟକାରୀ ଦେଶର ସହରଗୁଡ଼ିକରେ ମଧ୍ୟ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌ଜନିତ ପ୍ରଦୂଷଣ ବୃଦ୍ଧି ପାଉଛି। ଏହି ରିପୋର୍ଟ ପ୍ରସ୍ତୁତ କରାଯିବା ପୂର୍ବରୁ ବଶ୍ୱର ୭୦୦ରୁ ଅଧିକ ସହରର ବାୟୁ ପ୍ରଦୂଷଣ ଓ ସ୍ୱାସ୍ଥ୍ୟଗତ ପ୍ରଭାବ ସମ୍ପର୍କିତ ତଥ୍ୟକୁ ବିସ୍ତୃତ ଭାବେ ତର୍ଜମା କରାଯାଇଥିଲା। ଜୀବଜଗତ ପାଇଁ ଘାତକ ସାଜୁଥିବା ପିଏମ ୨.୫ ଓ ଏନ୍‌ଓ୨ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ରାଞ୍ଚି ପାସପୋର୍ଟ ଅଫିସକୁ ବୋମାରେ ଉଡ଼ାଇ ଦେବାକୁ ଧମକ: ତନାଘନା ଯାଞ୍ଚ ପରେ ପୋଲିସ ଦେଲା ବଡ଼ ସୂଚନା

୨୦୧୯ରେ ୧.୭ ନିୟୁତ ଲୋକ ପିଏମ ୨.୫ ଜନିତ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଥିଲେ।୭,୨୩୯ଟି ସହରରେ ଏହି ସଂଖ୍ୟକ ଲୋକ ବାୟୁରେ ଥିବା ପିଏମ ୨.୫ ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡ଼ିଥିବା କୁହାଯାଇଛି। ଏସିଆ, ଆଫ୍ରିକା, ପୂର୍ବ ଓ କେନ୍ଦ୍ରୀୟ ୟୁରୋପରେ ପ୍ରଦୂଷଣର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି। ଏହାପୂର୍ବରୁ ଏଚ୍‌ଇଆଇ କହିଥିଲା ଯେ ୨୦୧୯ରେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ୬.୭ ନିୟୁତ ଲୋକଙ୍କ ଜୀବନ ନେଇଥିଲା। ବାୟୁ ପ୍ରଦୂଷଣର ସବୁଠାରୁ ଅଧିକ ପ୍ରଭାବ ଯୁବବର୍ଗ, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଉପରେ ପଡ଼ୁଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ପିଏମ ୨.୫କୁ ନେଇ ବିଶ୍ୱର ସବୁଠୁ ଅଧିକ ୧୦ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ, କୋଲକାତା, କାନୋ (ନାଇଜେରିଆ), ଲିଆମ (ପେରୁ), ଢାକା (ବାଂଲାଦେଶ), ଜାକର୍ତ୍ତା (ଇଣ୍ଡୋନେସିଆ), ଲାଗୋସ (ନାଇଜେରିଆ), କରାଚି (ପାକିସ୍ତାନ), ବେଜିଂ(ଚାଇନା) ଓ ଆଙ୍କାରା(ଘାନା) ରହିଛି। ସେହିପରି ନାଇଟ୍ରୋଜେନ ଡାଇଅକ୍ସାଇଡଜନିତ ସବୁଠୁ ଅଧିକ ପ୍ରଦୂଷିତ ୧୦ ସହର ମଧ୍ୟରେ ସାଂଘାଇ, ମସ୍କୋ, ତେହରାନ, ସେଣ୍ଟ ପିଟର୍ସବର୍ଗ, ବେଜିଂ, କାଇରୋ, ଅଶଗାବଟ (ତୁର୍କୀସ୍ତାନ), ମିନସ୍କ (ବେଲାରୁଷ), ଇସ୍ତାନବୁଲ (ତୁର୍କୀ) ଓ ହୋ ଚି ମିନ ସିଟି (ଭିଏତନାମ) ରହିଛି।

18 Aug 2022 By The Sakala

ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ଓ କୋଲକାତା

ନୂଆଦିଲ୍ଲୀ : ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୮ ସହର ରହିଛି। ତେବେ ଦିଲ୍ଲୀ ଏବଂ କୋଲକାତା ଭଳି ଦୁଇ ସହରର ପ୍ରଦୂଷଣ ହାର ସବୁଠୁ ଅଧିକ। ବିଶେଷକରି ଦିଲ୍ଲୀର ସ୍ଥିତି ସବୁଠୁ ଉଦବେଗଜନକ ବୋଲି ଆମେରିକାର‘ ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟ(ଏଚଇଆଇ)’ ପକ୍ଷରୁ କରାଯାଇଥିବା ଏକ ସର୍ବଶେଷ ଅନୁଧ୍ୟାନରୁ ଜଣାପଡ଼ିଛି। ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସଂସ୍ଥା ପକ୍ଷରୁ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ, ଭାରତର ଦୁଇ ପ୍ରମୁଖ ସହର ଦିଲ୍ଲୀ ଓ କୋଲକାତା ପ୍ରଦୂଷଣ ତାଲିକାର ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଏହିସବୁ ସହରରେ ପ୍ରଦୂଷଣ ବୃଦ୍ଧି କରୁଥିବା ବିପଦପୂର୍ଣ୍ଣ ‘ଫାଇନ୍‌ ପାର୍ଟିକିଲ ପଲ୍ୟୁଟାଣ୍ଟ (ପିଏମ୨.୫)ର ମାତ୍ରା ସବୁଠୁ ଅଧିକ ରହିଛି। ୨୦୧୦ ରୁ ୨୦୧୯ ମଧ୍ୟରେ ବିଶ୍ବର ବିଭିନ୍ନ ପ୍ରଦୁଷିତ ସହରଗୁଡିକରେ ରହୁଥିବା ଏହି କଣିକାକୁ ନେଇ ଅନୁଧ୍ୟାନ କରାଯାଇଥିଲା। ହେଲେ ଦିଲ୍ଲୀରେ ଏହି କଣିକା ହାର ସବୁଠୁ ଅଧିକ ରହିଥିବା କୁହାଯାଇଛି। ପିଏମ୨.୫ ସହ ବାୟୁମଣ୍ଡଳରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌ (ଏନଓ୨)ର ସ୍ତର ମଧ୍ୟ ଦିଲ୍ଲୀରେ ଉଦବେଗଜନକ ରହିଛି। ବାୟୁମଣ୍ଡଳକୁ ଏନଓ୨ ନିର୍ଗତ କରୁଥିବା ସହର ତାଲିକାରେ ଚୀନ୍‌ର ସାଂଘାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ମସ୍କୋ ଦ୍ବିତୀୟ ସ୍ଥାନରେ ରହିଛି। ବୁଧବାର ଏଚଇଆଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ୨୦୧୦ରୁ ୨୦୧୯ ମଧ୍ୟରେ ସହରଗୁଡ଼ିକର ବାୟୁର ଗୁଣବତ୍ତା ଓ ସ୍ୱାସ୍ଥ୍ୟଜନିତ ତଥ୍ୟକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯାଇଛି।

ତଥ୍ୟରୁ ଜଣାପଡ଼ିଛି ଯେ, ଦୁଇ ପ୍ରକାରର ପ୍ରଦୂଷଣ ବାୟୁମଣ୍ଡଳରେ ବଢ଼ିବାରେ ଲାଗିଛି। ସ୍ୱଳ୍ପ ଓ ମଧ୍ୟମ ଆୟ କରୁଥିବା ଦେଶଗୁଡ଼ିକର ବିଭିନ୍ନ ସହରରେ ପିଏମ ୨.୫ ପ୍ରଦୂଷଣ ଅଧିକ ରହୁଛି। ସେହିପରି ବିକଶିତ ରାଷ୍ଟ୍ରଗୁଡ଼ିକରେ ଥିବା ସହରଗୁଡ଼ିରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌(ଏନଓ୨) ଜନିତ ପ୍ରଦୂଷଣ ଅଧିକ ଦେଖିବାକୁ ମିଳୁଛି। କିଛି ସ୍ୱଳ୍ପ ଓ ମଧ୍ୟମ ଧରଣର ଆୟକାରୀ ଦେଶର ସହରଗୁଡ଼ିକରେ ମଧ୍ୟ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌ଜନିତ ପ୍ରଦୂଷଣ ବୃଦ୍ଧି ପାଉଛି। ଏହି ରିପୋର୍ଟ ପ୍ରସ୍ତୁତ କରାଯିବା ପୂର୍ବରୁ ବଶ୍ୱର ୭୦୦ରୁ ଅଧିକ ସହରର ବାୟୁ ପ୍ରଦୂଷଣ ଓ ସ୍ୱାସ୍ଥ୍ୟଗତ ପ୍ରଭାବ ସମ୍ପର୍କିତ ତଥ୍ୟକୁ ବିସ୍ତୃତ ଭାବେ ତର୍ଜମା କରାଯାଇଥିଲା। ଜୀବଜଗତ ପାଇଁ ଘାତକ ସାଜୁଥିବା ପିଏମ ୨.୫ ଓ ଏନ୍‌ଓ୨ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

୨୦୧୯ରେ ୧.୭ ନିୟୁତ ଲୋକ ପିଏମ ୨.୫ ଜନିତ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଥିଲେ।୭,୨୩୯ଟି ସହରରେ ଏହି ସଂଖ୍ୟକ ଲୋକ ବାୟୁରେ ଥିବା ପିଏମ ୨.୫ ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡ଼ିଥିବା କୁହାଯାଇଛି। ଏସିଆ, ଆଫ୍ରିକା, ପୂର୍ବ ଓ କେନ୍ଦ୍ରୀୟ ୟୁରୋପରେ ପ୍ରଦୂଷଣର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି। ଏହାପୂର୍ବରୁ ଏଚ୍‌ଇଆଇ କହିଥିଲା ଯେ ୨୦୧୯ରେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ୬.୭ ନିୟୁତ ଲୋକଙ୍କ ଜୀବନ ନେଇଥିଲା। ବାୟୁ ପ୍ରଦୂଷଣର ସବୁଠାରୁ ଅଧିକ ପ୍ରଭାବ ଯୁବବର୍ଗ, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଉପରେ ପଡ଼ୁଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ପିଏମ ୨.୫କୁ ନେଇ ବିଶ୍ୱର ସବୁଠୁ ଅଧିକ ୧୦ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ, କୋଲକାତା, କାନୋ (ନାଇଜେରିଆ), ଲିଆମ (ପେରୁ), ଢାକା (ବାଂଲାଦେଶ), ଜାକର୍ତ୍ତା (ଇଣ୍ଡୋନେସିଆ), ଲାଗୋସ (ନାଇଜେରିଆ), କରାଚି (ପାକିସ୍ତାନ), ବେଜିଂ(ଚାଇନା) ଓ ଆଙ୍କାରା(ଘାନା) ରହିଛି। ସେହିପରି ନାଇଟ୍ରୋଜେନ ଡାଇଅକ୍ସାଇଡଜନିତ ସବୁଠୁ ଅଧିକ ପ୍ରଦୂଷିତ ୧୦ ସହର ମଧ୍ୟରେ ସାଂଘାଇ, ମସ୍କୋ, ତେହରାନ, ସେଣ୍ଟ ପିଟର୍ସବର୍ଗ, ବେଜିଂ, କାଇରୋ, ଅଶଗାବଟ (ତୁର୍କୀସ୍ତାନ), ମିନସ୍କ (ବେଲାରୁଷ), ଇସ୍ତାନବୁଲ (ତୁର୍କୀ) ଓ ହୋ ଚି ମିନ ସିଟି (ଭିଏତନାମ) ରହିଛି।

https://www.thesakala.in/national-international/delhi-and-kolkata-are-among-the-most-polluted-cities-in-the-world/article-14223
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର