ଯମୁନା ନଦୀରେ ଡଙ୍ଗା ବୁଡ଼ି ୩ ମୃତ, ୧୭ରୁ ଉର୍ଦ୍ଧ୍ବ ନିଖୋଜ

The Sakala Picture
Published On

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମଝିନଈରେ ଗୁରୁବାର ଏକ ବଡ଼ ଧରଣ ଅଘଟଣ ଘଟିଛି। ଉତ୍ତରପ୍ରଦେଶର ବାନ୍ଦା ନିକଟରେ ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ରୁ ଅଧିକ ନିଖୋଜ ଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ,ଉକ୍ତ ଡଙ୍ଗାରେ ୩୫ ଜଣ ଲୋକ ଥିବା କୁହାଯାଉଛି। ଏଥିରୁ ୧୭ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ବେଳେ ୧୫ ଜଣ ପହଁରି ନଦୀ […]

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମଝିନଈରେ ଗୁରୁବାର ଏକ ବଡ଼ ଧରଣ ଅଘଟଣ ଘଟିଛି। ଉତ୍ତରପ୍ରଦେଶର ବାନ୍ଦା ନିକଟରେ ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ରୁ ଅଧିକ ନିଖୋଜ ଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସୂଚନା ଅନୁଯାୟୀ,ଉକ୍ତ ଡଙ୍ଗାରେ ୩୫ ଜଣ ଲୋକ ଥିବା କୁହାଯାଉଛି। ଏଥିରୁ ୧୭ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ବେଳେ ୧୫ ଜଣ ପହଁରି ନଦୀ କୂଳକୁ ଫେରି ଆସିଛନ୍ତି। ଜଳର ପ୍ରବଳ ସ୍ରୋତ ଯୋଗୁଁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡ଼ିଯାଇଥିବା ଜଣାପଡ଼ିଛି। ଡଙ୍ଗା ବୁଡ଼ିଯିବା ଘଟଣାରେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ, ଡିଜି, ଏନଡିଆରଏଫ ଏବଂ ଏସଡିଆରଏଫ ଟିମକୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଘଟଣାସ୍ଥଳରେ ଏସପି ଅଭିନନ୍ଦନ ପହଞ୍ଚି କହିଛନ୍ତି ଯେ, ଡଙ୍ଗାରେ ପ୍ରାୟ ୩୫ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୧୫ ଜଣ ସୁରକ୍ଷିତ ଭାବେପହଁରି ନଦୀ କୂଳକୁ ଫେରିଛନ୍ତି। ୧୭ ଜଣ ନିଖୋଜ ଅଛନ୍ତି। ୩ଜଣଙ୍କ ମୃତ୍ଯୁ ଘଟିଛି। ମୃତକଙ୍କ ମଧ୍ଯରେ ଜଣେ ପୁରୁଷ, ମହିଳା  ଓ ଜଣେ ଏକ ବର୍ଷର ଶିଶୁ ରହିଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର