ଗୋଟିଏ ସିରିଞ୍ଜ୍‌ରେ ୩୯ ଛାତ୍ରଙ୍କୁ ଦେଲେ କରୋନା ଟିକା !

The Sakala Picture
Published On

ଭୋପାଳ: ମଧ୍ୟପ୍ରଦେଶରୁ ମେଡିକାଲ ଅବହେଳାର ଭୟାନକ ଚିତ୍ର ସାମ୍‌ନାକୁ ଆସିଛି। ସାଗର ଜିଲ୍ଲାର ଜୈନ ପବ୍ଲିକ ସ୍କୁଲରେ ବୁଧବାର ଗୋଟିଏ ସିରିଞ୍ଜରେ ୩୯ଛାତ୍ରଙ୍କୁ କରୋନା ଟିକା ଦିଆଯାଇଛି। କରୋନା ଟିକାକରଣରେ ସ୍ୱାସ୍ଥ୍ୟ ବିଭାଗ ଅବହେଳାର ଏହି ଚିତ୍ର ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ସ୍କୁଲରେ ଟିକାକରଣ ପାଇଁ ଜଣେ ନର୍ସିଂ ଛାତ୍ରଙ୍କୁ ପଠା ଯାଇଥିଲା। ସେ ଗୋଟିଏ ସିରିଞ୍ଜରେ ଛାତ୍ରଙ୍କୁ ଟିକା ଦେଇଥିଲେ। ଅଭିଭାବକ ହଙ୍ଗାମା କରିବାରୁ ନର୍ସିଂ ଛାତ୍ର କହିଥିଲେ ଯେ ଅଧିକାରୀମାନେ […]

ଭୋପାଳ: ମଧ୍ୟପ୍ରଦେଶରୁ ମେଡିକାଲ ଅବହେଳାର ଭୟାନକ ଚିତ୍ର ସାମ୍‌ନାକୁ ଆସିଛି। ସାଗର ଜିଲ୍ଲାର ଜୈନ ପବ୍ଲିକ ସ୍କୁଲରେ ବୁଧବାର ଗୋଟିଏ ସିରିଞ୍ଜରେ ୩୯ଛାତ୍ରଙ୍କୁ କରୋନା ଟିକା ଦିଆଯାଇଛି। କରୋନା ଟିକାକରଣରେ ସ୍ୱାସ୍ଥ୍ୟ ବିଭାଗ ଅବହେଳାର ଏହି ଚିତ୍ର ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ସ୍କୁଲରେ ଟିକାକରଣ ପାଇଁ ଜଣେ ନର୍ସିଂ ଛାତ୍ରଙ୍କୁ ପଠା ଯାଇଥିଲା। ସେ ଗୋଟିଏ ସିରିଞ୍ଜରେ ଛାତ୍ରଙ୍କୁ ଟିକା ଦେଇଥିଲେ। ଅଭିଭାବକ ହଙ୍ଗାମା କରିବାରୁ ନର୍ସିଂ ଛାତ୍ର କହିଥିଲେ ଯେ ଅଧିକାରୀମାନେ ଗୋଟିଏ ସିରିଞ୍ଜ ଦେଇ ପଠାଇଛନ୍ତି। ଏହି ସିରିଞ୍ଜରେ ସମସ୍ତଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଜିଲ୍ଲା ଟିକାକରଣ ଅଧିକାରୀ ଡ.ଏସଆର ରୋଶନଙ୍କୁ ନିଲମ୍ବିତ କରିଦିଆଯାଇଛି। ଜିଲ୍ଲାପାଳ ଏହି ମାମଲାର ରିପୋର୍ଟ ମାଗିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ଏହି ମାମଲାରେ ଗୁରୁବାର ସନ୍ଧ୍ୟାରେ ୧୯ ଶିଶୁଙ୍କ ରକ୍ତ ନମୁନା ନିଆଯାଇଛି। ସମସ୍ତଙ୍କ ରିପୋର୍ଟ ସ୍ବାଭାବିକ ରହିଛି। କୌଣସି ପ୍ରକାରର ସଂକ୍ରମଣ ଦେଖାଯାଇନାହିଁ। ଆଉ କିଛି ରିପୋର୍ଟ ଆସିବା ବାକି ରହିଛି। ଜୈନ ପବ୍ଲିକ ସ୍କୁଲରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଜ କର୍ମଚାରୀଙ୍କ ବଦଳରେ ନର୍ସିଂ ଛାତ୍ରଙ୍କୁ ପଠାଇଥିଲେ। ନର୍ସିଂ ତୃତୀୟ ବର୍ଷର ଛାତ୍ର ଜିତେନ୍ଦ୍ର ଟିକା ଲଗାଇବା ଆରମ୍ଭ କରିଥିଲେ। ସେ ଜଣଙ୍କ ପରେ ଜଣେ ୩୯ ଛାତ୍ରଙ୍କୁ ଟିକା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

29 Jul 2022 By The Sakala

ଗୋଟିଏ ସିରିଞ୍ଜ୍‌ରେ ୩୯ ଛାତ୍ରଙ୍କୁ ଦେଲେ କରୋନା ଟିକା !

ଭୋପାଳ: ମଧ୍ୟପ୍ରଦେଶରୁ ମେଡିକାଲ ଅବହେଳାର ଭୟାନକ ଚିତ୍ର ସାମ୍‌ନାକୁ ଆସିଛି। ସାଗର ଜିଲ୍ଲାର ଜୈନ ପବ୍ଲିକ ସ୍କୁଲରେ ବୁଧବାର ଗୋଟିଏ ସିରିଞ୍ଜରେ ୩୯ଛାତ୍ରଙ୍କୁ କରୋନା ଟିକା ଦିଆଯାଇଛି। କରୋନା ଟିକାକରଣରେ ସ୍ୱାସ୍ଥ୍ୟ ବିଭାଗ ଅବହେଳାର ଏହି ଚିତ୍ର ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ସ୍କୁଲରେ ଟିକାକରଣ ପାଇଁ ଜଣେ ନର୍ସିଂ ଛାତ୍ରଙ୍କୁ ପଠା ଯାଇଥିଲା। ସେ ଗୋଟିଏ ସିରିଞ୍ଜରେ ଛାତ୍ରଙ୍କୁ ଟିକା ଦେଇଥିଲେ। ଅଭିଭାବକ ହଙ୍ଗାମା କରିବାରୁ ନର୍ସିଂ ଛାତ୍ର କହିଥିଲେ ଯେ ଅଧିକାରୀମାନେ ଗୋଟିଏ ସିରିଞ୍ଜ ଦେଇ ପଠାଇଛନ୍ତି। ଏହି ସିରିଞ୍ଜରେ ସମସ୍ତଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଜିଲ୍ଲା ଟିକାକରଣ ଅଧିକାରୀ ଡ.ଏସଆର ରୋଶନଙ୍କୁ ନିଲମ୍ବିତ କରିଦିଆଯାଇଛି। ଜିଲ୍ଲାପାଳ ଏହି ମାମଲାର ରିପୋର୍ଟ ମାଗିଛନ୍ତି।

ଏହି ମାମଲାରେ ଗୁରୁବାର ସନ୍ଧ୍ୟାରେ ୧୯ ଶିଶୁଙ୍କ ରକ୍ତ ନମୁନା ନିଆଯାଇଛି। ସମସ୍ତଙ୍କ ରିପୋର୍ଟ ସ୍ବାଭାବିକ ରହିଛି। କୌଣସି ପ୍ରକାରର ସଂକ୍ରମଣ ଦେଖାଯାଇନାହିଁ। ଆଉ କିଛି ରିପୋର୍ଟ ଆସିବା ବାକି ରହିଛି। ଜୈନ ପବ୍ଲିକ ସ୍କୁଲରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଜ କର୍ମଚାରୀଙ୍କ ବଦଳରେ ନର୍ସିଂ ଛାତ୍ରଙ୍କୁ ପଠାଇଥିଲେ। ନର୍ସିଂ ତୃତୀୟ ବର୍ଷର ଛାତ୍ର ଜିତେନ୍ଦ୍ର ଟିକା ଲଗାଇବା ଆରମ୍ଭ କରିଥିଲେ। ସେ ଜଣଙ୍କ ପରେ ଜଣେ ୩୯ ଛାତ୍ରଙ୍କୁ ଟିକା ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର