ୟୁରୋପରେ ବିତ୍ପାତ ଆଣିଛି ଗ୍ରୀଷ୍ମ ପ୍ରବାହ: ସ୍ପେନ, ପର୍ତ୍ତୁଗାଲରେ ୧୯୦୦ରୁ ଊର୍ଦ୍ଧ୍ବ ମୃତ

The Sakala Picture
Published On

ଲଣ୍ଡନ:  ଅସହ୍ୟ ତାତିରେ ହନ୍ତସନ୍ତ ହେଉଛି ୟୁରୋପ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସବୁଆଡେ ହାହାକାର ମଚିଯାଇଛି। ତାପମାତ୍ର ବୃଦ୍ଧି ଯୋଗୁଁ ଫ୍ରାନ୍ସ, ସ୍ପେନ, ପର୍ତ୍ତୁଗାଲ ଏବଂ ଗ୍ରୀସ୍‌ର ଜଙ୍ଗଲରେ ନିଆଁ ଲାଗିଯାଇଛି। ବ୍ରିଟେନର ରାସ୍ତାଘାଟ ଏବଂ ରେଳ ଟ୍ରାକ ତରଳିବାରେ ଲାଗିଛି। ଇତିହାସରେ ପ୍ରଥମ ଥର ପାଇଁ ଏଠାକାର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଅସହ୍ୟ ତାତି ଯୋଗୁଁ ସମଗ୍ର ମହାଦେଶରେ ୩ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଲେଣି। କେବଳ ସ୍ପେନ ଏବଂ […]

ଲଣ୍ଡନ:  ଅସହ୍ୟ ତାତିରେ ହନ୍ତସନ୍ତ ହେଉଛି ୟୁରୋପ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସବୁଆଡେ ହାହାକାର ମଚିଯାଇଛି। ତାପମାତ୍ର ବୃଦ୍ଧି ଯୋଗୁଁ ଫ୍ରାନ୍ସ, ସ୍ପେନ, ପର୍ତ୍ତୁଗାଲ ଏବଂ ଗ୍ରୀସ୍‌ର ଜଙ୍ଗଲରେ ନିଆଁ ଲାଗିଯାଇଛି। ବ୍ରିଟେନର ରାସ୍ତାଘାଟ ଏବଂ ରେଳ ଟ୍ରାକ ତରଳିବାରେ ଲାଗିଛି। ଇତିହାସରେ ପ୍ରଥମ ଥର ପାଇଁ ଏଠାକାର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଅସହ୍ୟ ତାତି ଯୋଗୁଁ ସମଗ୍ର ମହାଦେଶରେ ୩ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଲେଣି। କେବଳ ସ୍ପେନ ଏବଂ ପର୍ତ୍ତୁଗାଲରେ ମୃତ୍ୟୁସଂଖ୍ୟା ୧୯୦୦ ପାର୍‌ କରିଛି। ଗ୍ରୀଷ୍ମ ଋତୁ ଶେଷ ହେବାକୁ ଆହୁରି ଦୁଇ ମାସ ବାକି ଥିବାବେଳେ ଏଠାକାର ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ବ୍ରିଟେନର ତାପମାତ୍ରା ରେକର୍ଡସ୍ତରରେ ପହଞ୍ଚି ଯାଇଛି। ଗ୍ରୀଷ୍ମ ପ୍ରଭାବକୁ ନେଇ ପାଣିପାଗ ବିବାଗ ସମଗ୍ର ଅଞ୍ଚଳକୁ ରେଡ୍‌ ଆଲର୍ଟ ଜାରି କରିଛି। ଅସହ୍ୟ ତାତି ଯୋଗୁଁ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି। ସ୍କୁଲ ବନ୍ଦ କରି ଦିଆଯାଇଛି। ସେହିପରି ସ୍ପେନର କାର୍ଲୋସ ଇନଷ୍ଟିଚ୍ୟୁଟ ଅନୁଯାୟୀ ଜଙ୍ଗଲ ନିଆଁ ଯୋଗୁଁ ଏ ପର୍ଯ୍ୟନ୍ତ ଦେଶର ୮୬୨ ଲୋକ ପ୍ରାଣ ହରାଇଲେଣି। ୧୩ ହଜାରରୁ ଊର୍ଦ୍ଧ୍ବ ଲୋକ ଘର ଛାଡିଲେଣି। ୭୦ ହଜାର ହେକ୍ଟର ଜଙ୍ଗଲ ଧ୍ବଂସ ହୋଇଗଲାଣି। ଫ୍ରାନ୍ସରେ ଖରା ୧୦୦ରୁ ଅଧିକ ରେକର୍ଡ ଭାଙ୍ଗିଛି। ଏଠାରେ ନଦୀର ଜଳସ୍ତର ହ୍ରାସ ପାଇଛି। ଏଥିଯୋଗୁଁ ପରମାଣୁ ଶକ୍ତି କେନ୍ଦ୍ରର ଉତ୍ପାଦନକୁ ହ୍ରାସ କରାଯାଇଛି। ଦମକଳ ବାହିନୀର ୩ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ପର୍ତ୍ତୁଗାଲରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏ ପର୍ଯ୍ୟନ୍ତ ୧୧୦୦ ଲୋକ ପ୍ରାଣ ହରାଇଲେଣି। ଜର୍ମାନୀରେ ତାପମାତ୍ରା ଅହେତୁକ ବୃଦ୍ଧି ପାଇଛି। ଏଥିଯୋଗୁଁ ମରୁଡି ସ୍ଥିତି ସୃଷ୍ଟି ହୋଇଛି। ତାପମାତ୍ରା ବୃଦ୍ଧି ଯୋଗୁଁ ବେଲ୍‌ଜିୟମ ଏବଂ ସ୍ବିଡେନର ରେଡ୍‌ ଏବଂ ଅରେଞ୍ଜ ଚେତାବନୀ ଦିଆଯାଇଛି। ଜଙ୍ଗଲ ନିଆଁ ଯୋଗୁଁ ଇଟାଲୀ ମଧ୍ୟ ହାଇଆଲର୍ଟରେ ରହିଛି। ଆମେରିକାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ସୃଷ୍ଟି ହୋଇଛି। ଦେଶର ୨୫ ପ୍ରତିଶତ ଜନସଂଖ୍ୟା ଅର୍ଥାତ ୮ କୋଟି ଲୋକ ଅସହ୍ୟ ତାତିର ଶିକାର ହୋଇଛନ୍ତି। ସେହିପରି ଚୀନ୍‌ରେ ମଧ୍ୟ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇଛି। ଏଠାରେ ଗ୍ରୀଷ୍ମ ପ୍ରବାହ ସହିତ ପ୍ରବଳ ବର୍ଷା ହେଉଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍ ଉତ୍ତର କୋରିଆ ଦୂତାବାସ ଉପରେ ଆକ୍ରମଣ କରିଛି କି? ଜାଣନ୍ତୁ ଭାଇରାଲ୍ ଖବରର ସତ୍ୟତା

22 Jul 2022 By The Sakala

ୟୁରୋପରେ ବିତ୍ପାତ ଆଣିଛି ଗ୍ରୀଷ୍ମ ପ୍ରବାହ: ସ୍ପେନ, ପର୍ତ୍ତୁଗାଲରେ ୧୯୦୦ରୁ ଊର୍ଦ୍ଧ୍ବ ମୃତ

ଲଣ୍ଡନ:  ଅସହ୍ୟ ତାତିରେ ହନ୍ତସନ୍ତ ହେଉଛି ୟୁରୋପ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସବୁଆଡେ ହାହାକାର ମଚିଯାଇଛି। ତାପମାତ୍ର ବୃଦ୍ଧି ଯୋଗୁଁ ଫ୍ରାନ୍ସ, ସ୍ପେନ, ପର୍ତ୍ତୁଗାଲ ଏବଂ ଗ୍ରୀସ୍‌ର ଜଙ୍ଗଲରେ ନିଆଁ ଲାଗିଯାଇଛି। ବ୍ରିଟେନର ରାସ୍ତାଘାଟ ଏବଂ ରେଳ ଟ୍ରାକ ତରଳିବାରେ ଲାଗିଛି। ଇତିହାସରେ ପ୍ରଥମ ଥର ପାଇଁ ଏଠାକାର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଅସହ୍ୟ ତାତି ଯୋଗୁଁ ସମଗ୍ର ମହାଦେଶରେ ୩ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଲେଣି। କେବଳ ସ୍ପେନ ଏବଂ ପର୍ତ୍ତୁଗାଲରେ ମୃତ୍ୟୁସଂଖ୍ୟା ୧୯୦୦ ପାର୍‌ କରିଛି। ଗ୍ରୀଷ୍ମ ଋତୁ ଶେଷ ହେବାକୁ ଆହୁରି ଦୁଇ ମାସ ବାକି ଥିବାବେଳେ ଏଠାକାର ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି।

ସୂଚନା ଅନୁଯାୟୀ, ବ୍ରିଟେନର ତାପମାତ୍ରା ରେକର୍ଡସ୍ତରରେ ପହଞ୍ଚି ଯାଇଛି। ଗ୍ରୀଷ୍ମ ପ୍ରଭାବକୁ ନେଇ ପାଣିପାଗ ବିବାଗ ସମଗ୍ର ଅଞ୍ଚଳକୁ ରେଡ୍‌ ଆଲର୍ଟ ଜାରି କରିଛି। ଅସହ୍ୟ ତାତି ଯୋଗୁଁ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି। ସ୍କୁଲ ବନ୍ଦ କରି ଦିଆଯାଇଛି। ସେହିପରି ସ୍ପେନର କାର୍ଲୋସ ଇନଷ୍ଟିଚ୍ୟୁଟ ଅନୁଯାୟୀ ଜଙ୍ଗଲ ନିଆଁ ଯୋଗୁଁ ଏ ପର୍ଯ୍ୟନ୍ତ ଦେଶର ୮୬୨ ଲୋକ ପ୍ରାଣ ହରାଇଲେଣି। ୧୩ ହଜାରରୁ ଊର୍ଦ୍ଧ୍ବ ଲୋକ ଘର ଛାଡିଲେଣି। ୭୦ ହଜାର ହେକ୍ଟର ଜଙ୍ଗଲ ଧ୍ବଂସ ହୋଇଗଲାଣି। ଫ୍ରାନ୍ସରେ ଖରା ୧୦୦ରୁ ଅଧିକ ରେକର୍ଡ ଭାଙ୍ଗିଛି। ଏଠାରେ ନଦୀର ଜଳସ୍ତର ହ୍ରାସ ପାଇଛି। ଏଥିଯୋଗୁଁ ପରମାଣୁ ଶକ୍ତି କେନ୍ଦ୍ରର ଉତ୍ପାଦନକୁ ହ୍ରାସ କରାଯାଇଛି। ଦମକଳ ବାହିନୀର ୩ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ପର୍ତ୍ତୁଗାଲରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏ ପର୍ଯ୍ୟନ୍ତ ୧୧୦୦ ଲୋକ ପ୍ରାଣ ହରାଇଲେଣି। ଜର୍ମାନୀରେ ତାପମାତ୍ରା ଅହେତୁକ ବୃଦ୍ଧି ପାଇଛି। ଏଥିଯୋଗୁଁ ମରୁଡି ସ୍ଥିତି ସୃଷ୍ଟି ହୋଇଛି। ତାପମାତ୍ରା ବୃଦ୍ଧି ଯୋଗୁଁ ବେଲ୍‌ଜିୟମ ଏବଂ ସ୍ବିଡେନର ରେଡ୍‌ ଏବଂ ଅରେଞ୍ଜ ଚେତାବନୀ ଦିଆଯାଇଛି। ଜଙ୍ଗଲ ନିଆଁ ଯୋଗୁଁ ଇଟାଲୀ ମଧ୍ୟ ହାଇଆଲର୍ଟରେ ରହିଛି। ଆମେରିକାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ସୃଷ୍ଟି ହୋଇଛି। ଦେଶର ୨୫ ପ୍ରତିଶତ ଜନସଂଖ୍ୟା ଅର୍ଥାତ ୮ କୋଟି ଲୋକ ଅସହ୍ୟ ତାତିର ଶିକାର ହୋଇଛନ୍ତି। ସେହିପରି ଚୀନ୍‌ରେ ମଧ୍ୟ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇଛି। ଏଠାରେ ଗ୍ରୀଷ୍ମ ପ୍ରବାହ ସହିତ ପ୍ରବଳ ବର୍ଷା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର