ଚିନ୍ତା ବଢ଼ାଇଲା ‘ମାରବର୍ଗ’ ଭୂତାଣୁ: ଘାନାରେ ୨ ରୋଗୀ ମୃତ, ସଙ୍ଗରୋଧରେ ୯୮ ଅଛନ୍ତି

The Sakala Picture
Published On

ଅକରା: କରୋନା, ମଙ୍କିପକ୍ସ ଏବଂ ଇବୋଲା ଭଳି ଭୂତାଣୁରୁ ବିଶ୍ବ ମୁକ୍ତ ହୋଇ ନ ଥିବା ବେଳେ ଆଉ ସଙ୍କଟ ସୃଷ୍ଟି ହୋଇଛି। ବିଶ୍ବରେ ପୁଣି ଏକ ନୂଆ ‘ମାରବର୍ଗ’ ଭୂତାଣୁ ପ୍ରବେଶ କରିଛି। ଆଫ୍ରିକୀୟ ଦେଶ ଘାନାରୁ ଏହି ଭୂତାଣୁର ୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଅତ୍ୟନ୍ତ ସଂକ୍ରାମକ ଏବଂ ବିପଜ୍ଜନକ ରୋଗ। ଇବୋଲା ଯୋଗୁଁ ଏହି ଭୂତାଣୁ ସୃଷ୍ଟି ହୋଇଥାଏ। ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଉଭୟ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। […]

ଅକରା: କରୋନା, ମଙ୍କିପକ୍ସ ଏବଂ ଇବୋଲା ଭଳି ଭୂତାଣୁରୁ ବିଶ୍ବ ମୁକ୍ତ ହୋଇ ନ ଥିବା ବେଳେ ଆଉ ସଙ୍କଟ ସୃଷ୍ଟି ହୋଇଛି। ବିଶ୍ବରେ ପୁଣି ଏକ ନୂଆ ‘ମାରବର୍ଗ’ ଭୂତାଣୁ ପ୍ରବେଶ କରିଛି। ଆଫ୍ରିକୀୟ ଦେଶ ଘାନାରୁ ଏହି ଭୂତାଣୁର ୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଅତ୍ୟନ୍ତ ସଂକ୍ରାମକ ଏବଂ ବିପଜ୍ଜନକ ରୋଗ। ଇବୋଲା ଯୋଗୁଁ ଏହି ଭୂତାଣୁ ସୃଷ୍ଟି ହୋଇଥାଏ। ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଉଭୟ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏଥିରୁ ଭୂତାଣୁ କେତେ ଘାତକ ହୋଇପାରେ ତାହା ଜଣାପଡୁଛି। ଘାନା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଉଭୟ ରୋଗୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ପୁଣିଥରେ ସେହି ନମୁନାକୁ ସେନେଗଲରେ ଥିବା ପ୍ରୟୋଗଶାଳାକୁ ପଠାଯାଇଛି। ପରୀକ୍ଷଣରୁ ସେଥିରେ ମାରବର୍ଗ ଭୂତାଣୁ ଥିବା ଜଣାପଡିଥିଲା।

ଆହୁରି ପଢ଼ନ୍ତୁ: ବିହାର ପୋଲିସ ଦାରୋଗା ନିଯୁକ୍ତି ଓ BPSC ପରୀକ୍ଷାରେ ଜାଲିଆତି ଅଭିଯୋଗ: ପାଟନାରେ ଛାତ୍ରଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ ୯୮ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। ତେବେ ଏ ପର୍ଯ୍ୟନ୍ତ କେହି ସଂକ୍ରମିତ ହୋଇନାହାନ୍ତି। ସଂକ୍ରମଣ ଜଣାପଡିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ସତର୍କ ହୋଇଯାଇଛି। ଘାନା ସରକାରଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ‘ହୁ’ ପକ୍ଷରୁ କୁହାଯାଇଛି। ଘାନାର ପଦକ୍ଷେପକୁ ମଧ୍ୟ ପ୍ରଶଂସା କରାଯାଇଛି। କୌଣସି ପଦକ୍ଷେପ ଗ୍ରହଣ ନ କଲେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ‘ହୁ’ର ଆଫ୍ରିକୀୟ ନିର୍ଦ୍ଦେଶକ ଡ. ମୋତ୍ସିଦିଶୋ ମୋଏତି କହିଛନ୍ତି।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

ଏ ପର୍ଯ୍ୟନ୍ତ ମାରବର୍ଗ ଭୁତାଣୁର କୌଣସି ଚିକିତ୍ସା ବାହାରି ନାହିଁ। ଡାକ୍ତରଙ୍କ ଅନୁଯାୟୀ ଅଧିକ ପାଣି ପିଇଳେ ଏବଂ ସ୍ବତନ୍ତ୍ର ଲକ୍ଷଣ ଦେଖାଦେବା ସମୟରେ ଚିକିତ୍ସା କଲେ ରୋଗୀ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଛି। ବାଦୁଡିଙ୍କଠାରୁ ଏହି ଭୂତାଣୁ ବ୍ୟାପିଥାଏ। ଶରୀରର ଘାଆରୁ ବାହାରୁଥିବା ପାଣି ମାଧ୍ୟମରେ ଏହା ଅନ୍ୟକୁ ସଂକ୍ରମିତ କରିଥାଏ। ଏହି ଭୂତାଣୁରେ ସଂକ୍ରମିତ ହେଲେ ମୁଣ୍ଡବିନ୍ଧା, ଜ୍ବର, ମାଂସପେଶୀରେ ପୀଡା, ରକ୍ତ ବାନ୍ତି ଆଦି ହୋଇଥାଏ। ଖୁବଶୀଘ୍ର ଏହାର ଚିକିତ୍ସା ନ କଲେ ରୋଗୀଙ୍କ ମୃତ୍ୟୁ ହୋଇପାରେ। ସ୍ବାସ୍ଥ୍ୟ ଅଧିକାରୀମାନେ ଲୋକଙ୍କୁ ଗୁମ୍ଫା ଗୁଡିକରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ମାଂସ ଖାଇବା ପୂର୍ବରୁ ଭଲଭାବେ ସିଝାଇବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଋଷ ତୈଳ ଆମଦାନୀ ଉପରେ ଆମେରିକାର କଟକଣା: କଡ଼ା ଜବାବ ଦେଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର