ଘୋର ସଂକଟରେ ଶ୍ରୀଲଙ୍କା: ପେଟ୍ରୋଲ ଦର ଲିଟର ପିଛା ୪୭୦ ଥିବାବେଳେ ଡିଜେଲ ୪୬୦ ଟଙ୍କା

The Sakala Picture
Published On

କଲମ୍ବୋ: ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଖରାପ ସମୟ ଶେଷ ହେବାର ନାମ ଧରୁନାହିଁ। ଶ୍ରୀଲଙ୍କାରେ ପେଟ୍ରୋଲ ମୂଲ୍ୟ ୫୦ ଟଙ୍କା ଏବଂ ଡିଜେଲରେ ୬୦ ଟଙ୍କା ବୃଦ୍ଧି ହୋଇଛି। ଦେଶରେ ଇନ୍ଧନ ମୂଲ୍ୟ ଗତ ଦୁଇ ମାସ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଫଳରେ ସେଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୭୦ ଏବଂ ଡିଜେଲ ପ୍ରତି ଲିଟର ପିଛା ୪୬୦ ଟଙ୍କାକୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଦେଶ ବୈଦେଶିକ […]

କଲମ୍ବୋ: ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଖରାପ ସମୟ ଶେଷ ହେବାର ନାମ ଧରୁନାହିଁ। ଶ୍ରୀଲଙ୍କାରେ ପେଟ୍ରୋଲ ମୂଲ୍ୟ ୫୦ ଟଙ୍କା ଏବଂ ଡିଜେଲରେ ୬୦ ଟଙ୍କା ବୃଦ୍ଧି ହୋଇଛି। ଦେଶରେ ଇନ୍ଧନ ମୂଲ୍ୟ ଗତ ଦୁଇ ମାସ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଫଳରେ ସେଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୭୦ ଏବଂ ଡିଜେଲ ପ୍ରତି ଲିଟର ପିଛା ୪୬୦ ଟଙ୍କାକୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଦେଶ ବୈଦେଶିକ ମୁଦ୍ରା ସଙ୍କଟ ଦେଇ ଗତି କରୁଥିବା ଯୋଗୁଁ ନିକଟରେ ଶ୍ରୀଲଙ୍କା ସରକାର ନାଗରିକଙ୍କ ଲାଗି ବୈଦେଶିକ ମୁଦ୍ରା ଧାରଣ ସୀମା ଲାଗୁ କରିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଘୋର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାକୁ ଏବେ ରୁଷ ତେଲ ଭରସା। ଶ୍ରୀଲଙ୍କା ଏବେ ରୁଷରୁ ଶସ୍ତା ତେଲ ଆମଦାନୀ ଅନୁସନ୍ଧାନ କରୁଛି। ଏ ସମ୍ପର୍କରେ ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି ଯେ, ତୈଳ ଆମଦାନୀ ପାଇଁ ଦେଶ ଏବେ ଭାରତର କ୍ରେଡିଟ୍ ଲାଇନ୍ ବ୍ୟବହାର କରିବ। ରବିବାର ଦିନ ଅପରାହ୍ନ ୨ଟାରୁ ଶ୍ରୀଲଙ୍କାରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ଜନିତ ସ୍ଥିତି ଅଧିକ ଗମ୍ଭୀର ହୋଇଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଳ୍ୟରେ ଯଥାକ୍ରମେ ୫୦ ଏବଂ ୬୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାଫଳରେ ସେଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫୦ ଟଙ୍କା ଏବଂ ଡିଜେଲରେ ୬୦ ଟଙ୍କା ବୃଦ୍ଧି ହୋଇଛି। ରାଷ୍ଟ୍ରାୟତ୍ତ ପେଟ୍ରୋଲିୟମ କମ୍ପାନୀ ସିଲନ୍ ପେଟ୍ରୋଲିୟମ କର୍ପୋରେସନ୍ ଦେଇଥିବା ସୂଚନା ପରେ ଶ୍ରୀଲଙ୍କା ସରକାର ଏହି ପଦକ୍ଷେପ ନେଇଛନ୍ତି। ଯେଉଁଥିରେ ବ୍ୟାଙ୍କିଙ୍ଗ ଏବଂ ଲଜିଷ୍ଟିକ୍ କାରଣରୁ ଇନ୍ଧନ ପରିବହନ ଶ୍ରୀଲଙ୍କାରେ ପହଞ୍ଚିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ବର୍ତ୍ତମାନର ପରିସ୍ଥିତିରେ ଶ୍ରୀଲଙ୍କା ରୁଷଠାରୁ ରିଆତି ମୂଲ୍ୟରେ ଇନ୍ଧନ କ୍ରୟ ସୁଯୋଗ ଅନୁସନ୍ଧାନ କରୁଥିବା ଇନ୍ଧନ ମନ୍ତ୍ରୀ କାଞ୍ଚନା ବିଜୟଶେଖରା କହିଛନ୍ତି। ଆମର ପ୍ରଥମ କ୍ରେଡିଟ ଚିଠିକୁ ଅନ୍ତର୍ଜାତୀୟ ବ୍ୟାଙ୍କଗୁଡିକ ପ୍ରତ୍ୟାଖ୍ୟାନ କରିଛନ୍ତି, ଯାହା ଶ୍ରୀଲଙ୍କାରେ ତୈଳ ଜାହାଜ ପହଞ୍ଚିବାରେ ବିଳମ୍ବ କରୁଛି। ଇନ୍ଧନ ଏବଂ ଅନ୍ୟାନ୍ୟ କୂଟନୈତିକ ପ୍ରସଙ୍ଗରେ ଆଲୋଚନା ପାଇଁ ଶ୍ରୀଲଙ୍କାର ଦୁଇ ମନ୍ତ୍ରୀ ସୋମବାର ରୁଷ ଗସ୍ତ କରିବେ ବୋଲି ସେ କହିଛନ୍ତି। ଗତ ସପ୍ତାହରେ କଲମ୍ବୋରେ ଥିବା ରୁଷ ଦୂତାବାସର ପରାମର୍ଶ କ୍ରମେ ଅଶୋଧିତ ତୈଳ କ୍ରୟ ପାଇଁ ଶ୍ରୀଲଙ୍କା ସରକାର ଅନେକ କମ୍ପାନୀ ନିକଟକୁ ଯାଇଥିଲେ। ଶ୍ରୀଲଙ୍କାରେ ପହଞ୍ଚିବାରେ ବିଳମ୍ବ ହୋଇଥିବା ଇନ୍ଧନ ପରିବହନ କେବେ ଶ୍ରୀଲଙ୍କାରେ ପହଞ୍ଚିବ ତାହା କହିବା କଷ୍ଟକର ବୋଲି ବିଜୟ ଶେଖରା କହିଛନ୍ତି। ତେବେ ଇନ୍ଧନ ଆମଦାନୀ ସୁନିଶ୍ଚିତ କରିବାରେ ମନ୍ତ୍ରାଳୟର ଚାରୋଟି ଗୋଷ୍ଠୀ ନିୟୋଜିତ ଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ତେଲ ଦର ବୃଦ୍ଧି ପରେ ଶ୍ରୀଲଙ୍କାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୭୦ ଏବଂ ଡିଜେଲ ୪୬୦ ଟଙ୍କାକୁ ବୃଦ୍ଧି ପାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ନିକଟରେ ଶ୍ରୀଲଙ୍କା ସରକାର ଦେଶରେ ବୈଦେଶିକ ମୁଦ୍ରାର ସଙ୍କଟ ଦେଇ ଗତି କରୁଥିବା ଯୋଗୁ ନାଗରିକଙ୍କ ଲାଗି ବୈଦେଶିକ ମୁଦ୍ରା ଧାରଣ ସୀମା ଲାଗୁ କରିଥିଲେ। ଏହି ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ପାଖରେ ସର୍ବାଧିକ ୧୦,୦୦୦ ଡଲାର ଧାରଣ କରିପାରିବେ। ଖାଦ୍ୟ ଏବଂ ଇନ୍ଧନ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟ ଆମଦାନୀ ପାଇଁ ଆବଶ୍ୟକ ବୈଦେଶିକ ମୁଦ୍ରା ସଂରକ୍ଷଣକୁ ବଜାୟ ରଖିବା ପାଇଁ ଶ୍ରୀଲଙ୍କା ସରକାର ଏଭଳି ସୀମା ଧାର୍ଯ୍ୟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର