ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିବା ଜଣାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମଗ୍ର ଦେଶ ତଥା ସମାଜର ସମସ୍ତ ବର୍ଗରୁ ବିପୁଳ ସମର୍ଥନ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି । ସମାଜର ତ୍ରୁଣମୂଳସ୍ତରରେ ସମସ୍ୟାକୁ ସେ ସଠିକ୍ ଭାବେ ହୃଦୟଙ୍ଗମ କରିଥିବା […]

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିବା ଜଣାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମଗ୍ର ଦେଶ ତଥା ସମାଜର ସମସ୍ତ ବର୍ଗରୁ ବିପୁଳ ସମର୍ଥନ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି । ସମାଜର ତ୍ରୁଣମୂଳସ୍ତରରେ ସମସ୍ୟାକୁ ସେ ସଠିକ୍ ଭାବେ ହୃଦୟଙ୍ଗମ କରିଥିବା ମୁର୍ମୁଙ୍କର ଦେଶର ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି ବେଶ ମହତ୍ୱପୂର୍ଣ୍ଣ । ସେପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି ଶ୍ରୀମତି ମୁର୍ମୁ । ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରାଯିବାକୁ ଥିବାବେଳେ ଏହା ପୂର୍ବରୁ ଅନ୍ୟ ବରିଷ୍ଠ ନେତାଙ୍କୁ ସାକ୍ଷାତ୍ କରି ପାରନ୍ତି ଦ୍ରୌପଦୀ ମୁର୍ମୁ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସୂଚନାଯୋଗ୍ୟ ଯେ, ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ସେପଟେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ନିଜ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ଭାବେ ବିଜୟୀ କରିବାକୁ ଆବଶ୍ୟକ ମୋଟ ଭୋଟ୍‌ରୁ ପ୍ରାୟ ୧.୨ ପ୍ରତିଶତ କମ୍‌ ରହିଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପାଖରେ । ଆଉ ବିଜେଡି ପାଖରେ ଅଛି ୨.୮୮% ଭୋଟ୍‌ । ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ଆଜି ସମର୍ଥନ ଘୋଷଣା କରିଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଓ ପରାଜୟ ମୁଖ୍ୟତଃ ବିଜେଡି ସମର୍ଥନ ଉପରେ ରହିଛି । ଏମିତି ସ୍ଥିତିରେ ଉଭୟ ବିଜେପି ଓ ବିରୋଧୀ, ନବୀନ ପଟ୍ଟନାୟକଙ୍କୁ ତାଙ୍କ କ୍ୟାମ୍ପକୁ ନେବାକୁ ସତ ଚେଷ୍ଟା କରିଥିଲେ । ତେବେ ଓଡ଼ିଆ ଝିଅ ତଥା ଗରିବ, ଆଦିବାସୀଙ୍କ ପାଇଁ ସଂଗ୍ରାମ କରି ଆସିଥିବା ଦ୍ରୋପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ଅଣ ଏନଡିଏ ଶାସିତ ରାଜ୍ୟ ଭାବେ ବିଜେଡି ପ୍ରଥମ ଦଳ ଭାବେ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ଖୋଲା ସମର୍ଥନ ଜଣାଇଛି । ଏପରିକି ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସରକା ଏବଂ ଟୁକୁନି ସାହୁ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି । ଆସନ୍ତାକାଲି ଯଦି ମୁର୍ମୁ ନାମାଙ୍କନପତ୍ର ଦାଖଲ କରନ୍ତି, ତେବେ ବିଜେଡିର ଏହି ଦୁଇ ମନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର