ଔଷଧରେ ଭଲ ହେଲା ମାରାତ୍ମକ କ୍ୟାନସର ରୋଗ, ୧୮ କର୍କଟ ରୋଗୀଙ୍କ ଠାରେ ସଫଳ ପରୀକ୍ଷଣ

The Sakala Picture
Published On

ଭୁବନେଶ୍ୱର : ଦୂରାରୋଗ୍ୟ କର୍କଟରେ ଗତ ୨୦୨୦ ମସିହାରେ ବିଶ୍ୱବ୍ୟାପୀ ୧ କୋଟି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ କେବଳ ୭.୭୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କର୍କଟ ରୋଗର ନିଦାନପାଇଁ ବିଶ୍ୱବ୍ୟାପୀ ବୈଜ୍ଞାନିକ, ଡାକ୍ତରମାନେ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ଏବେ ଏନେଇ ଏକ ନୂତନ ଆଶା ଉଜ୍ଜୀବିତ ହୋଇଛି। ନ୍ୟୁୟର୍କର ଏକ କର୍କଟ କେନ୍ଦ୍ରରେ ୧୮ ଜଣ ରୋଗୀଙ୍କ ଉପରେ ଏକ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ୬ ମାସ ଧରି ରୋଗୀଙ୍କ […]

ଭୁବନେଶ୍ୱର : ଦୂରାରୋଗ୍ୟ କର୍କଟରେ ଗତ ୨୦୨୦ ମସିହାରେ ବିଶ୍ୱବ୍ୟାପୀ ୧ କୋଟି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ କେବଳ ୭.୭୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କର୍କଟ ରୋଗର ନିଦାନପାଇଁ ବିଶ୍ୱବ୍ୟାପୀ ବୈଜ୍ଞାନିକ, ଡାକ୍ତରମାନେ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ଏବେ ଏନେଇ ଏକ ନୂତନ ଆଶା ଉଜ୍ଜୀବିତ ହୋଇଛି।

ଆହୁରି ପଢ଼ନ୍ତୁ: ସିବିଏସ୍ଇ ଓଏସଏମ୍ (OSM) ତ୍ରୁଟି ପାଇଁ ନିଜକୁ ଦାୟୀ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ସୁଧାର ପାଇଁ ଆରମ୍ଭ ହେଲା ପଦକ୍ଷେପ

ନ୍ୟୁୟର୍କର ଏକ କର୍କଟ କେନ୍ଦ୍ରରେ ୧୮ ଜଣ ରୋଗୀଙ୍କ ଉପରେ ଏକ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ୬ ମାସ ଧରି ରୋଗୀଙ୍କ ଉପରେ ଏକ ନୂଆ ଔଷଧ ପ୍ରୟୋଗ କରାଯାଇଥିବା ବେଳେ ଏଥିରୁ ୧୦୦ ପ୍ରତିଶତ ସୁଫଳ ମିଳିଛି। ମଳାଶୟ କ୍ୟାନ୍ସରରେ ପୀଡ଼ିତ ସମସ୍ତ ୧୮ ଜଣ ରୋଗୀ ଏଥିରେ ଆରୋଗ୍ୟଲାଭ କରିଛନ୍ତି। ଚିକିତ୍ସା ବିଜ୍ଞାନରେ ଏହାକୁ ଏକ ବଡ଼ ଚମତ୍କାର ଏବଂ ଉପଲବ୍ଧି ଭାବେ ଦେଖାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଯଦି ଏହା ସଫଳ ହୁଏ, ତାହେଲେ ଏହା ମାନବ ସଭ୍ୟତା ପାଇଁ ବରଦାନ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ପୂର୍ବତନ ବିଚାରପତି ତଥା ଶାଶୁ ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ, ମାଗିଲା ୫ ଦିନିଆ ରିମାଣ୍ଡ

ସୂଚନା ଅନୁଯାୟୀ ନ୍ୟୁୟର୍କର ମେମୋରିଆଲ୍‍ ସ୍ଲୋଆନ୍‍ କେଟେରିଂ କର୍କଟ କେନ୍ଦ୍ରର ଡାକ୍ତର ଲୁଇସ ଏ. ଡିଆଜ୍‍ଙ୍କ ଅନୁଯାୟୀ ୧୮ ଜଣ ରୋଗୀ ମଳାଶୟ କର୍କଟରେ ପୀଡ଼ିତ ଥିଲେ। ଦୋସ୍ତାରଲିମାବ ନାମକ ଏକ ଔଷଧରେ ସେମାନଙ୍କୁ ଚିକିତ୍ସା କରାଯାଇଥିଲା। ଦୀର୍ଘ ୬ ମାସ ଯାଏଁ ପ୍ରତି ତିନି ସପ୍ତାହରେ ଥରେ ଏହି ଔଷଧ ସେମାନଙ୍କ ଉପରେ ପ୍ରୟୋଗ କରାଯାଇଥିବା ବେଳେ ଏଥିରୁ ଚମତ୍କାର ସୁଫଳ ମିଳିଥିଲା। ପୂର୍ବରୁ ଏହି କର୍କଟରେ ପୀଡ଼ିତ ରୋଗୀମାନେ କେମୋଥେରାପି, ରେଡିଏସନ ଏବଂ ସର୍ଜରୀ ଭଳି ଚିକିତ୍ସା ପଦ୍ଧତି ଆପଣେଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା।

ଆହୁରି ପଢ଼ନ୍ତୁ: ରାଜସ୍ଥାନ ପାଣିପାଗ: ଚୁରୁ ଏବଂ ଶ୍ରୀଗଙ୍ଗାନଗରରେ ଭୟଙ୍କର ଧୂଳିଝଡ଼, ତାପମାତ୍ରା ହ୍ରାସ

ମାତ୍ର ଦୋସ୍ତାରଲିମାବର ମାତ୍ର ୬ ମାସର କ୍ଲିନିକାଲ ଟ୍ରାଏଲ ପରେ ସମସ୍ତ ୧୮ ଜଣ ରୋଗୀଙ୍କ ଦେହରୁ ଟ୍ୟୁମର ଉଭେଇ ଯାଇଥିଲା ଏବଂ ସମସ୍ତେ ବର୍ତ୍ତମାନ ସୁସ୍ଥ ହୋଇଯାଇଛନ୍ତି।ଏହା ଏକ ଛୋଟ କ୍ଲିନିକାଲ ଟ୍ରାଏଲ ହୋଇଥିବା ବେଳେ ଏହାର ବୃହତ୍ତର ବ୍ୟବହାର ପାଇଁ ଚେଷ୍ଟା କରାଯାଉଛି। ଯଦି ଏହି ଉଦ୍ୟମ ସଫଳ ହୁଏ ତାହେଲେ ସମଗ୍ର ବିଶ୍ୱ ପାଇଁ ଏହା ଏକ ବରଦାନ ସଦୃଶ୍ୟ ହେବ ବୋଲି କୁହାଯାଉଛି।

08 Jun 2022 By The Sakala

ଔଷଧରେ ଭଲ ହେଲା ମାରାତ୍ମକ କ୍ୟାନସର ରୋଗ, ୧୮ କର୍କଟ ରୋଗୀଙ୍କ ଠାରେ ସଫଳ ପରୀକ୍ଷଣ

ଭୁବନେଶ୍ୱର : ଦୂରାରୋଗ୍ୟ କର୍କଟରେ ଗତ ୨୦୨୦ ମସିହାରେ ବିଶ୍ୱବ୍ୟାପୀ ୧ କୋଟି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ କେବଳ ୭.୭୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କର୍କଟ ରୋଗର ନିଦାନପାଇଁ ବିଶ୍ୱବ୍ୟାପୀ ବୈଜ୍ଞାନିକ, ଡାକ୍ତରମାନେ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ଏବେ ଏନେଇ ଏକ ନୂତନ ଆଶା ଉଜ୍ଜୀବିତ ହୋଇଛି।

ନ୍ୟୁୟର୍କର ଏକ କର୍କଟ କେନ୍ଦ୍ରରେ ୧୮ ଜଣ ରୋଗୀଙ୍କ ଉପରେ ଏକ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ୬ ମାସ ଧରି ରୋଗୀଙ୍କ ଉପରେ ଏକ ନୂଆ ଔଷଧ ପ୍ରୟୋଗ କରାଯାଇଥିବା ବେଳେ ଏଥିରୁ ୧୦୦ ପ୍ରତିଶତ ସୁଫଳ ମିଳିଛି। ମଳାଶୟ କ୍ୟାନ୍ସରରେ ପୀଡ଼ିତ ସମସ୍ତ ୧୮ ଜଣ ରୋଗୀ ଏଥିରେ ଆରୋଗ୍ୟଲାଭ କରିଛନ୍ତି। ଚିକିତ୍ସା ବିଜ୍ଞାନରେ ଏହାକୁ ଏକ ବଡ଼ ଚମତ୍କାର ଏବଂ ଉପଲବ୍ଧି ଭାବେ ଦେଖାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଯଦି ଏହା ସଫଳ ହୁଏ, ତାହେଲେ ଏହା ମାନବ ସଭ୍ୟତା ପାଇଁ ବରଦାନ ହେବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ ନ୍ୟୁୟର୍କର ମେମୋରିଆଲ୍‍ ସ୍ଲୋଆନ୍‍ କେଟେରିଂ କର୍କଟ କେନ୍ଦ୍ରର ଡାକ୍ତର ଲୁଇସ ଏ. ଡିଆଜ୍‍ଙ୍କ ଅନୁଯାୟୀ ୧୮ ଜଣ ରୋଗୀ ମଳାଶୟ କର୍କଟରେ ପୀଡ଼ିତ ଥିଲେ। ଦୋସ୍ତାରଲିମାବ ନାମକ ଏକ ଔଷଧରେ ସେମାନଙ୍କୁ ଚିକିତ୍ସା କରାଯାଇଥିଲା। ଦୀର୍ଘ ୬ ମାସ ଯାଏଁ ପ୍ରତି ତିନି ସପ୍ତାହରେ ଥରେ ଏହି ଔଷଧ ସେମାନଙ୍କ ଉପରେ ପ୍ରୟୋଗ କରାଯାଇଥିବା ବେଳେ ଏଥିରୁ ଚମତ୍କାର ସୁଫଳ ମିଳିଥିଲା। ପୂର୍ବରୁ ଏହି କର୍କଟରେ ପୀଡ଼ିତ ରୋଗୀମାନେ କେମୋଥେରାପି, ରେଡିଏସନ ଏବଂ ସର୍ଜରୀ ଭଳି ଚିକିତ୍ସା ପଦ୍ଧତି ଆପଣେଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା।

ମାତ୍ର ଦୋସ୍ତାରଲିମାବର ମାତ୍ର ୬ ମାସର କ୍ଲିନିକାଲ ଟ୍ରାଏଲ ପରେ ସମସ୍ତ ୧୮ ଜଣ ରୋଗୀଙ୍କ ଦେହରୁ ଟ୍ୟୁମର ଉଭେଇ ଯାଇଥିଲା ଏବଂ ସମସ୍ତେ ବର୍ତ୍ତମାନ ସୁସ୍ଥ ହୋଇଯାଇଛନ୍ତି।ଏହା ଏକ ଛୋଟ କ୍ଲିନିକାଲ ଟ୍ରାଏଲ ହୋଇଥିବା ବେଳେ ଏହାର ବୃହତ୍ତର ବ୍ୟବହାର ପାଇଁ ଚେଷ୍ଟା କରାଯାଉଛି। ଯଦି ଏହି ଉଦ୍ୟମ ସଫଳ ହୁଏ ତାହେଲେ ସମଗ୍ର ବିଶ୍ୱ ପାଇଁ ଏହା ଏକ ବରଦାନ ସଦୃଶ୍ୟ ହେବ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର