ପ୍ରତିବାଦର ନୂଆ ତରିକା: ବିଦ୍ୟୁତ୍‌ କାଟ୍‌ ଏବଂ ଲୋ-ଭୋଲ୍‌ଟେଜ୍ ସମସ୍ୟା ପାଇଁ ବିଦ୍ୟୁତ୍‌ କାର୍ଯ୍ୟାଳୟରେ କରୁଛନ୍ତି ମସଲାବଟା, ମୋବାଇଲ ଚାର୍ଜ

The Sakala Picture
Published On

ଖରାଦିନେ ସାଧାରଣତଃ ବିଦ୍ୟୁତ୍ ସମସ୍ୟା ଦେଖା ଦେଇଥାଏ। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌, ଲୋ-ଭୋଲ୍‌ଟେଜ୍ ସମସ୍ୟା ଆଦି ଲାଗି ରୁହେ। ଏହି ସମସ୍ୟା ଗୋଟିଏ ଗାଁର କିମ୍ବା ସହରର ନୁହେଁ, ସମଗ୍ର ଦେଶରେ ଏହା ଏକ ସାଧାରଣ କଥା। ତେବେ ଲୋକମାନେ ଏସବୁ ପାଇଁ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରନ୍ତି। କେହି କେହି ନିଜର କ୍ରୋଧକୁ ସୋସିଆଲ୍‌ ମିଡିଆରେ ମଧ୍ୟ ପୋଷ୍ଟ କରନ୍ତି। କିନ୍ତୁ କର୍ଣ୍ଣାଟକର ଜଣେ ବ୍ୟକ୍ତି ବିଦ୍ୟୁତ୍‌ ବିଭାଗର କାର୍ଯ୍ୟାଳୟରେ ମସଲା ବାଟନ୍ତି […]

ଖରାଦିନେ ସାଧାରଣତଃ ବିଦ୍ୟୁତ୍ ସମସ୍ୟା ଦେଖା ଦେଇଥାଏ। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌, ଲୋ-ଭୋଲ୍‌ଟେଜ୍ ସମସ୍ୟା ଆଦି ଲାଗି ରୁହେ। ଏହି ସମସ୍ୟା ଗୋଟିଏ ଗାଁର କିମ୍ବା ସହରର ନୁହେଁ, ସମଗ୍ର ଦେଶରେ ଏହା ଏକ ସାଧାରଣ କଥା। ତେବେ ଲୋକମାନେ ଏସବୁ ପାଇଁ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରନ୍ତି। କେହି କେହି ନିଜର କ୍ରୋଧକୁ ସୋସିଆଲ୍‌ ମିଡିଆରେ ମଧ୍ୟ ପୋଷ୍ଟ କରନ୍ତି। କିନ୍ତୁ କର୍ଣ୍ଣାଟକର ଜଣେ ବ୍ୟକ୍ତି ବିଦ୍ୟୁତ୍‌ ବିଭାଗର କାର୍ଯ୍ୟାଳୟରେ ମସଲା ବାଟନ୍ତି ଓ ଫୋନ୍‌ ଚାର୍ଜ କରନ୍ତି। ଶିବମୋଗା ଜିଲ୍ଲା ମାଙ୍ଗୋଟେ ଗ୍ରାମରେ ରହୁଥିବା ଏମ୍‌. ହନୁମାନଥାପ୍ପା ନାମକ ଜନୈକ ବ୍ୟକ୍ତି ପ୍ରତିଦିନ ଗ୍ରାଇଣ୍ଡର ଓ ମୋବାଇଲ୍ ଫୋନ୍ ଧରି ନିକଟସ୍ଥ ମାଙ୍ଗାଲୋର ବିଦ୍ୟୁତ୍ ଯୋଗାଣ କମ୍ପାନି ଲିମିଟେଡ୍ କାର୍ଯ୍ୟାଳୟରେ ପହଞ୍ଚନ୍ତି। ହନୁମାନଥାପ୍ପାଙ୍କ ବିଦ୍ୟୁତ୍‌ ସହିତ ଜଡ଼ିତ ସମସ୍ତ କାର୍ଯ୍ୟ ସେଠାରେ ଶେଷ କରି ଘରକୁ ଫେରନ୍ତି। ଏପରିକି ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ତାଙ୍କୁ ବେଳେବେଳେ ଘରେ ଛାଡ଼ି ଦିଅନ୍ତି। ତେବେ ଏଥିପାଇଁ ହନୁମାନଥାପ୍ପାଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ କୌଣସି ଅଧିକାରୀ ପ୍ରଶ୍ନ କରନ୍ତି ନାହିଁ। ଏହି ଅଜବ ମାମଲା ପ୍ରାୟ ୧୦ ମାସ ପୂର୍ବେ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ଏଠାରେ ପ୍ରକାଶ ଥାଉ କି, ହନୁମାନଥାପ୍ପାଙ୍କ ଘରେ ମାତ୍ର ତିନିରୁ ଚାରି ଘଣ୍ଟା ପାଇଁ ବିଦ୍ୟୁତ୍ ରୁହେ। ଏଥିପାଇଁ ସେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଫଳରେ, ସେ ବିଦ୍ୟୁତ୍‌ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଜ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଏଥିରେ ଉକ୍ତ ଅଧିକାରୀ ଜଣଙ୍କ ବିରକ୍ତ ହୋଇ ଅଫିସ୍‌କୁ ଆସି ନିଜର ସମସ୍ତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ତେବେ, ହନୁମାନଥାପ୍ପା ଉକ୍ତ ଅଧିକାରୀଙ୍କ କଥାକୁ ଗମ୍ଭୀରତାର ସହ ନେଇଗଲେ, ଏବଂ ତା’ ପରଠାରୁ ସେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ମସଲା ବାଟିବାଠାରୁ ଆରମ୍ଭ କରି ମୋବାଇଲ୍‌ ଚାର୍ଜ ମଧ୍ୟ କରନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

07 Jun 2022 By The Sakala

ପ୍ରତିବାଦର ନୂଆ ତରିକା: ବିଦ୍ୟୁତ୍‌ କାଟ୍‌ ଏବଂ ଲୋ-ଭୋଲ୍‌ଟେଜ୍ ସମସ୍ୟା ପାଇଁ ବିଦ୍ୟୁତ୍‌ କାର୍ଯ୍ୟାଳୟରେ କରୁଛନ୍ତି ମସଲାବଟା, ମୋବାଇଲ ଚାର୍ଜ

ଖରାଦିନେ ସାଧାରଣତଃ ବିଦ୍ୟୁତ୍ ସମସ୍ୟା ଦେଖା ଦେଇଥାଏ। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌, ଲୋ-ଭୋଲ୍‌ଟେଜ୍ ସମସ୍ୟା ଆଦି ଲାଗି ରୁହେ। ଏହି ସମସ୍ୟା ଗୋଟିଏ ଗାଁର କିମ୍ବା ସହରର ନୁହେଁ, ସମଗ୍ର ଦେଶରେ ଏହା ଏକ ସାଧାରଣ କଥା। ତେବେ ଲୋକମାନେ ଏସବୁ ପାଇଁ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରନ୍ତି। କେହି କେହି ନିଜର କ୍ରୋଧକୁ ସୋସିଆଲ୍‌ ମିଡିଆରେ ମଧ୍ୟ ପୋଷ୍ଟ କରନ୍ତି। କିନ୍ତୁ କର୍ଣ୍ଣାଟକର ଜଣେ ବ୍ୟକ୍ତି ବିଦ୍ୟୁତ୍‌ ବିଭାଗର କାର୍ଯ୍ୟାଳୟରେ ମସଲା ବାଟନ୍ତି ଓ ଫୋନ୍‌ ଚାର୍ଜ କରନ୍ତି। ଶିବମୋଗା ଜିଲ୍ଲା ମାଙ୍ଗୋଟେ ଗ୍ରାମରେ ରହୁଥିବା ଏମ୍‌. ହନୁମାନଥାପ୍ପା ନାମକ ଜନୈକ ବ୍ୟକ୍ତି ପ୍ରତିଦିନ ଗ୍ରାଇଣ୍ଡର ଓ ମୋବାଇଲ୍ ଫୋନ୍ ଧରି ନିକଟସ୍ଥ ମାଙ୍ଗାଲୋର ବିଦ୍ୟୁତ୍ ଯୋଗାଣ କମ୍ପାନି ଲିମିଟେଡ୍ କାର୍ଯ୍ୟାଳୟରେ ପହଞ୍ଚନ୍ତି। ହନୁମାନଥାପ୍ପାଙ୍କ ବିଦ୍ୟୁତ୍‌ ସହିତ ଜଡ଼ିତ ସମସ୍ତ କାର୍ଯ୍ୟ ସେଠାରେ ଶେଷ କରି ଘରକୁ ଫେରନ୍ତି। ଏପରିକି ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ତାଙ୍କୁ ବେଳେବେଳେ ଘରେ ଛାଡ଼ି ଦିଅନ୍ତି। ତେବେ ଏଥିପାଇଁ ହନୁମାନଥାପ୍ପାଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ କୌଣସି ଅଧିକାରୀ ପ୍ରଶ୍ନ କରନ୍ତି ନାହିଁ। ଏହି ଅଜବ ମାମଲା ପ୍ରାୟ ୧୦ ମାସ ପୂର୍ବେ ଆରମ୍ଭ ହୋଇଥିଲା।

ଏଠାରେ ପ୍ରକାଶ ଥାଉ କି, ହନୁମାନଥାପ୍ପାଙ୍କ ଘରେ ମାତ୍ର ତିନିରୁ ଚାରି ଘଣ୍ଟା ପାଇଁ ବିଦ୍ୟୁତ୍ ରୁହେ। ଏଥିପାଇଁ ସେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଫଳରେ, ସେ ବିଦ୍ୟୁତ୍‌ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଜ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଏଥିରେ ଉକ୍ତ ଅଧିକାରୀ ଜଣଙ୍କ ବିରକ୍ତ ହୋଇ ଅଫିସ୍‌କୁ ଆସି ନିଜର ସମସ୍ତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ତେବେ, ହନୁମାନଥାପ୍ପା ଉକ୍ତ ଅଧିକାରୀଙ୍କ କଥାକୁ ଗମ୍ଭୀରତାର ସହ ନେଇଗଲେ, ଏବଂ ତା’ ପରଠାରୁ ସେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ମସଲା ବାଟିବାଠାରୁ ଆରମ୍ଭ କରି ମୋବାଇଲ୍‌ ଚାର୍ଜ ମଧ୍ୟ କରନ୍ତି।

https://www.thesakala.in/national-international/a-new-way-of-protesting-for-electricity-problem-in-karnataka/article-12221
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର