ବିଜେପି ବିରୋଧରେ ଏକତ୍ରିତ ହେବାକୁ ସୋନିଆ, ନବୀନଙ୍କ ସମେତ ୧୫ଟି ବିରୋଧୀ ଦଳର ନେତାଙ୍କୁ ଚିଠି ଲେଖିଲେ ମମତା

The Sakala Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉଷ୍ମତା ମଧ୍ୟରେ ବିଜେପି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆହ୍ୱାନ ଦେଇ ଆଜି ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଆହ୍ବାନ ଦେଇଛନ୍ତି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପୱାର, ଡିଏମକେ ମୁଖ୍ୟ ଏମ.କେ ଷ୍ଟଲିନ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ […]

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉଷ୍ମତା ମଧ୍ୟରେ ବିଜେପି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆହ୍ୱାନ ଦେଇ ଆଜି ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଆହ୍ବାନ ଦେଇଛନ୍ତି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପୱାର, ଡିଏମକେ ମୁଖ୍ୟ ଏମ.କେ ଷ୍ଟଲିନ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ, ଏସପି ମୁଖ୍ୟ ଅଖିଳେଶ ଯାଦବ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ସମେତ ୧୫ଜଣ ଅଣ-ବିଜେପି ନେତାଙ୍କୁ ଏହି ଚିଠି ଲେଖିଛନ୍ତି ଦିଦି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ସେ କହିଛନ୍ତି, ମୋର ଦୃଢ ବିଶ୍ୱାସ ଯେ ବର୍ତ୍ତମାନ ସମୟ ଆସିଯାଇଛି ବିଜେପିର ଗଣତନ୍ତ୍ର ଓ ସମ୍ବିଧାନ ଉପରେ ହମଲା ବିରୋଧରେ ଏକଜୁଟ ହେବା। ଚିଠିରେ ମମତା କହିଛନ୍ତି, ଯେଉଁଭଳି ବିଜେପି ଏନସିଆର ବିଲ ପାସ କରିବାକୁ ଚେଷ୍ଟା କରିଥିଲା ତା ବିରୋଧରେ ସ୍ୱର ଉଠାଇବା ଆବଶ୍ୟକ। ସେ କହିଛନ୍ତି ଯେ ବିଜେପି ଏକ ପ୍ରାଧିକରଣ ଦଳ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ମମତା ୧୫ ବିରୋଧୀ ଦଳର ନେତାମାନଙ୍କୁ ଲେଖିଥିବା ଚିଠିରେ  ଲଖାଯାଇଛି ଯେ, ଭାରତରେ ଗଣତନ୍ତ୍ର ତଥା ସାମ୍ବିଧାନିକ ସଂଘବାଦ ଉପରେ କେନ୍ଦ୍ରରେ ବିଜେପି ଏବଂ ଏହାର ସରକାରଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ନେଇ ମୁଁ ଗୁରୁତର ଚିନ୍ତା ପ୍ରକଟ କରୁଛି। ମୋଟାମୋଟି ଭାବେ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଏବଂ କେନ୍ଦ୍ରରେ ଥିବା ଶାସକ ଦଳ ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କ, ସ୍ୱାଧୀନ ଭାରତ ଇତିହାସରେ କେବେ ବି ଖରାପ ନଥିଲା। ଏହା ପ୍ରଧାନମନ୍ତ୍ରୀଙ୍କ କ୍ଷମତାସୀନ ଆଚରଣ ପାଇଁ ହେଉଛି। ଚିଠିରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଦ୍ବାରା ପାରିତ କରାଯାଇଥିବା ବିଲକୁ ବିରୋଧ କରି ବିଜେପି ବିରୋଧରେ ଏକଜୁଟ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ସହ ୭ ପୃଷ୍ଠା ବିଶିଷ୍ଟ ଏହି ଚିଠିରେ ଆହୁରି ଲେଖାଯାଇଛି ଯେ, ବିରୋଧୀ ବିଜେପିକୁ ଶାସନ କ୍ଷମତାରୁ ହଟାଇବାର ସମୟ ଆସିଛି। ଏହା କରିବାକୁ ହେଲେ ସମସ୍ତ ବିରୋଧୀଦଳମାନଙ୍କୁ ଏକାଠି ହୋଇ ସଂଘର୍ଷ କରିବାକୁ ପଡିବ । ଯାହାଦ୍ୱାରା ଲୋକତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରାଯାଇପାରିବା ସହ ଲୋକମାନଙ୍କ ସାମ୍ନାରେ ଏକ ଶକ୍ତ ଓ ବିଶ୍ୱସନୀୟ ବିକଳ୍ପ ଠିଆ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର