୧୨ରୁ ୧୭ ବର୍ଷର ପିଲାଙ୍କୁ କୋଭୋଭାକ୍ସ ଟିକା ଦେବାପାଇଁ ଅନୁମୋଦନ ଦେଲା NTAGI

The Sakala Picture
Published On

ନୂଆଦିଲ୍ଲୀ : ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (NTAGI) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି। କୁହାଯାଇଛି କି କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ ଟିକାକଣ କରିବାରେ ସରକାରଙ୍କୁ ଅଧିକ ସଫଳତା ମିଳିବ । ଟିକାର ପରୀକ୍ଷଣରୁ ଭଲ ରେଜଲ୍ଟ ମିଳିଥିବାରୁ NTAGI ଏପରି ନିଷ୍ପତ୍ତି ନେଇଛି। ଦେଶରେ ଚତୁର୍ଥ ଲହର ନେଇ ଆଶଙ୍କା ଜାରି ରହିଥିବାବେଳେ ପିଲାଙ୍କୁ ସଂକ୍ରମଣରୁ […]

ନୂଆଦିଲ୍ଲୀ : ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (NTAGI) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି। କୁହାଯାଇଛି କି କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ ଟିକାକଣ କରିବାରେ ସରକାରଙ୍କୁ ଅଧିକ ସଫଳତା ମିଳିବ । ଟିକାର ପରୀକ୍ଷଣରୁ ଭଲ ରେଜଲ୍ଟ ମିଳିଥିବାରୁ NTAGI ଏପରି ନିଷ୍ପତ୍ତି ନେଇଛି। ଦେଶରେ ଚତୁର୍ଥ ଲହର ନେଇ ଆଶଙ୍କା ଜାରି ରହିଥିବାବେଳେ ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

ଏନଟିଏଜିଆଇଙ୍କ ସୁପାରିସ ପରେ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ଯିବ । ଡିସିଜିଆଇ କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି । ସୂଚନାଯୋଗ୍ୟ, ଭାରତରେ ୧୨-୧୪ ବର୍ଷର ପିଲାମାନଙ୍କୁ ମାର୍ଚ୍ଚ ୧୬ ତାରିଖ ଠାରୁ କରୋନା ନିରୋଧୀ ଟିକାକରଣ ଆରମ୍ଭ ହୋଇ ସାରିଛି । ଏହି କ୍ରମରେ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେବାକ୍ସ ଟିକାକୁ ବ୍ୟବହାର କରାଯାଉଛି।

ସୂଚନାଯୋଗ୍ୟ,   ଏପ୍ରିଲ ମାସ ଆରମ୍ଭରେ ବୈଷୟିକ କମିଟି କୋଭୋଭାକ୍ସକୁ ନେଇ ସମୀକ୍ଷା କରିବାର ଥିଲ। ଏବେ କିଶୋରଙ୍କ ଟିକାକରଣରେ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଗତ ବର୍ଷ ଡିସେମ୍ୱର ୨୮ରେ ବୟସ୍କଙ୍କ ପାଇଁ କୋଭୋଭାକ୍ସ ଟିକାର ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଥିଲା।

29 Apr 2022 By The Sakala

୧୨ରୁ ୧୭ ବର୍ଷର ପିଲାଙ୍କୁ କୋଭୋଭାକ୍ସ ଟିକା ଦେବାପାଇଁ ଅନୁମୋଦନ ଦେଲା NTAGI

ନୂଆଦିଲ୍ଲୀ : ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (NTAGI) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି। କୁହାଯାଇଛି କି କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ ଟିକାକଣ କରିବାରେ ସରକାରଙ୍କୁ ଅଧିକ ସଫଳତା ମିଳିବ । ଟିକାର ପରୀକ୍ଷଣରୁ ଭଲ ରେଜଲ୍ଟ ମିଳିଥିବାରୁ NTAGI ଏପରି ନିଷ୍ପତ୍ତି ନେଇଛି। ଦେଶରେ ଚତୁର୍ଥ ଲହର ନେଇ ଆଶଙ୍କା ଜାରି ରହିଥିବାବେଳେ ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।

ଏନଟିଏଜିଆଇଙ୍କ ସୁପାରିସ ପରେ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ଯିବ । ଡିସିଜିଆଇ କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି । ସୂଚନାଯୋଗ୍ୟ, ଭାରତରେ ୧୨-୧୪ ବର୍ଷର ପିଲାମାନଙ୍କୁ ମାର୍ଚ୍ଚ ୧୬ ତାରିଖ ଠାରୁ କରୋନା ନିରୋଧୀ ଟିକାକରଣ ଆରମ୍ଭ ହୋଇ ସାରିଛି । ଏହି କ୍ରମରେ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେବାକ୍ସ ଟିକାକୁ ବ୍ୟବହାର କରାଯାଉଛି।

ସୂଚନାଯୋଗ୍ୟ,   ଏପ୍ରିଲ ମାସ ଆରମ୍ଭରେ ବୈଷୟିକ କମିଟି କୋଭୋଭାକ୍ସକୁ ନେଇ ସମୀକ୍ଷା କରିବାର ଥିଲ। ଏବେ କିଶୋରଙ୍କ ଟିକାକରଣରେ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଗତ ବର୍ଷ ଡିସେମ୍ୱର ୨୮ରେ ବୟସ୍କଙ୍କ ପାଇଁ କୋଭୋଭାକ୍ସ ଟିକାର ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର