ଟ୍ବିଟର ବୋର୍ଡରେ ଯୋଡ଼ି ହେଲେ ଏଲୋନ୍ ମସ୍କ
ନୂଆଦିଲ୍ଲୀ: ଟେସଲା ସିଇଓ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଇନ୍କୋରେ ୯.୨ ପ୍ରତିଶତ ଅଂଶଧନ କିଣିଛନ୍ତି। ଏଥି ସହିତ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲ ମଙ୍ଗଳବାର ଦିନ ଏକ ଟ୍ୱିଟରେ କମ୍ପାନୀ ବୋର୍ଡରେ ଏଲୋନ ମସ୍କଙ୍କୁ ସ୍ୱାଗତ କରିଛନ୍ତି। ଅଗ୍ରୱାଲ କହିଛନ୍ତି ଯେ, ସେ ଆମର ସେବାରେ ବିଶ୍ୱାସ କରନ୍ତି। ଏହାକ ଆହୁରି ମଜବୁତ କରିବା ପାଇଁ ଟ୍ବିଟର ଓ ଆମ ବୋର୍ଡରେ ତାଙ୍କର ଆବଶ୍ଯକତା ରହିଛି। […]
ନୂଆଦିଲ୍ଲୀ: ଟେସଲା ସିଇଓ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଇନ୍କୋରେ ୯.୨ ପ୍ରତିଶତ ଅଂଶଧନ କିଣିଛନ୍ତି। ଏଥି ସହିତ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲ ମଙ୍ଗଳବାର ଦିନ ଏକ ଟ୍ୱିଟରେ କମ୍ପାନୀ ବୋର୍ଡରେ ଏଲୋନ ମସ୍କଙ୍କୁ ସ୍ୱାଗତ କରିଛନ୍ତି।
ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍
ଅଗ୍ରୱାଲ କହିଛନ୍ତି ଯେ, ସେ ଆମର ସେବାରେ ବିଶ୍ୱାସ କରନ୍ତି। ଏହାକ ଆହୁରି ମଜବୁତ କରିବା ପାଇଁ ଟ୍ବିଟର ଓ ଆମ ବୋର୍ଡରେ ତାଙ୍କର ଆବଶ୍ଯକତା ରହିଛି। ଆମ ବୋର୍ଡରେ ଏଲୋନ୍ ମସ୍କ ନିଯୁକ୍ତ ହୋଇଥିବାରୁ ସେ ଉତ୍ସାହିତ ହୋଇଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ଟ୍ୱିଟ୍ ମାଧ୍ୟମରେ ମସ୍କ ସହିତ ବାର୍ତ୍ତାଳାପରେ ଏହା ସ୍ପଷ୍ଟ ହୋଇଛି ଯେ ସେ ଆମ ବୋର୍ଡକୁ ନୂଆ ମୂଲ୍ୟ ଆଣିବେ।






