୩୭୧ କୋଟି ଟଙ୍କାର ଘୋଟାଲା ମାମଲା : ଚନ୍ଦ୍ରବାବୁଙ୍କୁ ଇଡିର କ୍ଲିନ୍ଚିଟ୍
ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ମିଳିଲା ବଡ଼ ଧରଣର ଆଶ୍ବସ୍ତି। ଯେଉଁ ଦୁର୍ନୀତି ମାମଲାରେ ଗତବର୍ଷ ସେ ୫୩ ଦିନ ଧରି ଜେଲରେ ରହିଥିଲେ, ସେହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତାଙ୍କୁ ଦେଇଛି କ୍ଲିନ୍ଚିଟ୍। ସିଆଇଡି ତଦନ୍ତ ଆଧାରରେ ମାମଲା ରୁଜୁ କରି ଇଡି ଖୋଳତାଡ଼ ଆରମ୍ଭ କରିଥିଲା। ତେବେ ଏହି ଘୋଟାଲା ସହ ନାଇଡ଼ୁଙ୍କର କୌଣସି ସଂପର୍କ ନାହିଁ ବୋଲି ଇଡି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟରେ […]
ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ମିଳିଲା ବଡ଼ ଧରଣର ଆଶ୍ବସ୍ତି। ଯେଉଁ ଦୁର୍ନୀତି ମାମଲାରେ ଗତବର୍ଷ ସେ ୫୩ ଦିନ ଧରି ଜେଲରେ ରହିଥିଲେ, ସେହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତାଙ୍କୁ ଦେଇଛି କ୍ଲିନ୍ଚିଟ୍। ସିଆଇଡି ତଦନ୍ତ ଆଧାରରେ ମାମଲା ରୁଜୁ କରି ଇଡି ଖୋଳତାଡ଼ ଆରମ୍ଭ କରିଥିଲା। ତେବେ ଏହି ଘୋଟାଲା ସହ ନାଇଡ଼ୁଙ୍କର କୌଣସି ସଂପର୍କ ନାହିଁ ବୋଲି ଇଡି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ରାଜ୍ୟରେ ଜଗନମୋହନ ରେଡୀ ସରକାର ଥିବା ବେଳେ ୩୭୧ କୋଟି ଟଙ୍କାର ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ ସ୍କାମ୍ ମାମଲାର ଇଡି ତଦନ୍ତ ଆରମ୍ଭ ହୋଇଥିଲା। ଘୋଟାଲାରେ ଚନ୍ଦ୍ରବାବୁଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା ସିଆଇଡି। ଏହାକୁ ଆଧାର କରି ଗତବର୍ଷ ତାଙ୍କୁ ଗିରଫ କରାଯାଇଥିଲା। ୫୩ ଦିନ ଜେଲରେ ରହିବା ପରେ ଅକଟୋବର ୩୧ ତାରିଖରେ ନାଇଡ଼ୁଙ୍କୁ ଜାମିନ ମିଳିଥିଲା।
ଅନ୍ୟପକ୍ଷରେ ସିଆଇଡି ଚାର୍ଜସିଟ୍ ଆଧାରରେ ଇଡି ପକ୍ଷରୁ ପିଏମ୍ଏଲ୍ଏ (ଅର୍ଥ ହେରଫେର ନିରାକରଣ ଆଇନ) ଅନୁଯାୟୀ ତଦନ୍ତ ଆରମ୍ଭ କରାଯାଇଥିଲା। ଡିଜାଇନ୍ ଟେକ୍ ସିଷ୍ଟମ ନାମକ ଏକ ସଂସ୍ଥାର ୨୩.୫ କୋଟି ଟଙ୍କାର ସଂପତ୍ତିକୁ ଜବତ କରାଯାଇଥିଲା। ଇଡି ପକ୍ଷରୁ କୁହାଯାଇଛି ଯେ ସିମେନ ପ୍ରକଳ୍ପରେ ଆନ୍ଦ୍ର ସରକାର ଅର୍ଥ ନିବେଶ କରିଥିବା ବେଳେ ଜାଲିଆତି କରି ଅର୍ଥକୁ ହଡ଼ପ କରିଥିଲେ ସଂସ୍ଥାର କେତେକ ଅଧିକାରୀ। ଏହି ଅର୍ଥରେ ସେମାନେ ଦିଲ୍ଲୀ, ମୁମ୍ବାଇ, ପୁନେ ଭଳି ସହରରେ ସ୍ଥାବର ଓ ଅସ୍ଥାବର ସଂପତ୍ତି କିଣିଥିଲେ। ତେବେ ଏହି କାରବାର ସହିତ ନାଇଡ଼ୁଙ୍କର କୌଣସି ସଂପର୍କ ନାହିଁ।
ସୂଚନାଯୋଗ୍ୟ ଯେ ୨୦୧୪ରେ ଚନ୍ଦ୍ରବାବୁ ନାଇଡ଼ୁ ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ସେଣ୍ଟର ଅଫ୍ ଏକସେଲେନ୍ସ ପ୍ରକଳ୍ପ ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଥିଲା। ଏଥିଲାଗି ଡିଜାଇନ୍ ଟେକ୍ କଂପାନୀ ସହିତ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା। ୩୩୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଲାଗି ସରକାର ୩୭୧ କୋଟି ଟଙ୍କା ମଞ୍ଜୁର କରିଥିଲେ। ମାତ୍ର ଏହି ଟଙ୍କାକୁ ଜାଲିଆତି କରି ଡିଜାଇନ୍ ଟେକ୍ ହଡ଼ପ କରିଥିଲା ବୋଲି ଅଭିଯୋଗ ହୋଇଥିଲା। ଜଗନମୋହନ ସରକାର ଏହା ଉପରେ ତଦନ୍ତ ଆରମ୍ଭ କରିଥିଲେ। ଏହି କାରବାର ସହିତ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସଂପର୍କ ଥିଲା ବୋଲି ସିଆଇଡି ପ୍ରକାଶ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଛାନଭିନ୍ ବେଳେ ଇଡି ଜାଣିବାକୁ ପାଇଛି ଯେ ଏହି ମାମଲା ସହିତ ଚନ୍ଦ୍ରବାବୁଙ୍କର କୌଣସି ସଂପର୍କ ନାହିଁ। ଅନ୍ୟପକ୍ଷରେ ବିରୋଧୀ ଦଳ ପକ୍ଷରୁ ଏହାକୁନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ ଦୁର୍ନୀତିରେ ସଂପୃକ୍ତ ରହୁଥିବା ନେତା କେନ୍ଦ୍ରରେ ଶାସକ ଦଳ ସହ ହାତ ମିଳାଇଲେ ସେମାନଙ୍କୁ କେନ୍ଦ୍ରୀୟ ସଂସ୍ଥା ଦ୍ବାରା କ୍ଲିନ୍ଚିଟ୍ ଦିଆଯିବାର ପରମ୍ପରା ଆରମ୍ଭ ହୋଇଛି। ଗତ ୧୦ ବର୍ଷରେ ଏଭଳି ୨୩ ଜଣ ନେତାଙ୍କୁ ଆଶ୍ବସ୍ତି ମିଳିଛି ବୋଲି ସେମାେନ ଅଭିଯୋଗ କରିଛନ୍ତି।