ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ଭୟଙ୍କର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ଆଫଗାନିସ୍ତାନ, ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

The Sakala Picture
Published On

କାବୁଲ : ଭୟଙ୍କର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ଆଫଗାନିସ୍ତାନ।  ଆଜି ସକାଳେ ଆଫଗାନିସ୍ତାନରେ ଭୟାବହ ଭୂମିକମ୍ପ ହୋଇଛି।  ଏଥିରେ ପ୍ରାୟ ୨୫୦ ଜଣରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରହିଥିବା ଜଣାପଡିଛି। ସେହିପରି ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଆମେରିକୀୟ ଜିଓଲଜିକାଲ ସର୍ଭେର ରିପୋର୍ଟ ମୁତାବକ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ପୂର୍ବ ଆଫଗାନିସ୍ତନର ଖୋସ୍ତ ସହରଠାରୁ ୪୪ କିମି ଦୂରରେ ରହିଥିଲା । ଆଫଗାନିସ୍ତାନର […]

କାବୁଲ : ଭୟଙ୍କର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ଆଫଗାନିସ୍ତାନ।  ଆଜି ସକାଳେ ଆଫଗାନିସ୍ତାନରେ ଭୟାବହ ଭୂମିକମ୍ପ ହୋଇଛି।  ଏଥିରେ ପ୍ରାୟ ୨୫୦ ଜଣରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରହିଥିବା ଜଣାପଡିଛି। ସେହିପରି ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଆମେରିକୀୟ ଜିଓଲଜିକାଲ ସର୍ଭେର ରିପୋର୍ଟ ମୁତାବକ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ପୂର୍ବ ଆଫଗାନିସ୍ତନର ଖୋସ୍ତ ସହରଠାରୁ ୪୪ କିମି ଦୂରରେ ରହିଥିଲା ।

ଆହୁରି ପଢ଼ନ୍ତୁ: ରୁଷିଆରୁ ସମୁଦ୍ର ପଥରେ ଆସୁଥିବା ତୈଳ ଉପରେ କଟକଣା କୋହଳ ଅବଧି ବଢ଼ାଇଲା ଆମେରିକା: ଭାରତ ପାଇଁ ଏହାର ଅର୍ଥ କ'ଣ?

ଆଫଗାନିସ୍ତାନର ପାକ୍ଟିକା ପ୍ରାନ୍ତରରେ ଭୟଙ୍କର ବିଧ୍ବଂସ ଘଟିଛି ।ଭୂକମ୍ପରେ ଏହି ପ୍ରଦେଶରେ ବହୁ ସଂଖ୍ୟକ ଘର ଭାଙ୍ଗି ଯାଇଛି।  ଏଠି ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ।ଜଣେ ସ୍ଥାନୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୫୦ ଛୁଇଁଛି । ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି । ସେ କହିଛନ୍ତି ଏହି ଭୂକମ୍ପରେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।ଆଫଗାନିସ୍ତାନ, ପାକିସ୍ଥାନ ଏବଂ ଭାରତରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ସୂଚନାନୁସାରେ, ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ପାକିସ୍ତାନର ରାଜଧାନୀ ଇସଲାମାବାଦ ପର୍ୟ୍ୟନ୍ତ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା।କମ୍ପର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଆଫଗାନିସ୍ତାନରେ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି । ଯାହାଫଳରେ ତଳେ ଚାପି ହୋଇ ଅନେକ ଲୋକଙ୍କ ମୃ୍ତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ଆଶଙ୍କା କରାଯାଉଛି ।

ଆହୁରି ପଢ଼ନ୍ତୁ: 'ଆର୍ଥିକ ଝଡ଼ ମୁଣ୍ଡ ଉପରେ, ଆମ ପ୍ରଧାନମନ୍ତ୍ରୀ ଇଟାଲୀରେ ଟଫି ବାଣ୍ଟୁଛନ୍ତି': 'ମେଲୋଡି' ପ୍ରସଙ୍ଗରେ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ଭୂକମ୍ପ କିପରି ହୁଏ?

ଆହୁରି ପଢ଼ନ୍ତୁ: ଜାତିସଂଘ ନିରାପତ୍ତା ପରିଷଦରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ନିର୍ଦ୍ଦୋଷଙ୍କୁ ମାରୁଥିବା ଦେଶ ଆଇନ ଶିଖାଇବା ହାସ୍ୟାସ୍ପଦ'

କାହିଁକି ଭୂକମ୍ପ ହୁଏ ? ପୃଥିବୀର ଉପରିଭାଗ ୭ଟି ଟେକ୍ଟାନିକ୍ ପ୍ଲେଟ ଦ୍ୱାରା ଗଠିତ । ଏହି ପ୍ଲେଟ ଗୁଡ଼ିକ ଯୋଡ଼ି ହୋଇ ରହିଥାନ୍ତି । ଯେତେବେଳେ ଏହି ପ୍ଲେଟ ଗୁଡ଼ିକର ସଂଯୋଗସ୍ଥଳରେ ଧକ୍କା ହୋଇଥାଏ ସେତେବେଳେ ଭୂକମ୍ପ ଅନୁଭୁତ ହୁଏ । ଏମିତି ପରିସ୍ଥିତି ଉପୁଜେ ଯେତେବେଳ ଗୋଟିଏ ପ୍ଲେଟ ଅନ୍ୟ ଏକ ପ୍ଲେଟର କ୍ଷେତ୍ର ଭିତରକୁ ପ୍ରବେଶ କରିବାକୁ ଲାଗେ । ଫଳରେ ପ୍ଲେଟ ପ୍ଲେଟ ମଧ୍ୟରେ ଘର୍ଷଣ ବା ଧକ୍କା ହୋଇଥାଏ । ଏହି ଘର୍ଷଣ ଯୋଗୁଁ ପୃଥିବୀର ଉପରିଭାଗ ଥରିବାକୁ ଲାଗେ, ବେଳେବେଳେ ଭୂପୃଷ୍ଠ ଫାଟି ମଧ୍ୟ ଯାଏ ।

ଜାଣନ୍ତୁ ରିକ୍ଟର ସ୍କେଲର ତୀବ୍ରତା ଏବଂ ପ୍ରଭାବ:

୦ ରୁ ୧.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ କେବଳ ସିସ୍ମୋଗ୍ରାଫ ମାଧ୍ୟମରେ ସୂଚନା ମିଳେ ।

୨ ରୁ ୨.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ ସାମାନ୍ୟ କମ୍ପନ ଅନୁଭୁତ ହୁଏ ।

୩ ରୁ ୩.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ ଗୋଟିଏ ଟ୍ରକ ଆପଣଙ୍କ ପାଖ ଦେଇ ଚାଲିଯିବା ଭଳି ଅନୁଭବ ହୁଏ ।

୪ ରୁ ୪.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ ଘରର ଝରକା ଭାଙ୍ଗିଯାଇପାରେ, କାନ୍ଥରେ ଟଙ୍ଗା ଯାଇଥିବା ଫଟୋ ଫ୍ରେମ୍ ମଧ୍ୟ ପଡ଼ିଯାଇପାରେ ।

୫ ରୁ ୫.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିବା ଦ୍ୱାରା ଭାରି ଜିନିଷ ଥରିବାକୁ ଲାଗେ ।

୬ ରୁ ୬.୯ ରିକ୍ଟର ସ୍କେଲରେ ଭୂକମ୍ପରେ ବଡ଼ ବଡ଼ ଘରର ଉପର ମହଲାରେ କ୍ଷତି ହେବାର ସମ୍ଭାବନା ଥାଏ ।

୭ ରୁ ୭.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ ପକ୍କା ଘର ଭୁଶୁଡ଼ି ପଡ଼େ, ମାଟି ତଳେ ଥିବା ପାଇପ୍ ଫାଟିଯାଏ

୮ ରୁ ୮.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିବା ଦ୍ୱାରା ବଡ଼ ବଡ଼ ଘର ସହ ବ୍ରିଜ୍ ମଧ୍ୟ ଭୁଷୁଡ଼ି ପଡ଼େ

୯ କିମ୍ବା ଅଧିକ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ ପୃଥବୀର ଉପରିଭାଗରେ ତରଙ୍ଗ ଆସିବା ଭଳି ଦେଖାଯିବ, ସମୁଦ୍ରରେ ସୁନାମୀ ଆସିବ । ରିକ୍ଟର ସ୍କେଲରେ ମିଳୁଥିବା ପ୍ରତିଟି କ୍ରମାଙ୍କ ପୂର୍ବ କ୍ରମାଙ୍କ ଅପେକ୍ଷା ୧୦ ଗୁଣା ଅଧିକ ଶକ୍ତିଶାଳୀ ହୋଇଥାଏ ।

22 Jun 2022 By The Sakala

ଭୟଙ୍କର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ଆଫଗାନିସ୍ତାନ, ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

କାବୁଲ : ଭୟଙ୍କର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ଆଫଗାନିସ୍ତାନ।  ଆଜି ସକାଳେ ଆଫଗାନିସ୍ତାନରେ ଭୟାବହ ଭୂମିକମ୍ପ ହୋଇଛି।  ଏଥିରେ ପ୍ରାୟ ୨୫୦ ଜଣରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରହିଥିବା ଜଣାପଡିଛି। ସେହିପରି ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଆମେରିକୀୟ ଜିଓଲଜିକାଲ ସର୍ଭେର ରିପୋର୍ଟ ମୁତାବକ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ପୂର୍ବ ଆଫଗାନିସ୍ତନର ଖୋସ୍ତ ସହରଠାରୁ ୪୪ କିମି ଦୂରରେ ରହିଥିଲା ।

ଆଫଗାନିସ୍ତାନର ପାକ୍ଟିକା ପ୍ରାନ୍ତରରେ ଭୟଙ୍କର ବିଧ୍ବଂସ ଘଟିଛି ।ଭୂକମ୍ପରେ ଏହି ପ୍ରଦେଶରେ ବହୁ ସଂଖ୍ୟକ ଘର ଭାଙ୍ଗି ଯାଇଛି।  ଏଠି ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ।ଜଣେ ସ୍ଥାନୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୫୦ ଛୁଇଁଛି । ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି । ସେ କହିଛନ୍ତି ଏହି ଭୂକମ୍ପରେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।ଆଫଗାନିସ୍ତାନ, ପାକିସ୍ଥାନ ଏବଂ ଭାରତରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ସୂଚନାନୁସାରେ, ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ପାକିସ୍ତାନର ରାଜଧାନୀ ଇସଲାମାବାଦ ପର୍ୟ୍ୟନ୍ତ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା।କମ୍ପର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଆଫଗାନିସ୍ତାନରେ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି । ଯାହାଫଳରେ ତଳେ ଚାପି ହୋଇ ଅନେକ ଲୋକଙ୍କ ମୃ୍ତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ଆଶଙ୍କା କରାଯାଉଛି ।

ଭୂକମ୍ପ କିପରି ହୁଏ?

କାହିଁକି ଭୂକମ୍ପ ହୁଏ ? ପୃଥିବୀର ଉପରିଭାଗ ୭ଟି ଟେକ୍ଟାନିକ୍ ପ୍ଲେଟ ଦ୍ୱାରା ଗଠିତ । ଏହି ପ୍ଲେଟ ଗୁଡ଼ିକ ଯୋଡ଼ି ହୋଇ ରହିଥାନ୍ତି । ଯେତେବେଳେ ଏହି ପ୍ଲେଟ ଗୁଡ଼ିକର ସଂଯୋଗସ୍ଥଳରେ ଧକ୍କା ହୋଇଥାଏ ସେତେବେଳେ ଭୂକମ୍ପ ଅନୁଭୁତ ହୁଏ । ଏମିତି ପରିସ୍ଥିତି ଉପୁଜେ ଯେତେବେଳ ଗୋଟିଏ ପ୍ଲେଟ ଅନ୍ୟ ଏକ ପ୍ଲେଟର କ୍ଷେତ୍ର ଭିତରକୁ ପ୍ରବେଶ କରିବାକୁ ଲାଗେ । ଫଳରେ ପ୍ଲେଟ ପ୍ଲେଟ ମଧ୍ୟରେ ଘର୍ଷଣ ବା ଧକ୍କା ହୋଇଥାଏ । ଏହି ଘର୍ଷଣ ଯୋଗୁଁ ପୃଥିବୀର ଉପରିଭାଗ ଥରିବାକୁ ଲାଗେ, ବେଳେବେଳେ ଭୂପୃଷ୍ଠ ଫାଟି ମଧ୍ୟ ଯାଏ ।

ଜାଣନ୍ତୁ ରିକ୍ଟର ସ୍କେଲର ତୀବ୍ରତା ଏବଂ ପ୍ରଭାବ:

୦ ରୁ ୧.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ କେବଳ ସିସ୍ମୋଗ୍ରାଫ ମାଧ୍ୟମରେ ସୂଚନା ମିଳେ ।

୨ ରୁ ୨.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ ସାମାନ୍ୟ କମ୍ପନ ଅନୁଭୁତ ହୁଏ ।

୩ ରୁ ୩.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ ଗୋଟିଏ ଟ୍ରକ ଆପଣଙ୍କ ପାଖ ଦେଇ ଚାଲିଯିବା ଭଳି ଅନୁଭବ ହୁଏ ।

୪ ରୁ ୪.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ ଘରର ଝରକା ଭାଙ୍ଗିଯାଇପାରେ, କାନ୍ଥରେ ଟଙ୍ଗା ଯାଇଥିବା ଫଟୋ ଫ୍ରେମ୍ ମଧ୍ୟ ପଡ଼ିଯାଇପାରେ ।

୫ ରୁ ୫.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିବା ଦ୍ୱାରା ଭାରି ଜିନିଷ ଥରିବାକୁ ଲାଗେ ।

୬ ରୁ ୬.୯ ରିକ୍ଟର ସ୍କେଲରେ ଭୂକମ୍ପରେ ବଡ଼ ବଡ଼ ଘରର ଉପର ମହଲାରେ କ୍ଷତି ହେବାର ସମ୍ଭାବନା ଥାଏ ।

୭ ରୁ ୭.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ ପକ୍କା ଘର ଭୁଶୁଡ଼ି ପଡ଼େ, ମାଟି ତଳେ ଥିବା ପାଇପ୍ ଫାଟିଯାଏ

୮ ରୁ ୮.୯ ରିକ୍ଟର ସ୍କେଲରେ ଭୂକମ୍ପ ଆସିବା ଦ୍ୱାରା ବଡ଼ ବଡ଼ ଘର ସହ ବ୍ରିଜ୍ ମଧ୍ୟ ଭୁଷୁଡ଼ି ପଡ଼େ

୯ କିମ୍ବା ଅଧିକ ରିକ୍ଟର ସ୍କେଲରେ ଭୂକମ୍ପ ଆସିଲେ ପୃଥବୀର ଉପରିଭାଗରେ ତରଙ୍ଗ ଆସିବା ଭଳି ଦେଖାଯିବ, ସମୁଦ୍ରରେ ସୁନାମୀ ଆସିବ । ରିକ୍ଟର ସ୍କେଲରେ ମିଳୁଥିବା ପ୍ରତିଟି କ୍ରମାଙ୍କ ପୂର୍ବ କ୍ରମାଙ୍କ ଅପେକ୍ଷା ୧୦ ଗୁଣା ଅଧିକ ଶକ୍ତିଶାଳୀ ହୋଇଥାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର