ସୂର୍ଯ୍ୟଙ୍କଠାରୁ ଏତିକି ଦୂରରେ ରହି ସୂର୍ଯ୍ୟଙ୍କ ରହସ୍ୟ ଖୋଲିବ ‘ଆଦିତ୍ୟ ଏଲ-୧’, ଆଉ ମାତ୍ର କିଛି ସମୟ ପରେ ହେବ ଉତକ୍ଷେପଣ

The Sakala Picture
Published On

ବେଙ୍ଗାଲୁରୁ: ଆଉ ମାତ୍ର କିଛି ସମୟ ପରେ ମହାକାଶକୁ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧ । ସୌର ଜଗତର ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଆଦିତ୍ୟ ଏଲ-୧ ଆଜି ଦିନ ୧୧ଟା ୫୦ ମିନିଟ୍‌ରେ ମହାକାଶକୁ ଯାତ୍ରା ଆରମ୍ଭ କରିବ । ମାତ୍ର ‘ଆଦିତ୍ୟ ଏଲ-୧’ ସୂର୍ଯ୍ୟ ଯାଏଁ ଯିବନି । ବରଂ ଏହା ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର […]

ବେଙ୍ଗାଲୁରୁ: ଆଉ ମାତ୍ର କିଛି ସମୟ ପରେ ମହାକାଶକୁ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧ । ସୌର ଜଗତର ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଆଦିତ୍ୟ ଏଲ-୧ ଆଜି ଦିନ ୧୧ଟା ୫୦ ମିନିଟ୍‌ରେ ମହାକାଶକୁ ଯାତ୍ରା ଆରମ୍ଭ କରିବ । ମାତ୍ର ‘ଆଦିତ୍ୟ ଏଲ-୧’ ସୂର୍ଯ୍ୟ ଯାଏଁ ଯିବନି । ବରଂ ଏହା ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଙ୍ଗ କରିବ ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତା ୧୫ କୋଟି କିଲୋମିଟର ହୋଇଥିବାବେଳେ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କଠାରୁ ୧୪.୮୫ କୋଟି କିଲୋମିଟର ଦୂରରେ ରହି ସୂର୍ଯ୍ୟଙ୍କ ରହସ୍ୟ ଖୋଲିବାକୁ ଚେଷ୍ଟା କରିବ । ଆଦିତ୍ୟ ସାଟେଲାଇଟକୁ ‘ଏଲ-୧ ପଏଣ୍ଟ’ରେ ଅବସ୍ଥାପିତ କରିବା ଇସ୍ରୋ । ‘ଆଦିତ୍ୟ ଏଲ୍-୧’ ମହାକାଶଯାନକୁ ସୌର କୋରୋନା (ସୂର୍ଯ୍ୟର ବାହ୍ୟ ସ୍ତର) ଏବଂ ଏଲ୍-୧ (ପୃଥିବୀ-ସୂର୍ଯ୍ୟ ଲାଙ୍ଗ୍ରେଜ୍ ପଏଣ୍ଟ)ରେ ସୌର ପବନର ସ୍ଥିତି ନିରୀକ୍ଷଣ ପାଇଁ ଡିଜାଇନ୍ କରାଯାଇଛି । ଲାଙ୍ଗ୍ରେଜ୍ ପଏଣ୍ଟରେ ରହି ସୌର ପ୍ରବାହର ଅନୁଧ୍ୟାନ କରିବ ଆଦିତ୍ୟ L-1। ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ଏକ ସ୍ଥାନ ଲାଙ୍ଗ୍ରେଜ୍ ପଏଣ୍ଟ, ଯାହା ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି। ଏହି ପଏଣ୍ଟରେ ଉଭୟଙ୍କର ମାଧ୍ୟାକର୍ଷଣ ଶକ୍ତି ପ୍ରାୟ ସମାନ । ଏଥି ସହିତ ଲାଙ୍ଗ୍ରେଜ୍ ପଏଣ୍ଟରେ ଗ୍ରହଣର କୌଣସି ପ୍ରଭାବ ନଥାଏ । ଏହି ସ୍ଥାନରୁ ସୂର୍ଯ୍ୟଙ୍କୁ ବିନା କୌଣସି ବାଧାରେ ଦେଖି ହେବ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଆଦିତ୍ୟ-ଏଲ୍୧ ମିଶନର ଲକ୍ଷ୍ୟ ହେଉଛି ଏଲ୍-୧ ର କକ୍ଷରୁ ସୂର୍ଯ୍ୟର ଅଧ୍ୟୟନ କରିବା । ଆଦିତ୍ୟ ମିଶନ ମହାକାଶଯାନ ସାଙ୍ଗରେ ୭ଟି ପେଲୋଡ୍ ନେଇ ଯିବ ଯାହା ଫଟୋଗ୍ରାଫି, କ୍ରୋମୋସ୍ଫିୟର (ସୂର୍ଯ୍ୟ ଦୃଶ୍ୟମାନ ପୃଷ୍ଠର ଉପର ସ୍ତର) ଏବଂସୂର୍ଯ୍ୟର ସବୁଠୁ ବାହ୍ୟ ସ୍ତର (କୋରୋନା)କୁ ବିଭିନ୍ନ ଓ୍ବେଭ୍ ବ୍ୟାଣ୍ଡରେ ନିରୀକ୍ଷଣ ସହାୟକ ହେବେ । ଆଦିତ୍ୟ ମିଶନ ମହାକାଶଯାନ ସହ ଯେଉଁ ପେଲୋଡ୍ ଯିବ ତାହା ସବୁ ଭାରତୀୟ କମ୍ପାନୀଙ୍କ ଦ୍ବାରା ବିକଶିତ । ଏହି ମହାକାଶଯାନ ବାଙ୍ଗାଲୋର ସ୍ଥିତ ୟୁଆର ରାଓ ସାଟେଲାଇଟ୍ ସେଣ୍ଟରରେ ପ୍ରସ୍ତୁତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର