ମନୋରଞ୍ଜନ
ଓଡ଼ିଶା
ଅଦର ପୁନାଓ୍ଵାଲାଙ୍କ ଅଭିଯୋଗ, ଟିକା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦେଉନାହାନ୍ତି ଆମେରିକା ଓ ୟୁରୋପ
ନୂଆଦିଲ୍ଲୀ : ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକା ପକ୍ଷରୁ ଟିକା ଉତ୍ପାଦନ କ୍ଷେତ୍ରରେ ଉପଯୋଗ ହେଉଥିବା କେତେକ ଅତ୍ୟାବଶ୍ୟକ ସାମଗ୍ରୀ (କ୍ରିଟିକାଲ୍ ମ୍ୟାଟେରିଆଲ)ରପ୍ତାନି ଉପରେ ରୋକ ଲାଗାଯାଇଥିବାରୁ ଭାରତରେ କୋଭିଡ୍ ଟିକା ଉତ୍ପାଦନ ପ୍ରଭାବିତ ହୋଇଛି ବୋଲି କୋଭିସିଲ୍ଡ ଟିକା ଉତ୍ପାଦନ କରୁଥିବା ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଦର ପୁନାଓ୍ଵାଲା କହିଛନ୍ତି। କରୋନା ଭଳି ମହାମାରୀକୁ ନେଇ ଏବେ ସାରା ବିଶ୍ବରେ ହାହାକାର ପଡ଼ିଥିବା ବେଳେ କେବଳ ଏହି ସମୟରେ ଏଭଳି ନିଷ୍ପତ୍ତି […]
ନୂଆଦିଲ୍ଲୀ : ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକା ପକ୍ଷରୁ ଟିକା ଉତ୍ପାଦନ କ୍ଷେତ୍ରରେ ଉପଯୋଗ ହେଉଥିବା କେତେକ ଅତ୍ୟାବଶ୍ୟକ ସାମଗ୍ରୀ (କ୍ରିଟିକାଲ୍ ମ୍ୟାଟେରିଆଲ)ରପ୍ତାନି ଉପରେ ରୋକ ଲାଗାଯାଇଥିବାରୁ ଭାରତରେ କୋଭିଡ୍ ଟିକା ଉତ୍ପାଦନ ପ୍ରଭାବିତ ହୋଇଛି ବୋଲି କୋଭିସିଲ୍ଡ ଟିକା ଉତ୍ପାଦନ କରୁଥିବା ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଦର ପୁନାଓ୍ଵାଲା କହିଛନ୍ତି।
କରୋନା ଭଳି ମହାମାରୀକୁ ନେଇ ଏବେ ସାରା ବିଶ୍ବରେ ହାହାକାର ପଡ଼ିଥିବା ବେଳେ କେବଳ ଏହି ସମୟରେ ଏଭଳି ନିଷ୍ପତ୍ତି ନେବା କେତେକ ଦୂର ସମୀଚିନ ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ଏସଆଇଆଇ ନୁହେଁ ବିଶ୍ବର ଅନ୍ୟାନ୍ୟ ଟିକା ପ୍ରସ୍ତୁତକାରୀମାନଙ୍କ ପାଇଁ କାହିଁକି ଏଭଳି ମନୋଭାବ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ଯେଭଳି ଆହ୍ବାନ ରହିଛି ସେଥିପାଇଁ କମ୍ ସମୟ ମଧ୍ୟରେ ପର୍ଯ୍ୟାପ୍ତ ଟିକା ଉତ୍ପାଦନ କରିବାର ଆବଶ୍ୟକତା ରହିଛି। କିନ୍ତୁ ଏଭଳି ସାମଗ୍ରୀ ଅଭାବକୁ ନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ପୁନାୱାଲା କହିଛନ୍ତି। ନିମ୍ନ ମାନ ଓ ଅନ୍ୟାନ୍ୟ ଯୋଗାଣ କଟକଣାକୁ ନେଇ ଏସଆଇଆଇ ଚୀନ୍ରୁ କଞ୍ଚାମାଲ୍ ଆମଦାନୀ କରିବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ପ୍ରତିମାସରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ୬ ରୁ ୬.୫ କୋଟି ଡୋଜ୍ କୋଭିସିଲ୍ଡ୍ ଟିକା ଉତ୍ପାଦନ କରୁଛି। ଆସନ୍ତା ଜୁନ ମାସ ସୁଦ୍ଧା ମାସିକ ୧୦ ରୁ ୧୧ କୋଟି ଟିକା ଉତ୍ପାଦନ କରିବାକୁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି।





