ବଲିଉଡରେ କରୋନା ଆତଙ୍କ, ଅକ୍ଷୟ କୁମାରଙ୍କ ପରେ ଗୋବିନ୍ଦା କରୋନା ପଜିଟିଭ୍ ଚିହ୍ନଟ

The Sakala Picture
Published On

ମୁମ୍ବାଇ : ବଲିଉଡରେ କରୋନା ଆତଙ୍କ। ଲଗାତର ଭାବେ ବଲିଉଡ କଳାକାର ମାନେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି ପ୍ରଥମେ ଅକ୍ଷୟ କୁମାର କରୋନା ପଜିଟିଭ୍ ହୋଇଥିବା  ବେଳେ ଏବେ ଗୋବିନ୍ଦା ବି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଗୋବିନ୍ଦା କରୋନା ପଜିଟିଭ୍ ଚିହ୍ନଟ ହେବା କଥା ତାଙ୍କର ପତ୍ନୀ ସୁନୀତା ଏନେଇ ସୂଚନା ଦେବା ସହ ଗୋବିନ୍ଦା ଏବେ ଘରେ ନିଜକୁ ସଙ୍ଗରୋଧ କରିଥିବା କହିଛନ୍ତି ସୁନୀତା। ତେବେ ଗୋବିନ୍ଦାଙ୍କ କରୋନା […]

ମୁମ୍ବାଇ : ବଲିଉଡରେ କରୋନା ଆତଙ୍କ। ଲଗାତର ଭାବେ ବଲିଉଡ କଳାକାର ମାନେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି ପ୍ରଥମେ ଅକ୍ଷୟ କୁମାର କରୋନା ପଜିଟିଭ୍ ହୋଇଥିବା  ବେଳେ ଏବେ ଗୋବିନ୍ଦା ବି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଗୋବିନ୍ଦା କରୋନା ପଜିଟିଭ୍ ଚିହ୍ନଟ ହେବା କଥା ତାଙ୍କର ପତ୍ନୀ ସୁନୀତା ଏନେଇ ସୂଚନା ଦେବା ସହ ଗୋବିନ୍ଦା ଏବେ ଘରେ ନିଜକୁ ସଙ୍ଗରୋଧ କରିଥିବା କହିଛନ୍ତି ସୁନୀତା। ତେବେ ଗୋବିନ୍ଦାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଏବଂ ତାଙ୍କ ପାଇଁ କାମ କରୁଥିବା କର୍ମଚାରୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ୍


ଗୋବିନ୍ଦାଙ୍କ ମୁଖପାତ୍ର କହିଛନ୍ତି ଯେ, ଅତ୍ୟଧିକ ସତର୍କତା ସତ୍ତ୍ୱେ ଦୁର୍ଭାଗ୍ୟବଶତଃ ଗୋବିନ୍ଦା କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ରହିଛି ଏବଂ ସେ ଘରେ ସଙ୍ଗରୋଧରେ ଅଛନ୍ତି। ଗତ କିଛି ଦିନ ମଧ୍ୟରେ ଗୋବିନ୍ଦାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବା ପାଇଁ ପତ୍ନୀ ସୁନୀତା ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp