ବସ୍ ବା ଟ୍ୟାକ୍ସି ଭିତରେ ମାସ୍କ ନପିନ୍ଧିଲେ ୫୦୦ ଫାଇନ
ମୁମ୍ବାଇ : କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟକୁ ନେଇ ବିଶ୍ୱରେ ବାଜିଛି ସତର୍କ ଘଣ୍ଟି । କୋଭିଡ ତୃତୀୟ ଲହର ଆଶଙ୍କାକୁ ଦେଖି କଠୋର ହୋଇଛନ୍ତି ମହାରାଷ୍ଟ୍ର ସରକାର । ରାସ୍ତାରେ ଗଲାବେଳେ ଗାଡି ଭିତରେ ନିୟମ ଭାଙ୍ଗିଲେ ଜରିମାନା ହେବ । ବସ ବା ଟ୍ୟାକ୍ସି ଭିତରେ ଯଦି କେହି ନିୟମ ଭାଙ୍ଗନ୍ତି ୫ ଶହ ଟଙ୍କା ଜରିମାନା ଲାଗିବ । […]
ମୁମ୍ବାଇ : କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟକୁ ନେଇ ବିଶ୍ୱରେ ବାଜିଛି ସତର୍କ ଘଣ୍ଟି । କୋଭିଡ ତୃତୀୟ ଲହର ଆଶଙ୍କାକୁ ଦେଖି କଠୋର ହୋଇଛନ୍ତି ମହାରାଷ୍ଟ୍ର ସରକାର । ରାସ୍ତାରେ ଗଲାବେଳେ ଗାଡି ଭିତରେ ନିୟମ ଭାଙ୍ଗିଲେ ଜରିମାନା ହେବ । ବସ ବା ଟ୍ୟାକ୍ସି ଭିତରେ ଯଦି କେହି ନିୟମ ଭାଙ୍ଗନ୍ତି ୫ ଶହ ଟଙ୍କା ଜରିମାନା ଲାଗିବ । ଏହାସହ ସଂପୃକ୍ତ ଗାଡିର ଡ୍ରାଇଭର, ହେଲପର ବା କଣ୍ଡକ୍ଟରଙ୍କୁ ମଧ୍ୟ ୫ ଶହ ଫାଇନ ହେବ । ବସ ଭିତରେ ନିୟମ ଭାଙ୍ଗିଲେ ଟ୍ରାନ୍ସପୋର୍ଟ ଏଜେନ୍ସି ମାଲିକଙ୍କୁ ହଜାରେ ଫାଇନ ଲାଗିବ ।
କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ସମଗ୍ର ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକା ସମେତ ବୋସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍ଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି।କରୋନାର ନୂଆ ଭାରିଏଣ୍ଟକୁ ନେଇ ସାରା ବିଶ୍ବକୁ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।ଏହି କରୋନା ଭାଇରସ ପୂର୍ବରୁ ଦେଖାଯାଇଥିବା ଡେଲଟା ଭାଇରସଠାରୁ ଅଧିକ ମାରତ୍ମକ ବୋଲି ବିଶେଷଜ୍ଞ କହିଛନ୍ତି ।
ଅନ୍ୟପଟେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୮ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୫୦୦ରୁ କମ୍ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୮,୩୧୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୬୫ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୫,୬୩,୭୪୯ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ହୋଇଥିବା ୪୬୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୬୭,୯୩୩ରେ ପହଞ୍ଚିଛି।ଗତ ୨୪ ଘଣ୍ଟାରେ ହୋଇଥିବା ୪୬୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୬୭,୯୩୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୦,୯୬୭ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୯,୮୮,୭୯୭। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୦୭,୦୧୯। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୨୧,୦୬,୫୮,୨୬୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୬୩,୮୨,୪୭,୮୮୯ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୯,୬୯,୩୫୪ଟି ନମୁନା।