ଏଡିଆର୍‌ ରିପୋର୍ଟ : ଦେଶର ୩୬୩ ସାଂସଦ ଓ ବିଧାୟକଙ୍କ ନାଁରେ ହତ୍ୟା ଭଳି ଗୁରୁତର ଅଭିଯୋଗ, ବିଜେପିରୁ ସର୍ବାଧିକ

The Sakala Picture
Published On

ନୂଆଦିଲ୍ଲୀ : ଆମ ଦେଶର ୩୬୩ ସାଂସଦ ଏବଂ ବିଧାୟକଙ୍କ ନାମରେ ହତ୍ୟା ମାମଲାଭଳି ଗୁରୁତର ଅଭିଯୋଗ ରହିଛି।  ଯଦି ଏହି ମାମଲାରେ ସେମାନେ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ସେମାନେ ଲୋକ ପ୍ରତିନିଧୀ ଅଧିନିୟମ ଅନୁଯାୟୀ ଅଯୋଗ୍ୟ ହୋଇପାରନ୍ତି । ଏଥିରେ କେନ୍ଦ୍ରର ୩୩ ଜଣ ମନ୍ତ୍ରୀ ଏବଂ କେତେକ ରାଜ୍ୟର ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ‘ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌’ (ଏଡିଆର୍‌) ତାହାର ରିପୋର୍ଟରେ ଏହି ତଥ୍ୟା ସାମ୍ନାକୁ ଆଣିଛି। ଆସୋସିଏସନ ଫର ଡେମୋକ୍ରାଟିକ୍ […]

ନୂଆଦିଲ୍ଲୀ : ଆମ ଦେଶର ୩୬୩ ସାଂସଦ ଏବଂ ବିଧାୟକଙ୍କ ନାମରେ ହତ୍ୟା ମାମଲାଭଳି ଗୁରୁତର ଅଭିଯୋଗ ରହିଛି।  ଯଦି ଏହି ମାମଲାରେ ସେମାନେ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ସେମାନେ ଲୋକ ପ୍ରତିନିଧୀ ଅଧିନିୟମ ଅନୁଯାୟୀ ଅଯୋଗ୍ୟ ହୋଇପାରନ୍ତି । ଏଥିରେ କେନ୍ଦ୍ରର ୩୩ ଜଣ ମନ୍ତ୍ରୀ ଏବଂ କେତେକ ରାଜ୍ୟର ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ‘ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌’ (ଏଡିଆର୍‌) ତାହାର ରିପୋର୍ଟରେ ଏହି ତଥ୍ୟା ସାମ୍ନାକୁ ଆଣିଛି।

ଆହୁରି ପଢ଼ନ୍ତୁ: ମିରଟ୍ ବଦଳରେ ମଥୁରା ଜେଲରେ ମୁସ୍କାନକୁ ମିଳିପାରେ ଫାଶୀ !, ଜାଣନ୍ତୁ ଏହାର ପ୍ରକୃତ କାରଣ

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍‌) ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ୫୪୨ ଲୋକସଭା ସଦସ୍ୟ ଏବଂ ୧୯୫୩ ବିଧାୟକଙ୍କ ଆଫିଡେଭିଟ୍ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଭାରତୀୟ ଜନତା ପାର୍ଟିର ଜନ ପ୍ରତିନିଧୀଙ୍କ ନାମରେ ଅଧିକ ଅପରାଧୀକ ମାମଲା ରହିଛି। ହତ୍ୟା ଭଳି ସଙ୍ଗୀନ ଅପରାଧୀକ ମାମଲା  ସର୍ବାଧିକ ୮୩ ଜଣ ବିଜେପି ସାଂସଦ ଓ ବିଧାୟକଙ୍କ ନାମରେ ରହିଛି। ଏହା ପରେ କଂଗ୍ରେସର ୪୭ ଜଣ ପ୍ରତିନିଧୀ ଏବଂ ଟିଏମସିର ୨୫ ଜଣ ନେତାଙ୍କ ନାମରେ ହତ୍ୟାଭଳି ଗୁରୁତର ଅଭିଯୋଗ ରହିଛି।

ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ

ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍‌) ରିପୋର୍ଟରେ କୁହାଯାଇଛି ଯେ ୨୪୯୫ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରୁ ୩୬୩ ଜଣଙ୍କ ବିରୋଧରେ ହତ୍ୟାଭଳି ଗୁରୁତର ଅଭିଯୋଗ ବର୍ତ୍ତମାନ ବିଚାରାଧୀନ ରହିଛି। ଏହା ଦେଶର ସମସ୍ତ ସାଂସଦ ଓ ବିଧାୟକଙ୍କ ମଧ୍ୟରୁ ୧୫ ପ୍ରତିଶତ ଅଟେ। ଏଥିରେ  ୨୯୬ ଜଣ ବିଧାୟକ ଏବଂ ୬୭ ସାଂସଦ ଅଛନ୍ତି। ବର୍ତ୍ତମାନର ୨୪ ଲୋକସଭା ସଦସ୍ୟଙ୍କ ବିରୋଧରେ ମୋଟ ୪୩ ଟି ଅପରାଧିକ ମାମଲା ବିଚାରାଧୀନ ଅଛି। ସେହିପରି ୧୧୧ ଜଣ ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ମୋଟ ୩୧୫ ଟି ଅପରାଧିକ ମାମଲା ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ହେଲାଣି ବିଚାରାଧୀନ ଅଛି। ବିହାରର ୫୪ ଜଣ ବିଧାୟକ ଏବଂ କେରଳର ୪୨ ବିଧାୟକଙ୍କ  ଅଛନ୍ତି ଯେଉଁମାନଙ୍କ ନାମରେ ଗୁରୁତର ଅପରାଧିକ ମାମଲା  ବିଚାରାଧୀନ ରହିଛି।

ଲୋକ ପ୍ରତିନିଧୀ ଅଧିନିୟମର ଧାରା ଆଠଟି କ’ଣ?

ଲୋକ ପ୍ରତିନିଧୀଙ୍କ ଅଧିନିୟମର ଧାରା ୮ ର ଉପ-ଧାରା (୧), (୨) ଏବଂ (୩) କହେ ଯେ ଯଦି  ଜନପ୍ରତିନିଧୀ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କର ସଦସ୍ୟତା ରଦ୍ଧ କରାଯିବ। ଦୋଷୀ ସାବ୍ୟସ୍ତ  ହେବା ତାରିଖରୁ ସେ ଅଯୋଗ୍ୟ ବିବେଚିତ ହେବେ । ଧାରା ୮ (୧), (୨) ଏବଂ (୩)  ତାଲିକାଭୁକ୍ତ ଅପରାଧଗୁଡିକ ଗୁରୁତର ଏବଂ ଜଘନ୍ୟ ବୋଲି ବିବେଚନା କରାଯାଏ | ଏଥିରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଇତ୍ୟାଦି ଗୁରୁତର ଅପରାଧିକ ମାମଲା ଅନ୍ତର୍ଭୁକ୍ତ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର