ରାଷ୍ଟ୍ରପତିଙ୍କୁ ଅଣଦେଖା ପ୍ରତିବାଦରେ ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ବର୍ଜନ କରିବେ ୧୯ ବିରୋଧୀ ଦଳ

The Sakala Picture
Published On

ନୂଆଦିଲ୍ଲୀ: ଉଦଘାଟନ ପୂର୍ବରୁ ନୂଆ ସଂସଦ ଭବନ ରାଜନୈତିକ ବିବାଦରେ ଛନ୍ଦି ହୋଇପଡିଛି । ନୂଆ ସଂସଦ ଭବନର ଉଦଘାଟନ ଉତ୍ସବରୁ ରାଷ୍ଟ୍ରପତିଙ୍କୁ ଦୂରେଇ ରଖାଯିବା ପ୍ରତିବାଦରେ କଂଗ୍ରେସ ସହ ୧୯ଟି ବିରୋଧୀ ଦଳ ଏହାର ଉଦଘାଟନ ସମାରୋହକୁ ବର୍ଜନ କରିବାକୁ ବୁଧବାର ଘୋଷଣା କରିଛନ୍ତି । ସେମାନେ ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଏହି ସରକାରର କାର୍ୟ୍ୟକାଳରେ ସଂସଦରୁ ଗଣତନ୍ତ୍ରର ଆତ୍ମାକୁ ବାହାର କରିଦିଆ ଯାଇଥିବା ବେଳେ ରାଷ୍ଟ୍ରପତିଙ୍କୁ ଉଦଘାଟନରୁ ଦୂରେଇ ରଖାଯାଇଛି, ଯାହାକି […]

ନୂଆଦିଲ୍ଲୀ: ଉଦଘାଟନ ପୂର୍ବରୁ ନୂଆ ସଂସଦ ଭବନ ରାଜନୈତିକ ବିବାଦରେ ଛନ୍ଦି ହୋଇପଡିଛି । ନୂଆ ସଂସଦ ଭବନର ଉଦଘାଟନ ଉତ୍ସବରୁ ରାଷ୍ଟ୍ରପତିଙ୍କୁ ଦୂରେଇ ରଖାଯିବା ପ୍ରତିବାଦରେ କଂଗ୍ରେସ ସହ ୧୯ଟି ବିରୋଧୀ ଦଳ ଏହାର ଉଦଘାଟନ ସମାରୋହକୁ ବର୍ଜନ କରିବାକୁ ବୁଧବାର ଘୋଷଣା କରିଛନ୍ତି । ସେମାନେ ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଏହି ସରକାରର କାର୍ୟ୍ୟକାଳରେ ସଂସଦରୁ ଗଣତନ୍ତ୍ରର ଆତ୍ମାକୁ ବାହାର କରିଦିଆ ଯାଇଥିବା ବେଳେ ରାଷ୍ଟ୍ରପତିଙ୍କୁ ଉଦଘାଟନରୁ ଦୂରେଇ ରଖାଯାଇଛି, ଯାହାକି ଅଶୋଭନୀୟ ।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ କହିଲେ ସୋନମ ୱାଙ୍ଗଚୁକ୍‌, CJP ଏବଂ ଦେଶର ଜେନ୍‌ Zଙ୍କୁ ଅଭିନନ୍ଦନ ଜଣାଇଲେ

୧୯ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଣଦେଖା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ନୂଆ ସଂସଦ ଭବନକୁ ଉଦଘାଟନ କରିବା ନିଷ୍ପତ୍ତି କେବଳ ଅପମାନ ନୁହେଁ ବରଂ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ।

ଆହୁରି ପଢ଼ନ୍ତୁ: E20 ପେଟ୍ରୋଲକୁ ନେଇ ଆପ୍‌ର ବଡ଼ ଆନ୍ଦୋଳନ ପ୍ରସ୍ତୁତି: ପିଏମ୍‌ ଆବାସ ଘେରାଉ କରିବେ ଅରବିନ୍ଦ କେଜ୍ରିୱାଲ

ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ୧୯ ବିରୋଧୀ ଦଳ ହେଲେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଜେଡିୟୁ, ଆମ୍ ଆଦମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ), ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସିପିଆଇ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ନ୍ୟାସନାଲ କନଫରେନ୍ସ, କେରଳ କଂଗ୍ରେସ (ମଣି), ରିଭ୍ୟୁଲୋସନାରୀ ସୋସିଆଲିଷ୍ଟ ପାର୍ଟି, ବିଦୁଥଲାଇ ଚିରୁଥିଗାଲ୍ କାଚି (ଭିସିକେ), ଏମଡିଏମକେ ଏବଂ ରାଷ୍ଟ୍ରୀୟ ଲୋକଦଳ ।

ଆହୁରି ପଢ଼ନ୍ତୁ: E20 ଲାଭକୁ ନେଇ ଅପପ୍ରଚାର: ନକଲି ପୋଷ୍ଟ ଓ ଡିପ୍‌ଫେକ୍ ବିରୋଧରେ ବମ୍ବେ ହାଇକୋର୍ଟରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ସୂଚନାଯୋଗ୍ୟ ଯେ ଆସନ୍ତା ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ନୂଆ ଭବନକୁ ଉଦଘାଟନ କରିବେ। ବିରୋଧୀ ଦଳ କହିଛନ୍ତି, “ରାଷ୍ଟ୍ରପତି କେବଳ ରାଷ୍ଟ୍ର ମୁଖ୍ୟ ନୁହଁନ୍ତି, ସେ ସଂସଦର ଏକ ଅବିଚ୍ଛେଦ୍ୟ ଅଂଶ। ରାଷ୍ଟ୍ରପତି ସଂସଦର ଅଧିବେଶନ ଆହୂତ କରନ୍ତି ଏବଂ ବର୍ଷର ପ୍ରଥମ ଅଧିବେଶନରେ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରନ୍ତି। ସଂକ୍ଷେପରେ, ରାଷ୍ଟ୍ରପତିଙ୍କ ବିନା ସଂସଦ କାର୍ୟ୍ୟ କରିପାରିବ ନାହିଁ। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ତାଙ୍କ ବିନା ନୂଆ ସଂସଦ ଗୃହର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ନିଷ୍ପତ୍ତିକୁ ‘ଅଶୋଭନୀୟ କାର୍ଯ୍ୟ’ ବୋଲି କହିଛନ୍ତି ବିରୋଧୀ ।

24 May 2023 By The Sakala

ରାଷ୍ଟ୍ରପତିଙ୍କୁ ଅଣଦେଖା ପ୍ରତିବାଦରେ ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ବର୍ଜନ କରିବେ ୧୯ ବିରୋଧୀ ଦଳ

ନୂଆଦିଲ୍ଲୀ: ଉଦଘାଟନ ପୂର୍ବରୁ ନୂଆ ସଂସଦ ଭବନ ରାଜନୈତିକ ବିବାଦରେ ଛନ୍ଦି ହୋଇପଡିଛି । ନୂଆ ସଂସଦ ଭବନର ଉଦଘାଟନ ଉତ୍ସବରୁ ରାଷ୍ଟ୍ରପତିଙ୍କୁ ଦୂରେଇ ରଖାଯିବା ପ୍ରତିବାଦରେ କଂଗ୍ରେସ ସହ ୧୯ଟି ବିରୋଧୀ ଦଳ ଏହାର ଉଦଘାଟନ ସମାରୋହକୁ ବର୍ଜନ କରିବାକୁ ବୁଧବାର ଘୋଷଣା କରିଛନ୍ତି । ସେମାନେ ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଏହି ସରକାରର କାର୍ୟ୍ୟକାଳରେ ସଂସଦରୁ ଗଣତନ୍ତ୍ରର ଆତ୍ମାକୁ ବାହାର କରିଦିଆ ଯାଇଥିବା ବେଳେ ରାଷ୍ଟ୍ରପତିଙ୍କୁ ଉଦଘାଟନରୁ ଦୂରେଇ ରଖାଯାଇଛି, ଯାହାକି ଅଶୋଭନୀୟ ।

୧୯ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଣଦେଖା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ନୂଆ ସଂସଦ ଭବନକୁ ଉଦଘାଟନ କରିବା ନିଷ୍ପତ୍ତି କେବଳ ଅପମାନ ନୁହେଁ ବରଂ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ।

ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ୧୯ ବିରୋଧୀ ଦଳ ହେଲେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଜେଡିୟୁ, ଆମ୍ ଆଦମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ), ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସିପିଆଇ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ନ୍ୟାସନାଲ କନଫରେନ୍ସ, କେରଳ କଂଗ୍ରେସ (ମଣି), ରିଭ୍ୟୁଲୋସନାରୀ ସୋସିଆଲିଷ୍ଟ ପାର୍ଟି, ବିଦୁଥଲାଇ ଚିରୁଥିଗାଲ୍ କାଚି (ଭିସିକେ), ଏମଡିଏମକେ ଏବଂ ରାଷ୍ଟ୍ରୀୟ ଲୋକଦଳ ।

ସୂଚନାଯୋଗ୍ୟ ଯେ ଆସନ୍ତା ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ନୂଆ ଭବନକୁ ଉଦଘାଟନ କରିବେ। ବିରୋଧୀ ଦଳ କହିଛନ୍ତି, “ରାଷ୍ଟ୍ରପତି କେବଳ ରାଷ୍ଟ୍ର ମୁଖ୍ୟ ନୁହଁନ୍ତି, ସେ ସଂସଦର ଏକ ଅବିଚ୍ଛେଦ୍ୟ ଅଂଶ। ରାଷ୍ଟ୍ରପତି ସଂସଦର ଅଧିବେଶନ ଆହୂତ କରନ୍ତି ଏବଂ ବର୍ଷର ପ୍ରଥମ ଅଧିବେଶନରେ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରନ୍ତି। ସଂକ୍ଷେପରେ, ରାଷ୍ଟ୍ରପତିଙ୍କ ବିନା ସଂସଦ କାର୍ୟ୍ୟ କରିପାରିବ ନାହିଁ। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ତାଙ୍କ ବିନା ନୂଆ ସଂସଦ ଗୃହର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ନିଷ୍ପତ୍ତିକୁ ‘ଅଶୋଭନୀୟ କାର୍ଯ୍ୟ’ ବୋଲି କହିଛନ୍ତି ବିରୋଧୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର