ବିନା ଅର୍ଡରରେ ଘରେ ପହଞ୍ଚିଲା ଆମାଜନର ୧୫୦ ପାର୍ସଲ

The Sakala Picture
Published On

କିଛି ଅର୍ଡର କରି ନ ଥିଲେ, ମାତ୍ର ଘରେ ପହଞ୍ଚିଲା ୧୫୦ ଆମାଜନ୍‌ ପ୍ୟାକେଟ୍। ନ୍ୟୁୟର୍କରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ନିକଟରେ ନ୍ୟୁୟର୍କ ନିବାସୀ ଜିଲିଅନ କାନାନ ନାମକ ଜଣେ ମହିଳା ତାଙ୍କ ଘର ବାହାରେ ଏତେଗୁଡ଼ିଏ ଜିନିଷ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ। ଅବଶ୍ୟ ସବୁ ପ୍ୟାକେଟ୍‌ରେ ଥିଲା ମାସ୍କ। ଯାହାକୁ ସେ ନିକଟସ୍ଥ ଗୋଟିଏ ହସ୍‌ପିଟାଲକୁ ଦାନ କରିଛନ୍ତି। ଜୁନ୍ ୫ରୁ ତାଙ୍କ ପାଖକୁ ଜିନିଷ ସବୁ ଡେଲିଭରି ହୋଇ ଆସୁଥିଲା। […]

କିଛି ଅର୍ଡର କରି ନ ଥିଲେ, ମାତ୍ର ଘରେ ପହଞ୍ଚିଲା ୧୫୦ ଆମାଜନ୍‌ ପ୍ୟାକେଟ୍। ନ୍ୟୁୟର୍କରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ନିକଟରେ ନ୍ୟୁୟର୍କ ନିବାସୀ ଜିଲିଅନ କାନାନ ନାମକ ଜଣେ ମହିଳା ତାଙ୍କ ଘର ବାହାରେ ଏତେଗୁଡ଼ିଏ ଜିନିଷ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ। ଅବଶ୍ୟ ସବୁ ପ୍ୟାକେଟ୍‌ରେ ଥିଲା ମାସ୍କ। ଯାହାକୁ ସେ ନିକଟସ୍ଥ ଗୋଟିଏ ହସ୍‌ପିଟାଲକୁ ଦାନ କରିଛନ୍ତି। ଜୁନ୍ ୫ରୁ ତାଙ୍କ ପାଖକୁ ଜିନିଷ ସବୁ ଡେଲିଭରି ହୋଇ ଆସୁଥିଲା। ପ୍ରଥମେ ଜିଲିଅନ୍ ଭାବିଲେ ତାଙ୍କ ବିଜନେସ୍ ପାର୍ଟନର ଷ୍ଟୁଡିଓ ପାଇଁ କିଛି ଜିନିଷ ଅର୍ଡର ଦେଇଛନ୍ତି। ମାତ୍ର ତାଙ୍କ ପାର୍ଟନର ଅର୍ଡର ଦେଇ ନ ଥିବା କଥା ଜାଣିବା ପରେ ସେ ପ୍ୟାକେଟ ଦେଖି ଜାଣିଲେ ଯେ ଠିକଣା ତାଙ୍କ ଘରର, ମାତ୍ର ନାଁ ଅନ୍ୟ ଜଣକର ଲେଖା ଅଛି। କ୍ରମାଗତ ଅର୍ଡର ଦେଖି ଜିଲିଅନ୍ ଆମାଜନ ସହ ଯୋଗାଯୋଗ କଲେ। ଏସବୁ ଜିନିଷ ସେ ତାଙ୍କ ପାଖରେ ରଖିପାରିବେ ବୋଲି ଆମାଜନ ପକ୍ଷରୁ ତାଙ୍କୁ ଅନୁମତି ମିଳିଥିଲା। ଏହା ପରେ ଜିଲିଅନ୍ ସେସବୁ ସ୍ଥାନୀୟ ହସ୍‌ପିଟାଲକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର