ଜାଣନ୍ତୁ ବାର ଅନୁସାରେ କେଉଁ କାର୍ଯ୍ୟ କଲେ ମିଳିଥାଏ ଶୁଭ ଫଳ

The Sakala Picture
Published On

ହିନ୍ଦୁ ଧର୍ମରେ ପୂଜାପାଠ କିମ୍ବା ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପ୍ରଥମେ ଶୁଭସମୟ, ଶୁଭ ଦିନ ଧାର୍ଯ୍ୟ କରାଯାଏ। ସପ୍ତାହର ବିଭିନ୍ନ ବାର ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ସ୍ଥିର କରାଯାଇଛି। ବାର ଅନୁସାରେ କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି। ରବିବାର ଏହା ସୂର୍ଯ୍ୟଦେବଙ୍କ ବାର ବୋଲି କୁହାଯାଏ। ସୂର୍ଯ୍ୟଙ୍କୁ ଆରୋଗ୍ୟର ଦେବତା କୁହାଯାଏ। ଯଦି ଜଣେ ବ୍ୟକ୍ତି ରୋଗରେ ପୀଡିତ ହୋଇ ଚିକିତ୍ସା କରାଇବାକୁ ଚାହୁଁଛନ୍ତି ତେବେ ରବିବାର ଅତ୍ୟନ୍ତ ଶୁଭ […]

ହିନ୍ଦୁ ଧର୍ମରେ ପୂଜାପାଠ କିମ୍ବା ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପ୍ରଥମେ ଶୁଭସମୟ, ଶୁଭ ଦିନ ଧାର୍ଯ୍ୟ କରାଯାଏ। ସପ୍ତାହର ବିଭିନ୍ନ ବାର ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ସ୍ଥିର କରାଯାଇଛି। ବାର ଅନୁସାରେ କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି।

ଆହୁରି ପଢ଼ନ୍ତୁ: ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ

ରବିବାର
ଏହା ସୂର୍ଯ୍ୟଦେବଙ୍କ ବାର ବୋଲି କୁହାଯାଏ। ସୂର୍ଯ୍ୟଙ୍କୁ ଆରୋଗ୍ୟର ଦେବତା କୁହାଯାଏ। ଯଦି ଜଣେ ବ୍ୟକ୍ତି ରୋଗରେ ପୀଡିତ ହୋଇ ଚିକିତ୍ସା କରାଇବାକୁ ଚାହୁଁଛନ୍ତି ତେବେ ରବିବାର ଅତ୍ୟନ୍ତ ଶୁଭ ହୋଇଥାଏ। ଏହାବାଦ୍‌ ସୁନା, ଅସ୍ତ୍ରଶସ୍ତ୍ର, ପୋଷାକ କିଣିବା ପାଇଁ ଏହି ଦିନ ଭଲ ହୋଇଥାଏ।

ସୋମବାର
ସୋମବାର ଭଗବାନ ଶିବଙ୍କୁ ସମର୍ପିତ। କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରୁଥିଲେ ଏହିଦିନ ଭଲ ହୋଇଥାଏ। ବୃକ୍ଷ ଲଗାଇବା କିମ୍ବା ଚାଷ ସମ୍ପର୍କୀୟ କୌଣସି ଯନ୍ତ୍ରପାତି କିଣିବା ପାଇଁ ଏହି ଦିନ ଭଲ ହୋଇଥାଏ।

ମଙ୍ଗଳବାର
ମଙ୍ଗଳବାର ଭଗବାନ ମହାବୀରଙ୍କୁ ସମର୍ପିତ। ଏହି ଦିନ ଋଣ ଦେବା ଭଲ। ଯଦି କୌଣସି ବିଷୟକୁ ନେଇ ଦୀର୍ଘଦିନରୁ ସମସ୍ୟା ରହିଛି ଏହି ଦିନ କୌଣସି ନିଷ୍ପତ୍ତି ନିଆଯାଇ ପାରିବ।

ବୁଧବାର
ରାଜନୈତିକ ନିଷ୍ପତ୍ତି ନେବା ନିମନ୍ତେ ଏହି ଦିନ ଅତ୍ୟନ୍ତ ଶୁଭଦାୟକ। ବିଦ୍ୟାର୍ଥୀଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ। କ୍ୟାରିୟର୍‌ ସମ୍ପର୍କୀୟ କୌଣସି ନିଷ୍ପତ୍ତି ବୁଧବାର ଦିନ ନିଆଯାଇ ପାରିବ। ଏହି ଦିନ ଧାର ଦେବା ଆଦୌ ଶୁଭ ନୁହେଁ।

ଗୁରୁବାର
ଏହି ଦିନ ଦାନ ଦକ୍ଷିଣା ସହ ପୂଜାପାଠ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ। ଏହାସହିତ ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ।

ଶୁକ୍ରବାର
ଏହିଦିନ ନୂଆ ବନ୍ଧୁତା କରିବା, ଘରେ ବୈଠକ ଡାକିବା, ସମାଜ ସହିତ ଜଡ଼ିତ କାର୍ଯ୍ୟ କରିବା ବେଶ୍ ଭଲ ହୋଇଥାଏ।

ଶନିବାର
ଶନିବାର ଦିନ ଭଗବାନ ହନୁମାନ ଓ ଶନିଦେବଙ୍କୁ ପୂଜା କରାଯାଏ। ଏହି ଦିନ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ନୂଆ ଘରେ ପ୍ରବେଶ କରିବା ଆବଶ୍ୟକ। ନୂଆ ମେସିନ୍‌ କିମ୍ବା ନୂଆ ଯାନବାହନ କିଣିବା ପାଇଁ ଏହି ଦିନ ଶୁଭଦାୟକ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp