କରୋନା କାଳରେ ଖାଆନ୍ତୁ ସଜ ଓ ଉଷୁମ ଖାଦ୍ୟ

The Sakala Picture
Published On

କରୋନା ମହାମାରୀ ସାରା ବିଶ୍ବରେ ଏକ ଭୟାଭୟ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଶରୀରକୁ ଫିଟ୍ ତଥା ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବାକୁ କୁହାଯାଉଛି। ଭୂତାଣୁ ସହ ଲଢ଼ିବା ପାଇଁ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଦରକାର। ତେବେ ରୋଗ ପ୍ରତିରୋଧକ ଶକ୍ତି ସଙ୍ଗେ ସଙ୍ଗେ ନୁହେଁ, ବରଂ ଶରୀରରେ ଏହାକୁ ବୃଦ୍ଧି କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଲାଗିଥାଏ। କରୋନା ମହାମାରୀରେ ଖାଦ୍ୟପାନୀୟକୁ ନେଇ କିଭଳି ଯତ୍ନବାନ […]

କରୋନା ମହାମାରୀ ସାରା ବିଶ୍ବରେ ଏକ ଭୟାଭୟ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଶରୀରକୁ ଫିଟ୍ ତଥା ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବାକୁ କୁହାଯାଉଛି। ଭୂତାଣୁ ସହ ଲଢ଼ିବା ପାଇଁ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଦରକାର। ତେବେ ରୋଗ ପ୍ରତିରୋଧକ ଶକ୍ତି ସଙ୍ଗେ ସଙ୍ଗେ ନୁହେଁ, ବରଂ ଶରୀରରେ ଏହାକୁ ବୃଦ୍ଧି କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଲାଗିଥାଏ। କରୋନା ମହାମାରୀରେ ଖାଦ୍ୟପାନୀୟକୁ ନେଇ କିଭଳି ଯତ୍ନବାନ ହେବା ସେନେଇ ପରାମର୍ଶ ଦେଇଛନ୍ତି ଡାଏଟିସିଆନ୍‌ ତଥା ଡାଇବେଟିକ୍ ଏଡୁକେଟର ନିହାରିକା ଦାଶ।

ଆହୁରି ପଢ଼ନ୍ତୁ: କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବ ପିଆଜ ଚୋପା, ଜାଣନ୍ତୁ କଳା ଏବଂ ଘନ କେଶ ପାଇଁ ଏହାର ବ୍ୟବହାର

– ସବୁବେଳେ ସଜ ଓ ଉଷୁମ ଖାଦ୍ୟ ଖାଇବା ଦରକାର। ପ୍ରଚୁର ପରିମାଣରେ ସବୁଜ ପନିପରିବା, ଶାଗ, ଫଳ ଆଦି ଖାଆନ୍ତୁ।

ଆହୁରି ପଢ଼ନ୍ତୁ: ଦିନ ତମାମ ପରିଶ୍ରମ ପରେ ଶାନ୍ତିରେ ଶୋଇବା ପାଇଁ ଅସୁବିଧା ହେଉଛି କି? ଶୋଇବା ପୂର୍ବରୁ କରନ୍ତୁ ଏହି ସହଜ ଯୋଗାସନ

– ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟପଦାର୍ଥକୁ ଅଧିକ ସାମିଲ କରନ୍ତୁ। ଅର୍ଥାତ୍, ଛେନା, ଦହି, ଅଣ୍ଡା, ଡାଲି ଜାତୀୟ ଖାଦ୍ୟ ଖାଆନ୍ତୁ।

– ସେହିପରି କମଳା, ଅଁଳା, ପିଜୁଳି, ସେଓ ଆଦି ପ୍ରତ୍ୟେକ ଦିନ ଖାଆନ୍ତୁ।

– ସକାଳୁ ଉଠିଲା ପରେ ଗୋଟେ ଗ୍ଲାସ୍‌ ଲେମ୍ବୁ ପାଣି ପିଇବା ଦରକାର। ସେହିଭଳି ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ୍‌ କ୍ଷୀର ସହିତ ହଳଦୀ ମିଶାଇ ପିଅନ୍ତୁ।

– ରୋଗପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଭିଟାମିନ୍- ସି, ଭିଟାମିନ୍- ଡି, ଭିଟାମିନ୍-ଇ ସାହାଯ୍ୟ କରିଥାଏ। ସକାଳୁ ସୂର୍ୟ୍ୟ କିରଣରେ କିଛି ସମୟ ଛିଡ଼ା ହୁଅନ୍ତୁ। ତା’ ସହ ସୋୟା, କ୍ଷୀର, ବାଦାମ ଆଦି ଖାଇଲେ ଭିଟାମିନ୍-ଡି ମିଳିଥାଏ।

– ପ୍ରତ୍ୟେକଦିନ ଅଦାରେ ମହୁ ମିଶାଇ ଖାଆନ୍ତୁ। ଖାସ କିମ୍ବା ଗଳା ଦରଜ ହେଉଥିଲେ ଲବଙ୍ଗ ଖାଆନ୍ତୁ। ନିତିଦିନ ତିନି ଲିଟର ପାଣି ଏବଂ ଯୋଗ ତଥା ବ୍ୟାୟାମ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର