କୋଲ୍‌ଡ୍ରିଙ୍କ୍‌ସ ପିଇବା ପରେ କାହିଁକି ଆସେ ଗ୍ୟାସ୍‌

The Sakala Picture
Published On

ଗ୍ୟାସ୍‌ର ଘରୋଇ ଉପଚାର କହିଲେ ସମସ୍ତଙ୍କ ମନରେ ଆସେ କୋଲ୍‌ଡ୍ରିଙ୍କ୍‌ସ। କୋଲ୍‌ଡ୍ରିଙ୍କ୍‌ସ ପିଇବା ପରେ ପାଟି ଓ ନାକ ବାଟ ଦେଇ ଯେଉଁ ଗ୍ୟାସ୍‌ ଆସେ, ସମସ୍ତେ ଭାବନ୍ତି ଗ୍ୟାସ୍‌ ବାହାରି ଯାଇଛି। ତେବେ ଗ୍ୟାସ୍‌ ଦୂର କରିବା ପାଇଁ ଅଧୀକ ସୋଡ଼ାଯୁକ୍ତ ପାନୀୟର ବ୍ୟବହାର କରାଯାଏ। ତେବେ କ’ଣ ପ୍ରକୃତରେ କୋଲ୍‌ଡ୍ରିଙ୍କସ୍‌ ଯୋଗୁଁ ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ କି? ଏହା ପଛରେ ଥୀବା ବୈଜ୍ଞାନିକ କାରଣଟି ହେଉଛି – କାର୍ବୋନେଟେଡ୍‌ ଡ୍ରିଙ୍କ୍‌ସଗୁଡ଼ିକରେ କାର୍ବନ୍ ଡାଇଅକ୍‌ସାଇଡ୍‌ […]

ଗ୍ୟାସ୍‌ର ଘରୋଇ ଉପଚାର କହିଲେ ସମସ୍ତଙ୍କ ମନରେ ଆସେ କୋଲ୍‌ଡ୍ରିଙ୍କ୍‌ସ। କୋଲ୍‌ଡ୍ରିଙ୍କ୍‌ସ ପିଇବା ପରେ ପାଟି ଓ ନାକ ବାଟ ଦେଇ ଯେଉଁ ଗ୍ୟାସ୍‌ ଆସେ, ସମସ୍ତେ ଭାବନ୍ତି ଗ୍ୟାସ୍‌ ବାହାରି ଯାଇଛି। ତେବେ ଗ୍ୟାସ୍‌ ଦୂର କରିବା ପାଇଁ ଅଧୀକ ସୋଡ଼ାଯୁକ୍ତ ପାନୀୟର ବ୍ୟବହାର କରାଯାଏ। ତେବେ କ’ଣ ପ୍ରକୃତରେ କୋଲ୍‌ଡ୍ରିଙ୍କସ୍‌ ଯୋଗୁଁ ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ କି? ଏହା ପଛରେ ଥୀବା ବୈଜ୍ଞାନିକ କାରଣଟି ହେଉଛି – କାର୍ବୋନେଟେଡ୍‌ ଡ୍ରିଙ୍କ୍‌ସଗୁଡ଼ିକରେ କାର୍ବନ୍ ଡାଇଅକ୍‌ସାଇଡ୍‌ ମିଶିଥାଏ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

ଏହା ଯେତେବେଳେ ପେଟ ଭିତରକୁ ଯାଏ, ସେତେବେଳେ ଏହା ପୁଣିଥରେ ଗ୍ୟାସ୍‌ ରୂପରେ ପରିବର୍ତ୍ତନ ହୁଏ। ଏହି ଗ୍ୟାସ୍‌ ଖାଦ୍ୟ ନଳୀ ମଧ୍ୟ ଦେଇ ପାଟି ଭିତରୁ ହାକୁଟି ହୋଇ ବାହାରିଥାଏ। ଏହି ଗ୍ୟାସ୍‌କୁ ସମସ୍ତେ କହିଥାନ୍ତି ଯେ ପେଟରେ ଥୀବା ଗ୍ୟାସ୍‌ ବାହାରି ଯାଇଛି। ଯେତେ ଅଧୀକ ପରିମାଣର କାର୍ବୋନେଟ୍‌ ଡ୍ରିଙ୍କସ୍‌ ପିଇବେ, ସେହି ପରିମାଣରେ ଗ୍ୟାସ୍‌ ବାହାରିଥାଏ। ଏହା ସମ୍ପୂର୍ଣ୍ଣ ଭାବେ ଏକ ମାନସିକ ପ୍ରକ୍ରିୟା। ମସ୍ତିଷ୍କର ସାଟିସ୍‌ଫ୍ୟାକସନ୍ ପ୍ରକ୍ରିୟା ଯୋଗୁଁ ପେଟର ଗ୍ୟାସ୍‌ ସମସ୍ୟା ଦୂର ହୋଇଗଲା ଭଳି ଲାଗେ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

ତେଣୁ କୋଲ୍‌ଡ୍ରିଙ୍କସ୍‌ ଯୋଗୁଁ ଗ୍ୟାସ୍‌ ସମସ୍ୟା ଦୂର ହେବା କଥା ସମ୍ପୂର୍ଣ୍ଣ ଅବାସ୍ତବ। କେତେକ ଲୋକ ଗ୍ୟାସ୍‌ ସମସ୍ୟା ଦୂର କରିବା ପାଇଁ ପ୍ରତ୍ୟେକ ଦିନ ଅଳ୍ପ ଅଳ୍ପ କୋଲ୍‌ଡ୍ରିଙ୍କସ୍‌ ସେବନ କରିଥାନ୍ତି। ଏଭଳି କରିବା ଦ୍ବାରା ଓଜନ ବଢ଼ିବା, ଲିଭର୍‌ରେ ଚର୍ବି ଜମା ହେବା, ଦାନ୍ତ କ୍ଷୟ, ମଧୁମେହ ଓ ହୃଦ୍‌ରୋଗ ଭଳି ଅନେକ ସମସ୍ୟା ଦେଖାଦିଏ। ତେଣୁ କୋଲ୍‌ଡ୍ରିଙ୍କସ୍‌କୁ ଗ୍ୟାସ୍‌ ଔଷଧର ବିକଳ୍ପ ଭାବିବା ଆଦୌ ଉଚିତ ନୁହେଁ।

ଆହୁରି ପଢ଼ନ୍ତୁ: ଏବେ ଘରେ ଚମକିବ ହାତ ଓ ଗୋଡ଼! ପାର୍ଲର ନଯାଇ ମାତ୍ର ୫ ମିନିଟରେ କରନ୍ତୁ ମେନିକ୍ୟୋର ଓ ପେଡିକ୍ୟୋର

03 Sep 2021 By The Sakala

କୋଲ୍‌ଡ୍ରିଙ୍କ୍‌ସ ପିଇବା ପରେ କାହିଁକି ଆସେ ଗ୍ୟାସ୍‌

ଗ୍ୟାସ୍‌ର ଘରୋଇ ଉପଚାର କହିଲେ ସମସ୍ତଙ୍କ ମନରେ ଆସେ କୋଲ୍‌ଡ୍ରିଙ୍କ୍‌ସ। କୋଲ୍‌ଡ୍ରିଙ୍କ୍‌ସ ପିଇବା ପରେ ପାଟି ଓ ନାକ ବାଟ ଦେଇ ଯେଉଁ ଗ୍ୟାସ୍‌ ଆସେ, ସମସ୍ତେ ଭାବନ୍ତି ଗ୍ୟାସ୍‌ ବାହାରି ଯାଇଛି। ତେବେ ଗ୍ୟାସ୍‌ ଦୂର କରିବା ପାଇଁ ଅଧୀକ ସୋଡ଼ାଯୁକ୍ତ ପାନୀୟର ବ୍ୟବହାର କରାଯାଏ। ତେବେ କ’ଣ ପ୍ରକୃତରେ କୋଲ୍‌ଡ୍ରିଙ୍କସ୍‌ ଯୋଗୁଁ ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ କି? ଏହା ପଛରେ ଥୀବା ବୈଜ୍ଞାନିକ କାରଣଟି ହେଉଛି – କାର୍ବୋନେଟେଡ୍‌ ଡ୍ରିଙ୍କ୍‌ସଗୁଡ଼ିକରେ କାର୍ବନ୍ ଡାଇଅକ୍‌ସାଇଡ୍‌ ମିଶିଥାଏ।

ଏହା ଯେତେବେଳେ ପେଟ ଭିତରକୁ ଯାଏ, ସେତେବେଳେ ଏହା ପୁଣିଥରେ ଗ୍ୟାସ୍‌ ରୂପରେ ପରିବର୍ତ୍ତନ ହୁଏ। ଏହି ଗ୍ୟାସ୍‌ ଖାଦ୍ୟ ନଳୀ ମଧ୍ୟ ଦେଇ ପାଟି ଭିତରୁ ହାକୁଟି ହୋଇ ବାହାରିଥାଏ। ଏହି ଗ୍ୟାସ୍‌କୁ ସମସ୍ତେ କହିଥାନ୍ତି ଯେ ପେଟରେ ଥୀବା ଗ୍ୟାସ୍‌ ବାହାରି ଯାଇଛି। ଯେତେ ଅଧୀକ ପରିମାଣର କାର୍ବୋନେଟ୍‌ ଡ୍ରିଙ୍କସ୍‌ ପିଇବେ, ସେହି ପରିମାଣରେ ଗ୍ୟାସ୍‌ ବାହାରିଥାଏ। ଏହା ସମ୍ପୂର୍ଣ୍ଣ ଭାବେ ଏକ ମାନସିକ ପ୍ରକ୍ରିୟା। ମସ୍ତିଷ୍କର ସାଟିସ୍‌ଫ୍ୟାକସନ୍ ପ୍ରକ୍ରିୟା ଯୋଗୁଁ ପେଟର ଗ୍ୟାସ୍‌ ସମସ୍ୟା ଦୂର ହୋଇଗଲା ଭଳି ଲାଗେ।

ତେଣୁ କୋଲ୍‌ଡ୍ରିଙ୍କସ୍‌ ଯୋଗୁଁ ଗ୍ୟାସ୍‌ ସମସ୍ୟା ଦୂର ହେବା କଥା ସମ୍ପୂର୍ଣ୍ଣ ଅବାସ୍ତବ। କେତେକ ଲୋକ ଗ୍ୟାସ୍‌ ସମସ୍ୟା ଦୂର କରିବା ପାଇଁ ପ୍ରତ୍ୟେକ ଦିନ ଅଳ୍ପ ଅଳ୍ପ କୋଲ୍‌ଡ୍ରିଙ୍କସ୍‌ ସେବନ କରିଥାନ୍ତି। ଏଭଳି କରିବା ଦ୍ବାରା ଓଜନ ବଢ଼ିବା, ଲିଭର୍‌ରେ ଚର୍ବି ଜମା ହେବା, ଦାନ୍ତ କ୍ଷୟ, ମଧୁମେହ ଓ ହୃଦ୍‌ରୋଗ ଭଳି ଅନେକ ସମସ୍ୟା ଦେଖାଦିଏ। ତେଣୁ କୋଲ୍‌ଡ୍ରିଙ୍କସ୍‌କୁ ଗ୍ୟାସ୍‌ ଔଷଧର ବିକଳ୍ପ ଭାବିବା ଆଦୌ ଉଚିତ ନୁହେଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp