ଘରେ ସୁଖ-ସମୃଦ୍ଧି ପାଇଁ କେଉଁ ଦିଗରେ ଲଗାଇବେ କାନ୍ଥ ଘଣ୍ଟା? ଜାଣନ୍ତୁ ସଠିକ୍ ନିୟମ

Suryakanta Picture
Published On

ବାସ୍ତୁ ଶାସ୍ତ୍ର (Vastu Shastra) ଅନୁଯାୟୀ, ଘରେ ଥିବା କାନ୍ଥ ଘଣ୍ଟା ବା ୱାଲ୍ କ୍ଲକ୍ କେବଳ ସମୟ ଦେଖିବାର ଯନ୍ତ୍ର ନୁହେଁ, ବରଂ ଏହା ବ୍ୟକ୍ତିର ଜୀବନ ଏବଂ ଭାଗ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ସଠିକ୍ ଦିଗରେ ଲାଗିଥିବା ଘଣ୍ଟା ଘରକୁ ସକାରାତ୍ମକ ଶକ୍ତି, ସୁଖ ଏବଂ ସମୃଦ୍ଧି ଆଣିଦେଉଥିବା ବେଳେ, ଭୁଲ୍ ସ୍ଥାନରେ ଲାଗିଥିବା ଘଣ୍ଟା ବାସ୍ତୁ ଦୋଷ ଏବଂ ଆର୍ଥିକ ସମସ୍ୟାର କାରଣ ପାଲଟିପାରେ। ତେଣୁ ଘରେ କାନ୍ଥ ଘଣ୍ଟା ଲଗାଇବା ପୂର୍ବରୁ କିଛି ବିଶେଷ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ।

ଆହୁରି ପଢ଼ନ୍ତୁ: ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ

କେଉଁ ଦିଗରେ ଲଗାଇବେ ଘଣ୍ଟା?

ବାସ୍ତୁ ଶାସ୍ତ୍ର ଅନୁଯାୟୀ, କାନ୍ଥ ଘଣ୍ଟା ଲଗାଇବା ପାଇଁ ଉତ୍ତର (North) ଏବଂ ପୂର୍ବ (East) ଦିଗକୁ ସର୍ବୋତ୍ତମ ବିବେଚନା କରାଯାଏ।

ଆହୁରି ପଢ଼ନ୍ତୁ: ହୃଦରୋଗୀଙ୍କ ପାଇଁ କେଉଁ ଶୋଇବା ସ୍ଥିତି ସବୁଠାରୁ ଭଲ? ଜାଣନ୍ତୁ କ'ଣ କରିବେ ଏବଂ କ'ଣ ନୁହେଁ

* ଉତ୍ତର ଦିଗ: ଏହି ଦିଗଟି ଧନର ଦେବତା କୁବେରଙ୍କର ବୋଲି ବିଶ୍ୱାସ କରାଯାଏ। ଏହି ଦିଗରେ ଘଣ୍ଟା ଲଗାଇଲେ ଆର୍ଥିକ ଅଭିବୃଦ୍ଧି ହୋଇଥାଏ ଏବଂ ନୂଆ ସୁଯୋଗ ମିଳିଥାଏ।

* ପୂର୍ବ ଦିଗ: ଏହି ଦିଗ ସକାରାତ୍ମକତା ଏବଂ ବିକାଶର ପ୍ରତୀକ ଅଟେ। ପୂର୍ବ ଦିଗରେ ଘଣ୍ଟା ଲଗାଇବା ଦ୍ୱାରା ପରିବାରର ସଦସ୍ୟଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ଆସିଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରୁହେ।

ଏହା ବ୍ୟତୀତ ଆବଶ୍ୟକ ସ୍ଥଳେ ପଶ୍ଚିମ ଦିଗ (West)ରେ ମଧ୍ୟ ଘଣ୍ଟା ଲଗାଇବା ଶୁଭ ଫଳଦାୟକ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଦକ୍ଷିଣ ଦିଗରେ କେବେବି ଲଗାନ୍ତୁ ନାହିଁ

ବାସ୍ତୁ ବିଶେଷଜ୍ଞଙ୍କ ମତରେ, ଘରର ଦକ୍ଷିଣ ଦିଗ (South direction)ରେ କେବେବି କାନ୍ଥ ଘଣ୍ଟା ଲଗାଇବା ଉଚିତ୍ ନୁହେଁ। ଏହି ଦିଗକୁ ଯମ ଏବଂ ସ୍ଥିରତାର ଦିଗ ବୋଲି ଧରାଯାଏ। ଦକ୍ଷିଣ ଦିଗରେ ଘଣ୍ଟା ଲଗାଇଲେ ଘରର ମୁଖ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବା ସହ ଅର୍ଥ ହାନି ଏବଂ ପ୍ରଗତିରେ ବାଧା ଉପୁଜିଥାଏ।

ବନ୍ଦ କିମ୍ବା ଭଙ୍ଗା ଘଣ୍ଟା ରଖନ୍ତୁ ନାହିଁ

ଯଦି ଘରେ କୌଣସି ଘଣ୍ଟା ବନ୍ଦ ହୋଇଯାଇଛି କିମ୍ବା ଭାଙ୍ଗିଯାଇଛି, ତେବେ ତାହାକୁ ତୁରନ୍ତ ସଜାଡ଼ନ୍ତୁ ଅବା ଘରୁ ବାହାର କରିଦିଅନ୍ତୁ। ବନ୍ଦ ଘଣ୍ଟା ଅଟକି ରହିଥିବା ସମୟର ପ୍ରତୀକ, ଯାହା ପ୍ରଗତିକୁ ଅଟକାଇ ଦେଇଥାଏ। ଏହାସହ ବନ୍ଦ ଘଣ୍ଟା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି କରେ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଏପରିକି ଦ୍ୱାର ବା କବାଟ ଠିକ୍ ଉପରେ ମଧ୍ୟ କାନ୍ଥ ଘଣ୍ଟା ଲଗାଇବା ଅଶୁଭ ମାନାଯାଏ।

ଆକାର ଏବଂ ସମୟ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ, ଗୋଲାକାର (Round) କିମ୍ବା ଚତୁଷ୍କୋଣ (Square) ଆକାରର ଘଣ୍ଟା ସବୁଠାରୁ ଶୁଭ ମାନାଯାଏ। ଘଣ୍ଟାରେ ସମୟ ସର୍ବଦା ସଠିକ୍ କିମ୍ବା ପ୍ରକୃତ ସମୟ ଠାରୁ ୧ ରୁ ୨ ମିନିଟ୍ ଆଗକୁ ରଖିବା ଉଚିତ୍। ସମୟକୁ ପଛରେ ରଖିଲେ ବ୍ୟକ୍ତି ନିଜ କର୍ମ କ୍ଷେତ୍ରରେ ପଛୁଆ ରହିଯାଏ ଏବଂ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପେଣ୍ଡୁଲମ୍ ଥିବା ଘଣ୍ଟା ମଧ୍ୟ ଘର ପାଇଁ ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ।

ଏହି ସବୁ ସାଧାରଣ ବାସ୍ତୁ ନିୟମକୁ ମାନିଲେ, କାନ୍ଥ ଘଣ୍ଟା ଆପଣଙ୍କ ଜୀବନରେ ଉନ୍ନତି, ସକାରାତ୍ମକତା ଓ ସମୃଦ୍ଧିର କାରଣ ସାଜିପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp