ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ, ଭୟ ଓ ପତିଆରା ଜାହିର ପାଇଁ ପିଛା କଲେ ୨୨କି.ମି
ଭୁବନେଶ୍ୱର: ଦୁର୍ବୁତ୍ତଙ୍କ ଉନ୍ମତ୍ତ କାଣ୍ଡ । ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ। ଭୟ ଓ ପତିଆରା ଜାହିର ପାଇଁ ପିଛା କଲେ ୨୨ କିଲୋମିଟର। ପିପିଲି ଟୋଲ୍ ଗେଟରୁ ପାଣ୍ଡରା ଛକ ପର୍ଯ୍ୟନ୍ତ ଖେଳାଇଲେ ଆତଙ୍କ। ଦୁଇଟି ସ୍କର୍ପିଓ ଓ ଦୁଇଟି ବାଇକରେ ଦୃର୍ବୁତ୍ତ କରିଥିଲେ ପିଛା। ଚାରିପଟୁ ଘେରି ଯୁବକ ଚଲାଉଥିବା କାରକୁ ହାଣି ଚାଲିଥିଲେ ପିଛା କରୁଥିବା ଦୃର୍ବୁତ୍ତ। ଘଟଣାରେ ଯୁବକ ଜଣକ ଆହତ ହୋଇଛନ୍ତି । ଆହତ ଯୁବକଜଣକ ହେଲେ ନଖରା ଅଞ୍ଚଳର ଜିତେନ୍ଦ୍ର ବେହେରା। ଭୟରେ ସହିଦ୍ ନଗର ଥାନା ଭିତରେ କାର୍ ପୁରାଇ ଦେଲେ ଆହତ ଜିତେନ୍ଦ୍ର। ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଆହୁରି ପଢ଼ନ୍ତୁ: ଶିମିଳିପାଳ ଜଙ୍ଗଲରେ ରହିଛି କ୍ୟାନସର୍ ସଞ୍ଜିବନୀ ‘ଲାଇକେନ୍’





