ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ମହିଳାଙ୍କ ପାଇଁ ଖୁସି ଖବର: ରାଜ୍ଯରେ ପୁଣି ଗଡ଼ିବ ମହିଳା ସ୍ପେଶାଲ ବସ୍‍

The Sakala Picture
Published On

ଭୁବନେଶ୍ୱର: ମହିଳାଙ୍କ ପାଇଁ ଖୁସି ଖବର। ପୁଣି ଥରେ ଗଡ଼ିବ ଓଏସ୍‍ଆରଟିସିର ମହିଳା ବସ୍‍। ପୂର୍ବଭଳି ଭୁବନେଶ୍ୱର-କଟକ ମଧ୍ୟରେ ମହିଳା ବସ୍‍ ଚଳାଚଳ କରିବ। ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ଓଏସ୍‍ଆରସିଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖି କୁହାଯାଇଛି ଯେ ମହିଳା ବସ୍‍ ସେବା ତୁରନ୍ତ ଆରମ୍ଭ କରିବା ପାଇଁ ବିଭାଗ ନିଷ୍କତ୍ତି ନେଇଛି। ତେଣୁ କେଉଁ ସମୟରେ ଏବଂ କେଉଁ ଦିନ ଠାରୁ ବସ୍‍ ଚାଲିବ ସେନେଇ […]

ଭୁବନେଶ୍ୱର: ମହିଳାଙ୍କ ପାଇଁ ଖୁସି ଖବର। ପୁଣି ଥରେ ଗଡ଼ିବ ଓଏସ୍‍ଆରଟିସିର ମହିଳା ବସ୍‍। ପୂର୍ବଭଳି ଭୁବନେଶ୍ୱର-କଟକ ମଧ୍ୟରେ ମହିଳା ବସ୍‍ ଚଳାଚଳ କରିବ। ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ଓଏସ୍‍ଆରସିଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖି କୁହାଯାଇଛି ଯେ ମହିଳା ବସ୍‍ ସେବା ତୁରନ୍ତ ଆରମ୍ଭ କରିବା ପାଇଁ ବିଭାଗ ନିଷ୍କତ୍ତି ନେଇଛି। ତେଣୁ କେଉଁ ସମୟରେ ଏବଂ କେଉଁ ଦିନ ଠାରୁ ବସ୍‍ ଚାଲିବ ସେନେଇ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ। ଏ ସମ୍ପର୍କିତ ରିପୋର୍ଟ ବିଭାଗକୁ ପଠାଇବା ପାଇଁ ଓଏସ୍‍ଆରଟିସି ଅଧ୍ୟକ୍ଷଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୩ ମସିହାରେ କେବଳ ମହିଳା ମାନଙ୍କ ପରିବହନ ପାଇଁ ଓଏସ୍‍ଆରଟିସି ପକ୍ଷରୁ ମହିଳା ସ୍ପେଶାଲ ବସ୍‍ ସେବା ଆରମ୍ଭ କରାଯାଇଥିଲା। ସକାଳେ ଏହି ବସ୍‍ ଭୁବନେଶ୍ୱରର ଏଜି ଛକରୁ ବାହାରି କଟକ ଯାଉଥିଲା ଏବଂ ଅପରାହ୍ଣରେ ସେଠାରୁ ପୁଣି ଭୁବନେଶ୍ୱର ଫେରୁଥିଲା। ମହିଳାମାନଙ୍କ ପାଇଁ ବିଶେଷକରି କର୍ମଜୀବୀ ମହିଳା ବେଶ୍‍ ଉପକୃତ ହେଉଥିଲେ। ଏଥିରେ ମହିଳା କଣ୍ଡକ୍ଟର ରହୁଥିବାରୁ ଏବଂ ପୁରୁଷଙ୍କ ଯାତ୍ରା ବାରଣ କରାଯାଇ ଥିବାରୁ ମହିଳା ଯାତ୍ରୀ ବେଶ୍‍ ଉପକୃତ ହେଉଥିଲେ। ତେବେ କୋଭିଡ୍‍ ପୂର୍ବରୁ ଏହି ବସ୍‍ ସେବାକୁ ହଠାତ୍‍ ବନ୍ଦ କରିଦେଲେ। ଫଳରେ ମହିଳାମାନେ ସମସ୍ୟା ଭୋଗୁଥିଲେ। ଏହାକୁ ନେଇ ଅନେକବାର ମହିଳାମାନେ ବିଭାଗକୁ ପତ୍ର ଲେଖି ବସ୍‍ ସେବାର ପୁନଃ ପ୍ରଚଳନ କରିବା ପାଇଁ ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ତଳମୁହାଁ ଆଇନଶୃଙ୍ଖଳା: ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ନିସ୍ତୁକ ମାଡ଼...

04 Jun 2022 By The Sakala

ମହିଳାଙ୍କ ପାଇଁ ଖୁସି ଖବର: ରାଜ୍ଯରେ ପୁଣି ଗଡ଼ିବ ମହିଳା ସ୍ପେଶାଲ ବସ୍‍

ଭୁବନେଶ୍ୱର: ମହିଳାଙ୍କ ପାଇଁ ଖୁସି ଖବର। ପୁଣି ଥରେ ଗଡ଼ିବ ଓଏସ୍‍ଆରଟିସିର ମହିଳା ବସ୍‍। ପୂର୍ବଭଳି ଭୁବନେଶ୍ୱର-କଟକ ମଧ୍ୟରେ ମହିଳା ବସ୍‍ ଚଳାଚଳ କରିବ। ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ଓଏସ୍‍ଆରସିଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖି କୁହାଯାଇଛି ଯେ ମହିଳା ବସ୍‍ ସେବା ତୁରନ୍ତ ଆରମ୍ଭ କରିବା ପାଇଁ ବିଭାଗ ନିଷ୍କତ୍ତି ନେଇଛି। ତେଣୁ କେଉଁ ସମୟରେ ଏବଂ କେଉଁ ଦିନ ଠାରୁ ବସ୍‍ ଚାଲିବ ସେନେଇ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ। ଏ ସମ୍ପର୍କିତ ରିପୋର୍ଟ ବିଭାଗକୁ ପଠାଇବା ପାଇଁ ଓଏସ୍‍ଆରଟିସି ଅଧ୍ୟକ୍ଷଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୩ ମସିହାରେ କେବଳ ମହିଳା ମାନଙ୍କ ପରିବହନ ପାଇଁ ଓଏସ୍‍ଆରଟିସି ପକ୍ଷରୁ ମହିଳା ସ୍ପେଶାଲ ବସ୍‍ ସେବା ଆରମ୍ଭ କରାଯାଇଥିଲା। ସକାଳେ ଏହି ବସ୍‍ ଭୁବନେଶ୍ୱରର ଏଜି ଛକରୁ ବାହାରି କଟକ ଯାଉଥିଲା ଏବଂ ଅପରାହ୍ଣରେ ସେଠାରୁ ପୁଣି ଭୁବନେଶ୍ୱର ଫେରୁଥିଲା। ମହିଳାମାନଙ୍କ ପାଇଁ ବିଶେଷକରି କର୍ମଜୀବୀ ମହିଳା ବେଶ୍‍ ଉପକୃତ ହେଉଥିଲେ। ଏଥିରେ ମହିଳା କଣ୍ଡକ୍ଟର ରହୁଥିବାରୁ ଏବଂ ପୁରୁଷଙ୍କ ଯାତ୍ରା ବାରଣ କରାଯାଇ ଥିବାରୁ ମହିଳା ଯାତ୍ରୀ ବେଶ୍‍ ଉପକୃତ ହେଉଥିଲେ। ତେବେ କୋଭିଡ୍‍ ପୂର୍ବରୁ ଏହି ବସ୍‍ ସେବାକୁ ହଠାତ୍‍ ବନ୍ଦ କରିଦେଲେ। ଫଳରେ ମହିଳାମାନେ ସମସ୍ୟା ଭୋଗୁଥିଲେ। ଏହାକୁ ନେଇ ଅନେକବାର ମହିଳାମାନେ ବିଭାଗକୁ ପତ୍ର ଲେଖି ବସ୍‍ ସେବାର ପୁନଃ ପ୍ରଚଳନ କରିବା ପାଇଁ ଅନୁରୋଧ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର