କର୍କଟ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ହେବେ ମହିଳା ଏସଏଚଜି ସଦସ୍ୟା

The Sakala Picture
Published On

ଭୁବନେଶ୍ୱର: ମହିଳା ସଶକ୍ତିକରଣ ଦିଗରେ ଉଦାହରଣ ସାଜିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌‌ଏଚ୍‌‌ଜି)ଙ୍କୁ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଯାଉଛନ୍ତି। ମହିଳା ଏଚ୍‌‌ଏସ୍‌‌ଜି ସଦସ୍ୟାମାନଙ୍କୁ କର୍କଟ ଚିକିତ୍ସା କ୍ଷେତ୍ରରେ ନିୟୋଜିତ କରାଯିବ। ଏଥିପାଇଁ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କର୍କଟ ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ଚିକିତ୍ସା ପର୍ଯ୍ୟନ୍ତ ସବୁଠି ରୋଗୀ ଏବଂ ସମ୍ପର୍କୀୟଙ୍କୁ ସହାୟତା ଦେବେ। କିଛି ମାସ ପୂର୍ବେ ରାଜ୍ୟରେ କର୍କଟ ରୋଗ ଚିକିତ୍ସା ସମ୍ପର୍କିତ […]

ଭୁବନେଶ୍ୱର: ମହିଳା ସଶକ୍ତିକରଣ ଦିଗରେ ଉଦାହରଣ ସାଜିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌‌ଏଚ୍‌‌ଜି)ଙ୍କୁ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଯାଉଛନ୍ତି। ମହିଳା ଏଚ୍‌‌ଏସ୍‌‌ଜି ସଦସ୍ୟାମାନଙ୍କୁ କର୍କଟ ଚିକିତ୍ସା କ୍ଷେତ୍ରରେ ନିୟୋଜିତ କରାଯିବ। ଏଥିପାଇଁ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କର୍କଟ ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ଚିକିତ୍ସା ପର୍ଯ୍ୟନ୍ତ ସବୁଠି ରୋଗୀ ଏବଂ ସମ୍ପର୍କୀୟଙ୍କୁ ସହାୟତା ଦେବେ। କିଛି ମାସ ପୂର୍ବେ ରାଜ୍ୟରେ କର୍କଟ ରୋଗ ଚିକିତ୍ସା ସମ୍ପର୍କିତ ପ୍ରସଙ୍ଗରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ସମ୍ପ୍ରତି ରାଜ୍ୟରେ ପ୍ରତିବର୍ଷ ୩୦ ହଜାରରୁ ଅଧିକ କର୍କଟ ରୋଗୀ ଚିହ୍ନଟ ହେଉଥିଲା ବେଳେ ଅଧିକାଂଶ ମାମଲାରେ ବିଳମ୍ବିତ ଚିକିତ୍ସା କର୍କଟ ନିରାକରଣ ଦିଗରେ ବଡ଼ ଅନ୍ତରାୟ ସାଜୁଛି। ତେଣୁ ମହିଳା ଏସ୍‌‌ଏଚ୍‌‌ଜି ମାନଙ୍କ ହାତରେ କର୍କଟ ରୋଗୀଙ୍କ ଦାୟିତ୍ୱ ନ୍ୟସ୍ତ କରିବା ଦ୍ୱାରା ଏଥିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ବିଶେଷକରି ଗର୍ଭାଶୟ, ସ୍ତନ କର୍କଟ ଆଦି କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇପାରିବ।

ଆହୁରି ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମା ତିଥିକୁ ନେଇ ଦୂର ହେଲା ଦ୍ୱନ୍ଦ୍ୱ; ୨୭ରେ ଘରେ ରକ୍ଷାବନ୍ଧନ, ୨୮ରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି

ସୂଚନା ଅନୁସାରେ, ପ୍ରତି ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯିବ। ସେମାନେ କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ଲକ୍ଷଣଯୁକ୍ତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ମେଡିକାଲ କଲେଜ ପର୍ଯ୍ୟନ୍ତ ସାଙ୍ଗରେ ଧରି ଯିବେ। ସେଠାରେ ସନ୍ଦିଗ୍ଧଙ୍କ କର୍କଟ ପରୀକ୍ଷା, ଚିହ୍ନଟ ହୋଇଥିବା ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ନେବାରେ ସହାୟତା ଦେବେ। କର୍କଟ ଚିହ୍ନଟ ହୋଇଥିବା ରୋଗୀ ସୁସ୍ଥ ହେବା ପର୍ଯ୍ୟନ୍ତ ଏସ୍‌‌ଏଚ୍‌‌ଜି ସଦସ୍ୟମାନେ ସେମାନଙ୍କୁ ସହାୟତା ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା କାର୍ଯ୍ୟର ସମୀକ୍ଷା କଲା ଏଏସଆଇର ୧୦ ଜଣିଆ ବିଶେଷଜ୍ଞ ଦଳ

କର୍କଟ ସମ୍ପର୍କରେ ସଚେତନତାର ଘୋର ଅଭାବ ରହିଛି। ବିଶେଷକରି ପ୍ରାଥମିକ ଲକ୍ଷଣ ଚିହ୍ନଟ କରିବା ଜରୁରୀ। ଏପରିସ୍ଥଳେ ପ୍ରଶିକ୍ଷିତ ଏସ୍‌‌ଏଚ୍‌‌ଜି ସଦସ୍ୟମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବେ। ଆମ ଦେଶରେ ସ୍ତନ ଓ ସର୍ଭାଇକାଲ କର୍କଟ ରୋଗ ଅଧିକ ସଂଖ୍ୟାରେ ଦେଖା ଦେଉଥିବା ବେଳେ ମୁଖ ଗହ୍ୱର, ଫୁସ୍‌‌ଫୁସ୍‌‌ କର୍କଟ ରୋଗୀ ସଂଖ୍ୟା ମଧ୍ୟ କିଛି କମ୍‌‌ ନାହିଁ। ଏସ୍‌‌ଏଚ୍‌‌ଜି ସଦସ୍ୟମାନେ ନିଜ ଅଞ୍ଚଳର ମହିଳାମାନଙ୍କ ମଧ୍ୟରେ ସ୍ତନ ଓ ସର୍ଭିକାଲ କ୍ୟାନସର ସମ୍ପର୍କରେ ସଚେନତା ସୃଷ୍ଟି କରିବେ। ସାଧାରଣତଃ ସାମାଜିକ ଅପବାଦ ଭୟରେ ଅଧିକାଂଶ ମହିଳା କର୍କଟ ସମ୍ପର୍କରେ ମୁହଁ ଖୋଲନ୍ତି ନାହିଁ। ତେଣୁ ସେମାନଙ୍କୁ ସଚେତନ କରିବା ଏକାନ୍ତ ଆବଶ୍ୟକ। ଅପରପକ୍ଷେ କର୍କଟ ରୋଗର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋ ଥେରାପି ଦିଆଯାଉ ଥିବା ବେଳେ ମେଡିକାଲ କଲେଜରେ କେମୋ ଏବଂ ରେଡିଓ ଥେରାପି ଦିଆଯାଉଛି। ଏହି ସେବା ପାଇବାରେ ରୋଗୀ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଆସୁଛି। ଏପରିସ୍ଥଳେ ରୋଗୀଙ୍କ ସହିତ ଉପସ୍ଥିତ ରହି ସେମାନଙ୍କ ମନୋବଳ ବୃଦ୍ଧି କରିବାରେ ଏସ୍‌‌ଏଚ୍‌‌ଜି ସଦସ୍ୟାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ! ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର