ଅନ୍ୟ ପାଇଁ ଉଦାହରଣ ସାଜିଲେ ସୁଶୀଲ, ନିଜ ଗଛିତ ଧନରେ ଗାଁ ପାଇଁ ମେଡିକାଲ, ମନ୍ଦିର ଓ ସ୍ମଶାନ କରି ଜିଲ୍ଲାରେ ଚର୍ଚ୍ଚିତ

The Sakala Picture
Published On

କେନ୍ଦ୍ରାପଡା: ନିଜର ଛୋଟିଆ ଗାଁକୁ ସହରରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଜଣେ ସାଧାରଣ ମଣିଷ l ନିଜ ଉପାର୍ଜିତ ଧନରୁ ଗାଁରେ ମେଡିକାଲ ମନ୍ଦିର ଆଉ ସ୍ମଶାନ କରି ଆଜି ଚର୍ଚ୍ଚାରେ l ଏହାପରେ ଆହୁରି ଅନେକ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି l ଜୀବନ ସାରା ରୋଜଗାର କଲେ l ଅବସର ବୟସ ହେବାରୁ ଗାଁକୁ ଫେରି ଆସିଲେ l ଗାଁର ଚଳଣି ଆଉ ସହର ଚଳଣି ଫରକ ଜାଣିବାକୁ ପାଇଲେ l […]

କେନ୍ଦ୍ରାପଡା: ନିଜର ଛୋଟିଆ ଗାଁକୁ ସହରରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଜଣେ ସାଧାରଣ ମଣିଷ l ନିଜ ଉପାର୍ଜିତ ଧନରୁ ଗାଁରେ ମେଡିକାଲ ମନ୍ଦିର ଆଉ ସ୍ମଶାନ କରି ଆଜି ଚର୍ଚ୍ଚାରେ l ଏହାପରେ ଆହୁରି ଅନେକ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି l ଜୀବନ ସାରା ରୋଜଗାର କଲେ l ଅବସର ବୟସ ହେବାରୁ ଗାଁକୁ ଫେରି ଆସିଲେ l ଗାଁର ଚଳଣି ଆଉ ସହର ଚଳଣି ଫରକ ଜାଣିବାକୁ ପାଇଲେ l ଲୋକଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଦେଖି ଆଉ ରହିପାରିଲେନି l ନିଜ ଗାଁକୁ ସହର ସହ ତୁଳନା କରିବାକୁ ଯାଇ ଆରମ୍ଭ କରିଛନ୍ତି ଏକ ମାଷ୍ଟର ପ୍ରୋଜେକ୍ଟ l ନିଜ ଉପାର୍ଜିତ ଟଙ୍କାରେ ମେଡିକାଲ, ମନ୍ଦିର, ସ୍ମଶାନ ଭଳି ଅନେକ କାମ ଆରମ୍ଭ କରିଛନ୍ତି l ବାକି ଜୀବନ ଗାଁର ସେବାରେ ଲୋକଙ୍କ ମୌଳିକ ସୁବିଧାର ଉର୍ନତି ପାଇଁ ପ୍ରବାସୀ ସୁଶୀଲ ରାଉତ ଏବେ ଜିଲ୍ଲା ତମାମ ଚର୍ଚ୍ଚାରେ l

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ଭିଟା ମାଟି ପାଇଁ କିଛି କରିବାର ଆଶାରେ ଗାଁକୁ ଫେରି ଲୋକଙ୍କ ମୌଳିକ ସୁବିଧା ପାଇଁ ନିଜ ଜୀବନର ସଂଚିତ ପୁଞ୍ଜିକୁ ଲୋକଙ୍କ ପାଇଁ ସମ୍ପର୍ପିତ କରୁଛନ୍ତି ଏହି ପ୍ରବାସୀ l ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମହଣି ପଞ୍ଚାୟତ ନୂଆଡିଆ ଗ୍ରାମର-ସୁଶୀଲ କୁମାର ରାଉତଙ୍କ କଥା l ପିଲାଟି ଦିନରୁ ଗାଁ ଛାଡି ବିଦେଶ ଚାଲିଗଲେ l ସେଠିରହି ରୋଜଗାର କଲେ ଓ ବର୍ତ୍ତମାନ ସେ ଅବସରରେ ଗାଁ କୁ ଫେରି ଲୋକଙ୍କ ସୁବିଧା ପାଇଁ ଗାଁ ରେ ନିଜ ପୈତୃକ ଜାଗାରେ ନିର୍ମାଣ କରୁଛନ୍ତି ଏକ ମନ୍ଦିର,ମେଡିକାଲ ଆଉ ସ୍ମଶାନ l କିନ୍ତୁ ଭିର୍ଣ୍ଣ ଏକ ଉଦେଶ୍ୟରେ ନିର୍ମାଣ କରାଯାଉଛି ଏହି ପ୍ରୋଜେକ୍ଟ l କେବଳ ମନ୍ଦିରରେ ଭଗବାନକୁ ପୂଜା କରାଯିବ ତାହା ନୁହେଁ l ମନ୍ଦିର ପରିସରରେ ନିର୍ମାଣ ଚାଲିଛି ଗ୍ରାମ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର l ଯୋଉଠି ଗ୍ରାମର ଲୋକମାନେ -ଦେହ ଖରାପ ହେଲେ ବାହାରକୁ ନଯାଇ ସେହି ସ୍ଥାନରେ ସଂଗେ ସଂଗେ ଚିକିତ୍ସା ପାଇପାରିବେ l
ଏଥି ସହିତ ମନ୍ଦିରକୁ ଲାଗି ଏକ ମୁକ୍ତି ମଣ୍ଡପ ମଧ୍ୟ କରୁଛନ୍ତି ସୁଶୀଲ -ତାଙ୍କର କହିବା କଥା ଏହି ସ୍ଥାନ ଧୋୟା ଅଞ୍ଚଳରେ ହୋଇଥିବାରୁ ବର୍ଷା ଦିନେ ଶବ ଦାହ ପାଇଁ ଅନେକ ସମସ୍ୟା ହୁଏ l କିନ୍ତୁ ଏମିତି ଏକ ମୁକ୍ତି ମଣ୍ଡପ ହେବା ଦ୍ୱାରା ଲୋକେ ସୁବିଧାରେ ଏଠାରେ ଶବ ଦାହ କରିପାରିବେ l

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

with-his-own-savings-man-providing-medical-care-temples-and-cemeteries-for-the-village

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଏଥି ସହିତ ମନ୍ଦିରରେ ଗରିବ ଓ ଅସହାୟ ଲୋକଙ୍କୁ ପ୍ରତ୍ୟେକ ଦିନ ମାଗଣାରେ ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରିଛନ୍ତି l ନିଜ ଜୀବନର ଶେଷ ସମୟକୁ ଏହି ଗ୍ରାମର ଲୋକଙ୍କ ମଙ୍ଗଳ ପାଇଁ କିଛି କରିବା ଉଦେଶ୍ୟରେ ଆଗକୁ ବଢ଼ିଥିବା କହିଛନ୍ତି ସୁଶୀଲ l
ବିଦେଶ ଗଲାପରେ ନିଜ ଜନ୍ମମାଟିକୁ ଭୁଲି ସହରରେ ଘର କିଣିବା ଆଉ ନିଜେ ନିଜ ପରିବାର ସହ ଚାକଚକ୍ୟରେ ରହିବାକୁ ଅନେକ ଲୋକ ପସନ୍ଦ କରନ୍ତି l ହେଲେ ସୁଶୀଲ ନିଜ ମାଟି ପାଇଁ କିଛି କରିବାର ଆଶା ନେଇ ଗାଁକୁ ଫେରିଛନ୍ତି l ଏହାଛଡା ଗ୍ରାମର ୩ ଜଣ ଗରିବ ପରିବାରର ଯୁବତୀଙ୍କୁ ନିଜ ଟଙ୍କାରେ ବିବାହ କରାଇଛନ୍ତି ବୋଲି ସରପଞ୍ଚ କୁଳମଣି ମଲ୍ଲିକ କହିଛନ୍ତି l ସୁଶୀଲଙ୍କ ଏଭଳି କର୍ତଵ୍ୟ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର