ସ୍ୱାମୀ ସହ ଝଗଡ଼ାକରି ଜଳଭଣ୍ଡାରକୁ ଡେଇଁପଡିଲା ସ୍ତ୍ରୀ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

The Sakala Picture
Published On

ଲମତାପୁଟ: ଚମ୍ପାପୁଟ ପୋଲ ନିକଟ ଜଲାପୁଟ ଜଳଭଣ୍ଡାରରେ ଅଘଟଣ । ସ୍ୱାମୀଙ୍କ ସାମ୍ନାରେ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ପଡ଼ି ମହିଳା ଆତ୍ମହତ୍ୟା  କରିଥିବା ଜଣାପଡିଛି। ଖବର ମିଳିବା ପରେ ନନ୍ଦପୁରରୁ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କୁ ଖୋଜା ଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରିଛି। ମିଳିଥିବା ସୂଚନାଅନୁସାରେ କୋରାପୁଟ କୁକୁଡାପକ୍ଷୀ ଗାଁର ପଦ୍ମା ଖରା ଓ ତାଙ୍କ ସ୍ୱାମୀ ପୂର୍ଣ୍ଣ ଖରା ଦଶହରା ପୂଜା ପାଇଁ ପୂଜାରିଗୁଡା ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଉଭୟ […]

ଲମତାପୁଟ: ଚମ୍ପାପୁଟ ପୋଲ ନିକଟ ଜଲାପୁଟ ଜଳଭଣ୍ଡାରରେ ଅଘଟଣ । ସ୍ୱାମୀଙ୍କ ସାମ୍ନାରେ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ପଡ଼ି ମହିଳା ଆତ୍ମହତ୍ୟା  କରିଥିବା ଜଣାପଡିଛି। ଖବର ମିଳିବା ପରେ ନନ୍ଦପୁରରୁ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କୁ ଖୋଜା ଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ: ଗାଁ ଗାଁରେ ବେଆଇନ କୋଚିଂ ସେଣ୍ଟର: ସରକାରୀ ନିୟମକୁ ଫୁ କରି ଟିଉସନ କରୁଛନ୍ତି ସରକାରୀ ଶିକ୍ଷକ

ମିଳିଥିବା ସୂଚନାଅନୁସାରେ କୋରାପୁଟ କୁକୁଡାପକ୍ଷୀ ଗାଁର ପଦ୍ମା ଖରା ଓ ତାଙ୍କ ସ୍ୱାମୀ ପୂର୍ଣ୍ଣ ଖରା ଦଶହରା ପୂଜା ପାଇଁ ପୂଜାରିଗୁଡା ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଉଭୟ ସ୍ବାମୀ-ସ୍ତ୍ରୀ ବାଇକରେ ପୂଜାରିଗୁଡାରୁ ନିଜ ଘରକୁ ଫେରୁଥିଲେ । ବାଟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଓ ମନମାଳିନ୍ୟ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପଦ୍ମାଖରା ଜଳଭଣ୍ଡାରକୁ ଡେଇଁ ପଡିଥିଲେ। ପଦ୍ମା ପୋଲ ତଳକୁ ଡେଇଁ ପଡିବା ପରେ ସ୍ଥାନିୟ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନ ମିଳିବାରୁ ନନ୍ଦପୁରସ୍ଥିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ପଦ୍ମାଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ମହିଳା ଜଣକ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ନା ଦୁର୍ଘଟଣାରେ ମହିଳା ଜଣକ ଖସି ପଡିଛନ୍ତି, ତାର ତଦନ୍ତ ଜାରି ରଖିଛି ପାଡୁଆ ପୁଲିସ ।

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

16 Oct 2021 By The Sakala

ସ୍ୱାମୀ ସହ ଝଗଡ଼ାକରି ଜଳଭଣ୍ଡାରକୁ ଡେଇଁପଡିଲା ସ୍ତ୍ରୀ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଲମତାପୁଟ: ଚମ୍ପାପୁଟ ପୋଲ ନିକଟ ଜଲାପୁଟ ଜଳଭଣ୍ଡାରରେ ଅଘଟଣ । ସ୍ୱାମୀଙ୍କ ସାମ୍ନାରେ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ପଡ଼ି ମହିଳା ଆତ୍ମହତ୍ୟା  କରିଥିବା ଜଣାପଡିଛି। ଖବର ମିଳିବା ପରେ ନନ୍ଦପୁରରୁ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କୁ ଖୋଜା ଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରିଛି।

ମିଳିଥିବା ସୂଚନାଅନୁସାରେ କୋରାପୁଟ କୁକୁଡାପକ୍ଷୀ ଗାଁର ପଦ୍ମା ଖରା ଓ ତାଙ୍କ ସ୍ୱାମୀ ପୂର୍ଣ୍ଣ ଖରା ଦଶହରା ପୂଜା ପାଇଁ ପୂଜାରିଗୁଡା ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଉଭୟ ସ୍ବାମୀ-ସ୍ତ୍ରୀ ବାଇକରେ ପୂଜାରିଗୁଡାରୁ ନିଜ ଘରକୁ ଫେରୁଥିଲେ । ବାଟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଓ ମନମାଳିନ୍ୟ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପଦ୍ମାଖରା ଜଳଭଣ୍ଡାରକୁ ଡେଇଁ ପଡିଥିଲେ। ପଦ୍ମା ପୋଲ ତଳକୁ ଡେଇଁ ପଡିବା ପରେ ସ୍ଥାନିୟ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନ ମିଳିବାରୁ ନନ୍ଦପୁରସ୍ଥିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ପଦ୍ମାଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ମହିଳା ଜଣକ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ନା ଦୁର୍ଘଟଣାରେ ମହିଳା ଜଣକ ଖସି ପଡିଛନ୍ତି, ତାର ତଦନ୍ତ ଜାରି ରଖିଛି ପାଡୁଆ ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର