ବାହାନଗା ଟ୍ରେନ୍‌ ଦୁର୍ଘଟଣା : କ‘ଣ ଏହି ଇଣ୍ଟର ଲକିଂ ସିଷ୍ଟମ, ଯେଉଁଥିପାଇଁ ଚାଲିଗଲା ୨୭୫ ଜୀବନ

The Sakala Picture
Published On

ଭୁବନେଶ୍ବର : ଶୁକ୍ରବାର ବାଲେଶ୍ବର ବାହାନଗାରେ ଯେଉଁ ଭୟଙ୍କର ଦୁର୍ଘଟଣା ଘଟିଗଲା ତାହା ସମସ୍ତଙ୍କୁ ଚକିତ କରିଦେଇଛି। ଭାରତ ଇତିହାସରେ ତୃତୀୟ ବୃହତମ ରେଳ ଦୁର୍ଘଟଣା ବୋଲି କୁହାଯାଉଥିବା ଏହି ଦୁର୍ଘଟଣାରେ ପ୍ରାୟ ୨୭୫ ଜଣ ଲୋକଙ୍କ ଜୀବନ ଯାଇଛି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ୧୧୭୫ଜଣ ଯାତ୍ରୀ ଭର୍ତ୍ତି ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୭୯୩ଜଣଙ୍କୁ ଇତିମଧ୍ୟରେ ଡିସଚାର୍ଜ କରାଯାଇଥିବାବେଳେ ୩୮୨ଜଣ ଚିକତ୍ସାଧୀନ ଅଛନ୍ତି । ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି । ସମସ୍ତଙ୍କୁ […]

ଭୁବନେଶ୍ବର : ଶୁକ୍ରବାର ବାଲେଶ୍ବର ବାହାନଗାରେ ଯେଉଁ ଭୟଙ୍କର ଦୁର୍ଘଟଣା ଘଟିଗଲା ତାହା ସମସ୍ତଙ୍କୁ ଚକିତ କରିଦେଇଛି। ଭାରତ ଇତିହାସରେ ତୃତୀୟ ବୃହତମ ରେଳ ଦୁର୍ଘଟଣା ବୋଲି କୁହାଯାଉଥିବା ଏହି ଦୁର୍ଘଟଣାରେ ପ୍ରାୟ ୨୭୫ ଜଣ ଲୋକଙ୍କ ଜୀବନ ଯାଇଛି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ୧୧୭୫ଜଣ ଯାତ୍ରୀ ଭର୍ତ୍ତି ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୭୯୩ଜଣଙ୍କୁ ଇତିମଧ୍ୟରେ ଡିସଚାର୍ଜ କରାଯାଇଥିବାବେଳେ ୩୮୨ଜଣ ଚିକତ୍ସାଧୀନ ଅଛନ୍ତି । ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି । ସମସ୍ତଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ଗୁମ୍ଫା ଡ୍ୟାମ ଜଳପ୍ରପାତରେ ଅଘଟଣ: ୬୦୦ ମିଟର ଖାଲକୁ ଖସି ପଡିଥିବା ଦୁଇ ଛାତ୍ରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ତେବେ ଏହି ଭୟଙ୍କର ଦୁର୍ଘଟଣା କଣ ପାଇଁ ଘଟିଲା। ୨୭୫ ଲୋକଙ୍କର ଜୀବନ କଣ ପାଇଁ ଚାଲିଗଲା। ଏଥି ପାଇଁ କିଏ ଦାୟୀ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନର ଉଙ୍କି ମାରୁଥିବା ବେଳେ ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଛେରାପହଁରା ନୀତି ସମ୍ପନ୍ନ ପରେ ଆରମ୍ଭ ହେଲା ରଥଟଣା, ଗଡ଼ିଲା ତାଳଧ୍ୱଜ ରଥ; ଭକ୍ତିଭାବରେ ଉଛୁଳୁଛି ବଡ଼ଦାଣ୍ଡ

ରେଳ ମନ୍ତ୍ରୀ କହିଛନ୍ତି, ଏହି ଦୁର୍ଘଟଣାର ତଦନ୍ତ ଶେଷ ହୋଇଯାଇଛି। ରେଳ ସେଫ୍ଟି କମିଶନର ତଦନ୍ତ କରିଛନ୍ତି। ଏବେ କିଛି କହିବା ଠିକ ହେବ ନାହିଁ। ଆମେ ସମସ୍ତେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଆଉ ଏଥିପାଇଁ କେଉଁମାନେ ଦାୟୀ ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଯେଉଁମାନେ ଏଥିପାଇଁ ଦାୟୀ ତାହା ତଦନ୍ତ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲା: କଲ୍ ରେକର୍ଡ ହସ୍ତଗତ କଲା ପୋଲିସ, ତଦନ୍ତ ଜୋରଦାର

ଇଣ୍ଟରଲକିଂ ତ୍ରୁଟି ଯୋଗୁଁ ବାହାନଗା ଟ୍ରେନ ଦୁର୍ଘଟଣା ହୋଇଥିବା ରେଳମନ୍ତ୍ରୀ କହିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ଇଣ୍ଟରଲକିଂ ସିଷ୍ଟମ କ’ଣ, ଯାହା ଏତେ ବଡ଼ ଦୁର୍ଘଟଣା ଘଟାଇଲା । ସେନେଇ ସବୁଠି ଆଲୋଚନା ହେଉଛି । କାରଣ ଇଣ୍ଟରଲକିଂ ସିଷ୍ଟମ ଏମିତି ଏକ ଟେକ୍ନୋଲୋଜି, ଯାହା ସାଧାରଣ ଲୋକ ବୁଝିବା କଷ୍ଟକର । କିନ୍ତୁ ଏହି ଇଣ୍ଟରଲକିଂ ସିଷ୍ଟମ ଉପରେ ରେଳ ସୁରକ୍ଷା ନିର୍ଭର କରିଥାଏ ।

ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ କ’ଣ?

ବାସ୍ତବରେ, ଟ୍ରେନର ଟ୍ରାକ ପରିବର୍ତ୍ତନ କମ୍ପ୍ୟୁଟର ଦ୍ୱାରା ହୋଇଥାଏ। ଏହାକୁ ଇଣ୍ଟରଲକିଂ ବ୍ୟବସ୍ଥା ବୋଲି କୁହାଯାଏ । ରେଳବାଇ ସିଗନାଲ୍ ନିୟନ୍ତ୍ରଣ କରିବା ପାଇଁ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ବ୍ୟବହାର କରାଯାଏ। ଏହା ଏକ ସୁରକ୍ଷା ବ୍ୟବସ୍ଥା, ଯାହା ଟ୍ରେନର ସୁରକ୍ଷା ପାଇଁ ସିଗନାଲ ଏବଂ ସୁଇଚ୍ ମଧ୍ୟରେ ଅପରେଟିଂ ସିଷ୍ଟମକୁ ନିୟନ୍ତ୍ରଣ କରିଥାଏ। ଏହି ସିଷ୍ଟମ ମାଧ୍ୟମରେ, ଟ୍ରାକରେ ଅବରୋଧିତ ଏବଂ ସୁରକ୍ଷିତ ଟ୍ରେନର ସୁରକ୍ଷା ନିଶ୍ଚିତ ହୋଇଥାଏ।

ଏହା ରେଳ ଜଙ୍କସନ୍, ଷ୍ଟେସନ ଓ ସିଗ୍ନାଲ ପଏଂଟ ନିକଟରେ ଥାଏ। ସ୍ୱିଚ୍, ଟ୍ରାକ ସର୍କିଟ ଓ ସିଗ୍ନାଲର ସମନ୍ୱୟରେ ଏହା କାର୍ଯ୍ୟ କରିଥାଏ। ଟ୍ରେନକୁ ଗୋଟିଏ ଧାରଣାରୁ ଅନ୍ୟ ଧାରଣାକୁ ଯିବା ପାଇଁ ଏହା ସାହାଯ୍ୟ କରିଥାଏ। ଅର୍ଥାତ୍ ରେଳ ସ୍ଥାନ ପରିବର୍ତ୍ତନ କରୁଥିବା ରେଳ ଧାରଣାର ଅଂଶକୁ ଏହି ବ୍ୟବସ୍ଥା ନିୟନ୍ତ୍ରଣ କରିଥାଏ। ଟ୍ରେନ ଗତି କରୁଥିବା ପୂର୍ବରୁ ଗନ୍ତବ୍ୟ ପଥ ଅନୁସାରେ ଏହାକୁ ପରିବର୍ତ୍ତନ କରି ଲକ୍ କରାଯାଇଥାଏ । ଟ୍ରାକ୍ ସର୍କିଟ ଏକ ଇଲେକ୍ଟ୍ରୋନିକ ବ୍ୟବସ୍ଥା ଯାହା ସେହି ଧାରଣାରେ କୌଣସି ଟ୍ରେନ ଅଛି କି ନାହିଁ ତାହା ସୁନିଶ୍ଚିତ କରିଥାଏ। ଏହି ସୂଚନା ଅନୁସାରେ ଇଂଟର-ଲକିଙ୍ଗ ବ୍ୟବସ୍ଥା ଟ୍ରେନ କେଉଁ ଧାରଣାରେ ଯିବ ତାହା ସ୍ଥିର କରିଥାଏ। ଇଲେକ୍ଟ୍ରୋନିକ୍ସ ଇଂଟର-ଲକିଙ୍ଗ ସିଷ୍ଟମ ଏକ ଅତ୍ୟାଧୁନିକ ବ୍ୟବସ୍ଥା। ଯାହା କଂପ୍ୟୁଟର ଓ ଅନ୍ୟ କିଛି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ଦ୍ୱାରା ପରିଚାଳିତ ହୁଏ।

ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ କିପରି କାମ କରେ?

ଯେତେବେଳେ ଏକ ଟ୍ରେନ୍ ଏକ ମାର୍ଗରେ ଗତି କରେ, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ଏହାର ଗତି, ସ୍ଥିତି ଏବଂ ଅନ୍ୟାନ୍ୟ ସୂଚନାକୁ ଟ୍ରେଣ୍ଡ ସେନ୍ସର ଦ୍ୱାରା ଚିହ୍ନଟ କରେ। ଏହି ସୂଚନା ସଙ୍କେତ ପ୍ରଣାଳୀକୁ ପଠାଯାଏ। ଏହା ପରେ, ସିଗନାଲ୍ ସିଷ୍ଟମ୍ ସେହି ରେଳକୁ ସଠିକ୍ ସଙ୍କେତ ପଠାଇବ, ଯାହା ଦ୍ବାରା ଏହାର ଗତି, ଅବରୋଧ ଏବଂ ଅନ୍ୟାନ୍ୟ ସେନ୍ସର ନିୟନ୍ତ୍ରିତ ହୋଇଥାଏ । ଏହି ପ୍ରକ୍ରିୟା କ୍ରମାଗତ ଭାବରେ ଚାଲିଥାଏ, ଯେଉଁ କାରଣରୁ ଟ୍ରେନ୍ ଗୁଡିକ ସଠିକ୍ ସଙ୍କେତ ପାଇବାରେ ଲାଗନ୍ତି।

୩ ମାସ ତଳୁ ଇଣ୍ଟରଲକିଂ ସିଷ୍ଟମ୍ ବ୍ୟବସ୍ଥାରେ ସମସ୍ୟା ଥିବା ଜାଣିଥିଲା ରେଳବାଇ

ଇଣ୍ଟରଲକିଂ ସିଗ୍ନାଲ ବ୍ୟବସ୍ଥାରେ ଗୁରୁତର ସମସ୍ୟା ଥିବା ରେଳ ମନ୍ତ୍ରଣାଳୟ ୩ ମାସ ତଳକୁ ଜାଣିଥିଲା। ଦକ୍ଷିଣ ପଶ୍ଚିମ ରେଳବାଇ ଜୋନ ୩ ମାସରୁ ବ୍ୟବସ୍ଥାରେ ଥିବା ଗୁରୁତର ସମସ୍ୟା ନେଇ ସତର୍କ କରାଇଥିଲା। ଜୋନର ପ୍ରିନ୍ସିପାଲ ମୁଖ୍ୟ ଅପରେଟିଂ ମ୍ୟାନେଜର ଚିଠି ଲେଖି ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସେ ଫେବୃଆରୀ ମାସରେ ଇଣ୍ଟରଲକିଂ ବ୍ୟବସ୍ଥା ଫେଲ ମାରିବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଓ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିବା କହିଥିଲେ। ଫେବୃଆରୀ ୯ରେ ପ୍ରିନ୍ସିପାଲ ମୁଖ୍ୟ ଅପରେଟିଂ ମ୍ୟାନେଜର ଗୋଟିଏ ଏକ୍ସପ୍ରେସ ଟ୍ରେନର ସିଗ୍ନାଲ ଫେଲ ସମ୍ପର୍କରେ ଚିଠି ଲେଖିଥିଲେ।ସେ ଫେବୃଆରୀ ମାସରୁ ଚିଠି ଲେଖିଥିଲେ ହେଁ ଏଯାଏ ସିଗ୍ନାଲ ବ୍ୟବସ୍ଥାରେ ରହୁଥିବା ତ୍ରୁଟିକୁ ସମାଧାନ କରାଯାଇ ନଥିବା ଜଣାପଡ଼ିଛି।

04 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର