ଆଜିଠୁ ବଦଳିବ ପାଗ : ୫ରୁ ପୁଣି ବର୍ଷା, ୬ରୁ ଅତି ପ୍ରବଳ ବର୍ଷିବ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟକୁ ପୁଣି ବର୍ଷା ଫେରିବ। ଖରାର ପ୍ରକୋପ କମିବା ସହିତ ପୁଣି ମେଘୁଆ ଆକାଶ ଦେଖାଯିବ। ବୁଧବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା ହ୍ରାସ ପାଇବ। ଆସନ୍ତା ୫ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ସ୍ଥିତି ସୃଷ୍ଟିହେବାକୁ ଥିବା ବେଳେ ଦୁର୍ବଳ ରହିଥିବା ମୌସୁମୀ ପୁଣି ସକ୍ରିୟ ହେବ ବୋଲି ଜଣାପଡ଼ିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଆସନ୍ତା ୫ ଓ ୬ ତାରିଖରେ […]

ଭୁବନେଶ୍ୱର : ରାଜ୍ୟକୁ ପୁଣି ବର୍ଷା ଫେରିବ। ଖରାର ପ୍ରକୋପ କମିବା ସହିତ ପୁଣି ମେଘୁଆ ଆକାଶ ଦେଖାଯିବ। ବୁଧବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା ହ୍ରାସ ପାଇବ। ଆସନ୍ତା ୫ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ସ୍ଥିତି ସୃଷ୍ଟିହେବାକୁ ଥିବା ବେଳେ ଦୁର୍ବଳ ରହିଥିବା ମୌସୁମୀ ପୁଣି ସକ୍ରିୟ ହେବ ବୋଲି ଜଣାପଡ଼ିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଆସନ୍ତା ୫ ଓ ୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୫ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଓ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ସେହିପରି ୬ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୭୨ ମିଲିମିଟର ବର୍ଷା ହେବା କଥା। କିନ୍ତୁ ମଙ୍ଗଳବାର ସୁଦ୍ଧା ୫୧୬ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ୱାଭାବିକଠାରୁ ୧୦ ପ୍ରତିଶତ କମ୍‍ ବୋଲି ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା


ଆସନ୍ତାକାଲି ରାଜ୍ୟର ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୫ ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ପୁରୀ, ଜଗତସିଂହପୁର ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୬ ତାରିଖ ଦିନ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ। ପୁରୀ, ଗଞ୍ଜାମ, ଖୋର୍ଧା, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ରାଜ୍ୟର ବାକି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧ ଜୁନ୍‌ରୁ ୨ ଅଗଷ୍ଟ ଯାଏ ରାଜ୍ୟରେ ସର୍ବମୋଟ ୫୧୬.୩ମିମି ବର୍ଷା ହୋଇଯାଇଛି। ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୫୭୨.୬ମିମି ବର୍ଷା ହୋଇଥାଏ। ଅର୍ଥାତ ଏବେ ରାଜ୍ୟରେ ମୋଟ୍ ୧୦% ନିଅଣ୍ଟ ବର୍ଷା ରେକର୍ଡ ହୋଇଥିଲେ ମଧ୍ୟ ଏହା ସ୍ବାଭାବିକ ପରିସରଭୁକ୍ତ। ରାଜ୍ୟର ୨ଟି ଜିଲ୍ଲା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ବାଭାବିକଠାରୁ ୨୦%ରୁ ଅଧିକ ବର୍ଷା ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ୪୧% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୩୦% ଅଭାବୀ ବର୍ଷା ହୋଇଛି। ଏଥିସହ ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ୨୦% ନିଅଣ୍ଟିଆ ବର୍ଷା ହୋଇଯାଇଛି। ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ମୌସୁମୀ ବର୍ଷା ସ୍ବାଭାବିକ ରହିଥିବା ପାଣିପାଗ କେନ୍ଦ୍ର କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର