୧୨ରେ ୫ ଜିଲ୍ଲାରେ ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ଯଦିଓ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଏବେ ବି ତାତି ଅସହ୍ୟ ହେଉଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିଛି। ତେବେ ଏହି ତାତିରୁ ସାମାନ୍ୟ ଆସ୍ୱସ୍ତି ମିଳିବ। ୧୨ ତାରଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା ଥିବାରୁ ତାତି ସାମାନ୍ୟ କମିବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା […]

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ଯଦିଓ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଏବେ ବି ତାତି ଅସହ୍ୟ ହେଉଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିଛି। ତେବେ ଏହି ତାତିରୁ ସାମାନ୍ୟ ଆସ୍ୱସ୍ତି ମିଳିବ। ୧୨ ତାରଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା ଥିବାରୁ ତାତି ସାମାନ୍ୟ କମିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ଅଭାବନୀୟ ଘଟଣା: ପରସ୍ପରକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୧୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝହର, ମୟୂରଭଞ୍ଜ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବୌଦ୍ଧରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଥିବା ବେଳେ ବାକି ୪ ଜିଲ୍ଲାରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱାଭାବିକ ତାପମାତ୍ରା ୨-୩ ଡିଗ୍ରୀ ଉପରେ ରହିବାର ଥିବା ବେଳେ ପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱାଭାବିକ ଅବସ୍ଥାରେ ରହିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି। ଭୁବନେଶ୍ୱରରେ ଏବେ ତାପମାତ୍ରା କମିବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ସର୍ବାଧିକ ୩୬ ଓ ସର୍ବନିମ୍ନ ୨୨ ଡିଗ୍ରୀ ସେଲ୍‌ଫସିୟସ ମଧ୍ୟରେ ରହିପାରେ ବୋଲି ସେ କହିଛନ୍ତି। ବୁଧବାର ସକାଳୁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ହାଲ୍‍କା କୁହୁଡ଼ି ହୋଇପାରେ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ସହ ମିଶି ଆଦିବାସୀଙ୍କ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

10 Mar 2021 By The Sakala

୧୨ରେ ୫ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ଯଦିଓ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଏବେ ବି ତାତି ଅସହ୍ୟ ହେଉଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିଛି। ତେବେ ଏହି ତାତିରୁ ସାମାନ୍ୟ ଆସ୍ୱସ୍ତି ମିଳିବ। ୧୨ ତାରଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା ଥିବାରୁ ତାତି ସାମାନ୍ୟ କମିବାର ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୧୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝହର, ମୟୂରଭଞ୍ଜ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବୌଦ୍ଧରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଥିବା ବେଳେ ବାକି ୪ ଜିଲ୍ଲାରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱାଭାବିକ ତାପମାତ୍ରା ୨-୩ ଡିଗ୍ରୀ ଉପରେ ରହିବାର ଥିବା ବେଳେ ପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱାଭାବିକ ଅବସ୍ଥାରେ ରହିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି। ଭୁବନେଶ୍ୱରରେ ଏବେ ତାପମାତ୍ରା କମିବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ସର୍ବାଧିକ ୩୬ ଓ ସର୍ବନିମ୍ନ ୨୨ ଡିଗ୍ରୀ ସେଲ୍‌ଫସିୟସ ମଧ୍ୟରେ ରହିପାରେ ବୋଲି ସେ କହିଛନ୍ତି। ବୁଧବାର ସକାଳୁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ହାଲ୍‍କା କୁହୁଡ଼ି ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର